HomeUncategorizedଲାରମ୍ଭା ମହାବିଦ୍ୟାଳୟରେ ପ୍ରତିଷ୍ଠା ଦିବସ ପାଳିତ

ଲାରମ୍ଭା ମହାବିଦ୍ୟାଳୟରେ ପ୍ରତିଷ୍ଠା ଦିବସ ପାଳିତ

ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଲରମ୍ଭା ମହା ବିଦ୍ୟାଳୟରେ ୫୯ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି . ଉତ୍ସବ ରେ ମହା ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ରବି ନାରାୟଣ ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ସ୍ଥାନୀୟ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଟିଟିଲା ଗଡ ଡି.ଏ.ଭି କଲେଜ ର ଅବସର ପ୍ରାପ୍ତ ଅଧ୍ୟକ୍ଷ ଡଃ ଛାୟାକାନ୍ତ ଷଡ଼ଙ୍ଗୀ ମୁଖ୍ୟ ବକ୍ତା, କଲେଜ ଅଧ୍ୟକ୍ଷ ଡ଼ଃ ପ୍ରମୋଦ କୁମାର ଭୋଇ,+୨ ଅଧିକାରୀ ଅମୃତା ସାମନ୍ତ ମଞ୍ଚା ସିନ ରହିଥିଲେ .ଏହି ଅବସରରେ ମହାବିଦ୍ୟାଳୟ ର ପ୍ରତିଷ୍ଠାତା ସ୍ୱର୍ଗତ ବ୍ରଜ ମୋହନ ପଣ୍ଡା ଓ ପ୍ରଭୁ ଶ୍ରୀ କୃଷ୍ଣ ଙ୍କ ଫଟୋ ଚିତ୍ରରେ ମାଲ୍ୟର୍ପଣ ପୂର୍ବକ ଦ୍ଵୀପ ପ୍ରଜ୍ବଳନ କରାଯାଇ ଛାତ୍ରୀ ମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନ ପୂର୍ବକ ବକ୍ତା ମାନେ ବ୍ରଜ ମୋହନ ଙ୍କ ଶିକ୍ଷା ପ୍ରୀତି ଓ ଶରତ ଚନ୍ଦ୍ର ପୂଜାରୀ ଙ୍କ ପ୍ରତିଷ୍ଠିତ ଜୀବନ ବ୍ୟତୀତ ଜନ୍ମାଷ୍ଟମୀ ଦିବସ ଉପରେ ବିସ୍ତୃତ ଆଲୋଚନା କରିଥିଲେ . ଆଧୁନିକ ସଭ୍ୟ କିପରି ଶିକ୍ଷା କୁ ବ୍ୟବସାୟିକ କରଣ କରି ପ୍ରଚାର ପ୍ରସାର ରେ ଲାଗିଛି ସେ ଉପରେ କ୍ଷୋଭ ପ୍ରକାଶ କରାଯାଇଥିଲା . ଦ୍ଵିତୀୟ ପର୍ଯ୍ୟାୟ ରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ପ୍ରକାର ନୃତ୍ୟ ଗୀତ ର କାର୍ଯ୍ୟକ୍ରମ ମନ ମୁଗ୍ଧକର ହୋଇଥିଲା . ବିଦ୍ୟାଳୟ ର ସମସ୍ତ କର୍ମଚାରୀ,ଅଧିକାରୀ,ଛାତ୍ର ଛାତ୍ରୀ ସମେତ ପୂର୍ବତନ କର୍ମଚାରୀ,ଜିଲ୍ଲା ପରିଷଦ ସଭ୍ୟ,ସ୍ଥାନୀୟ ଲୋକ ପ୍ରତିନିଧି, ଶିକ୍ଷାବିତ୍,ସାହିତ୍ୟ ପ୍ରେମୀ ପ୍ରମୁଖ ଯୋଗ ଦେଇ ସକ୍ରିୟ ସହଯୋଗ କରିଥିବା ବେଳେ ଓଡ଼ିଆ ବିଭାଗର ଅଧ୍ୟାପିକା ଡଃ ଶାନ୍ତିଲତା ବାରିକ ଧନ୍ୟବାଦ୍ ଅର୍ପଣ କରିଥିଲେ .

LEAVE A REPLY

Please enter your comment!
Please enter your name here

Must Read

Google search engine