HomeKoshalTv Exclusiveଓଷ୍ଟl ଜିଲ୍ଲା ସ୍ତରୀୟ ଶିଶୁ ମେଳା ଉଦଯାପିତ

ଓଷ୍ଟl ଜିଲ୍ଲା ସ୍ତରୀୟ ଶିଶୁ ମେଳା ଉଦଯାପିତ

ହସିଲେ ଶିଶୁ …ହସିବ ଦେଶ

ରେଙ୍ଗାଲିକ୍ୟାମ୍ପ,

….ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଂଗଠନ ( ଓ ଷ୍ଟା) ଆନୁକୁଲ୍ୟରେ ବରଗଡ଼ ଜିଲ୍ଲା ସ୍ତରୀୟ ଶିଶୁ ମେଳା ଜମୂର୍ଡ଼ା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା କାର୍ଯ୍ୟକାରୀ ସଭାପତି ଜଗନ୍ମୟୀ ମିଶ୍ର ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କେଶବ ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ । ଓଷ୍ଟା ରାଜ୍ୟ ଉପସଭାପତି ଆନନ୍ଦ ପ୍ରଧାନ, ଓଷ୍ଟା ଜିଲ୍ଲା ଉପଦେଷ୍ଟା ଅଶ୍ଵିନୀ ପ୍ରଧାନ ସମ୍ମାନିତ ଅତିଥି ରୂପେ ମଞ୍ଚାସିନ ଥିଲେ । ରାଜ୍ୟ କାର୍ଯ୍ୟକାରୀ ସଭ୍ୟ ଓଷ୍ଟା ର ଆଶୁତୋଷ ପ୍ରସାଦ ରଥ ସଂଯୋଜନା ଓ ମଞ୍ଚ ପରିଚାଳନା କରିଥିଲେ ।

ଜିଲ୍ଲାର ପ୍ରତି ବ୍ଲକ ରେ ହୋଇଥିବା ବ୍ଲକ ସ୍ତରୀୟ ଶିଶୁ ମେଳା ରୁ ବିଭିନ୍ନ ପ୍ରତିଯୋଗିତା ରେ ପ୍ରଥମ ଓ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ୧୯୦ ଜଣ ଛାତ୍ର ଛାତ୍ରୀ ମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ । ବକୃତା, କଣ୍ଠ ସଙ୍ଗୀତ , କବିତା ଆବୃତ୍ତି,ଚିତ୍ରାଙ୍କନ, ଏକକ ନୃତ୍ୟ,ଏକକ ଅଭିନୟ, କବିତା ଲିଖନ, ସାଧାରଣ ଜ୍ଞାନ,ବୁଦ୍ଧି ପରୀକ୍ଷା ,ଗଳ୍ପ ଲିଖନ ଆଦି ଦଶଟି ବିଷୟରେ ପ୍ରତିଯୋଗିତା ହୋଇଥିଲା । ଏହି ଶିଶୁ ମେଳା ର ଉଦଯାପନୀ ଉତ୍ସବ ଜିଲ୍ଲା ସଭବତି ଓଷ୍ଟl ର ନନ୍ଦଲାଲ ନାଏକ ଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିବା ବେଳେ ସତ୍ୟନାରାୟଣ ତ୍ରିପାଠୀ ରାଜ୍ୟ ଉପଦେଷ୍ଟା ଓଷ୍ଟl , ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । କାର୍ଯ୍ୟକାରୀ ସଭ୍ୟ ଓଷ୍ଟl ର ଚୋଳ ସୁନ୍ଦର୍ ମେହେର,ରାଜ୍ୟ ସମ୍ପାଦକ ଓଷ୍ଟl ର ନୀଳମଣି ପୁରୋହିତ, ଜିଲ୍ଲା ସମ୍ପାଦକ ଓଷ୍ଟl , ସଞ୍ଜୟ ସିଂ ,ଯୁଗ୍ମ ସମ୍ପାଦକ ସଚ୍ଚିଦାନନ୍ଦ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ରୂପେ ମଞ୍ଚ ଅଳଙ୍କୃତ କରିଥିଲେ । ଯୁଗ୍ମ ସମ୍ପାଦକ ଭାବନି ଶଙ୍କର ଭୋଇ ସଂଯୋଜନା କରିଥିଲେ ।
ବିଚାରକ ମାନଙ୍କ ଦ୍ଵାରା ପ୍ରତି ବିଭାଗରୁ ପ୍ରଥମ ,ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଟ୍ରଫି ଓ ମାନପତ୍ର ଦେଇ ଅତିଥି ମାନକ ଦ୍ଵାରା ପୁରସ୍କୃତ କରାଯାଇଥିଲା । ପ୍ରତି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ୧୦ ଛାତ୍ର ଛାତ୍ରୀ ମାନେ ଆସନ୍ତା ୨୬ ତାରିଖରେ କଟକ ରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ଶିଶୁ ମେଳା ରେ ଅଂଶଗ୍ରହଣ କରିବେ । ସେମାନେ ହେଲେ ଝାରବନ୍ଧ ହାଇସ୍କୁଲ ର ଜୟନ୍ତୀ ସାହୁ, ତୋରା ବାଳିକା ହାଇସ୍କୁଲ ର ଲିଜା ଭୁଏ, କୁଳୁଣ୍ଡା ହାଇସ୍କୁଲ ର ଇପ୍ସିତା ପ୍ରଧାନ,ସରଣ୍ଡା ହାଇ ସ୍କୁଲ ର ପ୍ରତ୍ୟୁଷ ଗଡତିଆ,ଲରମ୍ଭl ହାଇସ୍କୁଲ ର ମୌସୁମୀ ପର୍ଦ୍ଦିଆ, ପୁଞ୍ଜି ପଥର ହାଇସ୍କୁଲ ର ସମୀକ୍ଷା ସାହୁ,ପତ୍ରାପଳି ହାଇସ୍କୁଲ ର ପୂଜା କ୍ଷେତୀ, ଭେଡେନ ପଞ୍ଚାୟତ ହାଇସ୍କୁଲ ର ସୁଚିଶ୍ମିତା ପଣ୍ଡା, ଲହନ୍ଦା ହାଇସ୍କୁଲ ର ଦିତେଶ ବାରିକ୍, ମାଣ୍ଡୋସିଲ ହାଇସ୍କୁଲ ର ହେମକାନ୍ତ ରଣା । ସମ୍ପାଦକ ସଞ୍ଜୟ ସିଂ ଓ ଉପ ସଭାପତି ଅନୁସୂୟା ଦେବତାଙ୍କ ତତ୍ବାବଧାନରେ ରାଜ୍ୟ ସ୍ତରୀୟ ଶିଶୁ ମେଳା ରେ ଅଂଶଗ୍ରହଣ କରିବେ ବୋଲି ସଂଘ ପକ୍ଷରୁ ଜଣାପଡିଛି ।ଏହି ଶିଶୁମେଲାକୁ ଯାଦବ ପ୍ରଧାନ,ଓକିଲ ପ୍ରଧାନ,ସୁରେନ୍ଦ୍ର ମହାପାତ୍ର, ଦେବlନନ୍ ବିଶି ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ଓଷ୍ଟା ର ସକ୍ରିୟ ସଭ୍ୟ ଋଷୁଭ ହୋତା ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ ।ଶେଷରେ ସଚ୍ଚିଦାନନ୍ଦ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ।

ଅତାବିରା ରୁ ଆକାଶ ମିଶ୍ର ଙ୍କ ରିପୋର୍ଟ,କୋଶଳ ଟିଭି

LEAVE A REPLY

Please enter your comment!
Please enter your name here

Must Read

Google search engine