HomeUncategorizedଅତାବିରାରେ ଜନ୍ମାଷ୍ଟମୀ ପାଳୀତ

ଅତାବିରାରେ ଜନ୍ମାଷ୍ଟମୀ ପାଳୀତ

ଆଜି ସର୍ବତ୍ର ପାଳିତ ହେଉଛି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ।ଭଗବାନ ଶ୍ରୀକୃଷ୍ଣ ଙ୍କ ପବିତ୍ର ଜନ୍ମ ଦିନକୁ ଅତି ହର୍ଷ ଉଲ୍ଲାସରେ ପ୍ରତି ଘରେ ପ୍ରତି ଗ୍ରାମରେ ପାଳିତ ହୋଇଥିଲା।ଏହି ଅବସରରେ ଅତାବିରା ଶାସ୍ତ୍ରୀନଗର ସ୍ଥିତ ଭଗବାନ କଲୋନୀ ରେ ମଧ୍ୟ ଅତି ହର୍ଷ ଉଲ୍ଲାସରେ ପ୍ରତି ବର୍ଷ ପାଳିତ ହୁଏ ଜନ୍ମାଷ୍ଟମୀ । ଆଜି ଏହି ଜନ୍ମାଷ୍ଟମୀ ଅବସରରେ କଲୋନୀର କୁନି କୁନି ପିଲାମାନେ ଶ୍ରୀକୃଷ୍ଣ , ରାଧା ,ବଳରାମ , ଗୋପାଳ ପୁଅ ଆଦି ବେଶରେ ସଜ୍ଜିତ ହୋଇ ଅତି ଆନନ୍ଦ ର ସହିତ ଏହି ପର୍ବ କୁ ପାଳନ କରିଥିଲେ।କଲୋନୀରେ ଚାରିଆଡ଼େ ଆମ୍ବତୋରଣ ଓ ରଙ୍ଗୀନ କାଗଜ ରେ ଶୁ ସଜ୍ଜିତ କରାଯାଇଥାଏ ।ଏହି ଦିନ ପାଇଁ ପିଲାଙ୍କ ମନରେ ଅନେକ ଦିନରୁ ଉତ୍ସାହ ଭରି ରହିଥାଏ । ଗୋଟିଏ ମାସ ପୂର୍ବରୁ ସେମାନେ ଏହି ବେଶ ପୋଷାକ ,ଅଳଙ୍କାର ଯୋଗାଡ କରିବାରେ ଲାଗି ଯାଇଥାନ୍ତି । ଜନ୍ମାଷ୍ଟମୀ ଦିନ ସକାଳୁ ଆରମ୍ଭ ହୁଏ ପିଲାଙ୍କର ଶ୍ରୀକୃଷ୍ଣ ଲୀଳା ।ଗୋପାଳ ପୁଅ ଙ୍କ ସହ ଶ୍ରୀକୃଷ୍ଣ ଖେଳିବା , ନାଚିବା ଆଦି ଲୀଳା ଅତି ମନୋ ମୁଗ୍ଧକର ହୋଇଥାଏ । ସତେ ଯେମିତି ଏହି କଲୋନୀ ଟି ପାଲଟି ଯାଏ ଗୋପପୁର ।।ସନ୍ଧ୍ୟା ସମୟରେ ଶ୍ରୀକୃଷ୍ଣ ଓ ଗୋପାଳ ପୁଅଙ୍କ ଦ୍ଵାରା ଦହି ହାଣ୍ଡି ଭାଙ୍ଗିବା ଦୃଶ୍ୟ ଅତୀବ ମନୋରମ ହେବା ସହ ପରିବେଶ ମଧ୍ୟ ଏହି ଅନୁରୂପ ହୋଇ ଉଠେ । ଗୋପାଳ ପୁଅଙ୍କ କାନ୍ଧରେ ଚଢ଼ି ଶ୍ରୀ କୃଷ୍ଣ ଦହି ହାଣ୍ଡି ଭାଙ୍ଗିଥାନ୍ତି ଓ ସମସ୍ତେ ମିଶି ଦହି ଖାଇଥାନ୍ତି । ଏହି ଜନ୍ମାଷ୍ଟମୀ ରେ ତେଜସ୍ମାନ ମେହେର ଓ ଶ୍ରେୟାନ୍ସ ସାହୁ କୃଷ୍ଣ ବେଶ ,ପରମଜିତ ହୋତା ଓ ଅଭିଷେକ ମହାକୁର ବଳରାମ ବେଶ ,ପରାଗ ମାଳବିଆ ଓ ପୀୟୂଷ ମାଳବିଆ ଗୋପାଳ ବେଶ ଓ ନିକିତା କୁଲୁଶ୍ରି ରାଧା ବେଶ ରେ ସୁସଜ୍ଜିତ ହୋଇ ଥିଲେ । ପରେ ସନ୍ଧ୍ୟା ସମୟରେ ଉପବାସ କରିଥିବା ମହିଳା ମାନଙ୍କର ଜନ୍ମାଷ୍ଟମୀ ବ୍ରତ ପୂଜା ଆରମ୍ଭ ହୋଇଥାଏ ।ବ୍ରାହ୍ମଣ ଙ୍କ ଦ୍ଵାରା ଜନ୍ମାଷ୍ଟମୀ କଥା ପାଠ କରାଯାଏ । ଏହାପରେ ଶ୍ରୀ କୃଷ୍ଣଙ୍କ ପାଇଁ ସଜ୍ଜିତ ହୋଇଥିବା ଦୋଳିରେ କୃଷ୍ଣ ଙ୍କୁ ଝୁଲାଯାଏ ।ସମସ୍ତେ ମିଶି ଦୋଳି ଝୁଲା ଗୀତ ଗାଇ ଅତି ଭକ୍ତି ସହକାରେ ପୂଜାର୍ଚ୍ଚନା କରି ପୁଷ୍ପାଞ୍ଜଳି ଅର୍ପଣ କରିଥାନ୍ତି । ପୂଜା ପରେ କଲୋନୀ ରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥାଏ । ଅତାବିରା ରୁ ଆକାଶ ମିଶ୍ରଙ୍କ ରିପୋର୍ଟ କୋଶଳ ରାଜ୍ୟ

LEAVE A REPLY

Please enter your comment!
Please enter your name here

Must Read

Google search engine