ରକ୍ତ ଦାନ, ମହତ ଦାନ।
ବରଗଡ ଜିଲ୍ଲା ଭେଡେନ ପୋଲିସ ପକ୍ଷରୁ ସୂର୍ଯ୍ୟମଣି ଜନତା ଉଚ୍ଚ ବିଦ୍ୟାଳୟ, ଭେଡେନ ଠାରେ ଏକ ମେଘା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହାକୁ ଆୟୋଜନ କରିଥିଲେ, ଭେଡେନ ଥାନା ର ଭାରପ୍ରାପ୍ତ ଅଧିକାରୀ ଶ୍ରୀମତୀ ସଂଗିତା ମହାପାତ୍ର ଓ ପୋଲିସ କର୍ମଚାରୀ। ଏହି ଶିବିରକୁ ବରଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପି ପରମାର ସ୍ମିତ ଉଦ୍ଘାଟନ କରିଥିଲେ । ଏଥିରେ ବରଗଡ ଜିଲ୍ଲା ରକ୍ତ ଭଣ୍ଡାର ୬୧ ୟୁନିଟ୍ ଓ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ବୁର୍ଲା, ରକ୍ତ ଭଣ୍ଡାର ତରଫରୁ ୯୨ ୟୁନିଟ୍ ରକ୍ତ ସଂଗ୍ରହ କରି ମୋଟ ୧୫୩ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଏଥିରେ ଭେଡେନ ପୋଲିସ ସମେତ ଅଂଚଳର ବହୁ ସ୍ୱେଚ୍ଛାକୃତ ରକ୍ତଦାତା ସଂଗଠନ ଯୋଗ ଦେଇଥିଲେ। ଅମୃତ କୁଟୁମ୍, କୋଶଲ ସେନା,ପଶ୍ଚିମ ଓଡିଶା ଯୁବାମଞ୍ଚ, ଭରସା ପରିବାର, ମାହେଶ୍ଵରୀ ସେନା, ଶପଥ ପରିବାର ଓ ଲାୟନ୍ସ କ୍ଲବ ଝରାପାଲି ମାର୍କେଟ, ଥୁଆପାଲିର ସ୍ଵେଚ୍ଛାକୃତ ରକ୍ତଦାତା ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ରକ୍ତଦାନ କରିଥିଲେ। ଏହି ଶିବିର କୁ ସ୍ଵେଚ୍ଛାକୃତ ରକ୍ତଦାତା ସଂଗଠନ ଆସି ରକ୍ତଦାନ କରି ଥିବାରୁ ଓ ଅଂଚଳର ବହୁ ବହୁମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ସହଯୋଗ କରିଥିବାରୁ ଭେଡେନ ଥାନା ର ଭାରପ୍ରାପ୍ତ ଅଧିକାରୀ ଶ୍ରୀମତୀ ସଂଗିତା ମହାପାତ୍ର ସମସ୍ତ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଆଗାମୀ ଦିନରେ ସ୍ୱାସ୍ଥ୍ୟ ସେବା, ଆହୁରି କରାହେବ ବୋଲି ପ୍ରକାଶ କରିଥିଲେ। ଭେଡେନରୁ ଭବାନୀ ଶଙ୍କର ପାଢ଼ୀ ଙ୍କ ରିପୋର୍ଟ କୋଶଳ ଟିଭି