HomeUncategorizedକୃଷିମନ୍ତ୍ରୀଙ୍କୁ ଭେଟିଲେ ବରଗଡ଼ ବିଜେପିର ପ୍ରତିନିଧି ମଣ୍ଡଳୀ

କୃଷିମନ୍ତ୍ରୀଙ୍କୁ ଭେଟିଲେ ବରଗଡ଼ ବିଜେପିର ପ୍ରତିନିଧି ମଣ୍ଡଳୀ

ବରଗଡ଼ ର ସମସ୍ତ ଚାଷୀଙ୍କୁ ଇଂସ୍ୟୁରେନ୍ସ ପଇସା ପୈଠ ଓ HDFC ERGO କମ୍ପାନୀ କୁ କଳା ଭୁକ୍ତ କରିବା ପାଇଁ ବରଗଡ଼ ସାଂସଦ ଙ୍କ ନେତୃତ୍ୱରେ କୃଷିମନ୍ତ୍ରୀ ଙ୍କୁ ଭେଟିଲେ ବରଗଡ଼ ବିଜେପିର ପ୍ରତିନିଧି ମଣ୍ଡଳୀ
ବରଗଡ଼ (୨୨/୦୮)
ଆଜି ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ କୃଷିମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଙ୍କୁ ଭେଟି ଇଂସ୍ୟୁରେନ୍ସ କରିଥିବା ବରଗଡ଼ର ସମସ୍ତ କ୍ଷତିଗ୍ରସ୍ତ ଚାଷୀ ଙ୍କୁ କ୍ଷତିପୂରଣ ଅର୍ଥ ତୁରନ୍ତ ଦିଆଯିବା ଓ hdfc ergo କମ୍ପାନୀ କୁ କଳାଭୁକ୍ତ କରିବା ପାଇଁ ଦାବି ଜଣେଇ ଭ୍ଛନ୍ତି । ରାଜ୍ୟ ରେ ତଥା ବରଗଡ଼ ଜିଲ୍ଲାରେ ହେଉଥିବା ବ୍ୟାପକ ସାର କଳାବଜାରୀ ରୋକିବାକୁ ସମବାୟ ସଂସ୍ଥା ଜରିଆରେ ଅଧିକାଂଶ ସାର ବିତରଣ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବାକୁ ସେମାନେ ଦାବୀ କରିଛନ୍ତି।
NHAI ର Regional ଅଫିସର ଙ୍କୁ ଭେଟି ସମ୍ବଲପୁର ଲୁହୁରାଚଟି ରାସ୍ତାର ବିଭିନ୍ନ ଉନ୍ନୟନ କାର୍ଯ୍ୟ ର ସମୀକ୍ଷା କରିବା ସହିତ ତୁରନ୍ତ ସମସ୍ତ କାମ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ । ରେଲୱେ ଜେନେରାଲ ମ୍ୟାନେଜର ଙ୍କୁ ଭେଟି ବରଗଡ଼ ଲୋକସଭା ଅନ୍ତର୍ଗତ ସମସ୍ତ ଷ୍ଟେସନ ର ଉନ୍ନତିକରଣ ସହିତ ସମସ୍ତ ଟ୍ରେନ ଚଲିବା ଓ କୋଭିଡ ସମୟରେ ବନ୍ଦ ହୋଇଥିବା ସମସ୍ତ ଟ୍ରେନକୁ ଚାଲୁ କରିବା ସହିତ ଦ୍ଵିତୀୟ ଲେନକୁ ସମାପ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ପ୍ରତିନିଧି ମଣ୍ଡଳୀରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ, ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଇରାସିସ ଆଚାର୍ଯ୍ୟ , ଜିଲ୍ଲା ସାଧାରଣ ସମ୍ପାଦକ କୁଶ କୁମ୍ଭାର, ସରୋଜ ପାଣିଗ୍ରାହୀ ଉପସ୍ଥିତ ଥିଲେ । ବ୍ୟୁରୋ ରିପୋର୍ଟ କୋଶଳ ଟିଭି

LEAVE A REPLY

Please enter your comment!
Please enter your name here

Must Read

Google search engine