HomeUncategorizedବରଗଡ ଜିଲ୍ଲା ଲେଖିକା ପରିଷଦ ପକ୍ଷରୁ ଗଙ୍ଗାଧର ଜୟନ୍ତୀ ପାଳିତ

ବରଗଡ ଜିଲ୍ଲା ଲେଖିକା ପରିଷଦ ପକ୍ଷରୁ ଗଙ୍ଗାଧର ଜୟନ୍ତୀ ପାଳିତ

ଜିଲ୍ଲା ଲେଖିକା ପରିଷଦ ,ବରଗଡ଼ ପକ୍ଷରୁ ଆଜି ବାପୁଜୀ ସ୍ବତନ୍ତ୍ର ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି ଦ୍ଵିତୀୟ ସ୍ଵନକ୍ଷତ୍ର ଦିବସ ଓ ସ୍ଵଭାବ କବି ଗଙ୍ଗାଧର ମେହେର ଙ୍କ ୧୬୧ ତମ ଜନ୍ମ ଜୟନ୍ତୀ ।ପରିଷଦ ର ସଭାନେତ୍ରୀ କବିତା ରଥ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରଗଡ଼ ପୌର ପରିଷଦ ର ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ,ବରଗଡ଼ ର ଶ୍ରୀମତୀ କଲ୍ୟାଣୀ ଦାଶ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇଥିଲେ ।କଳାପାଣି ମହାବିଦ୍ୟାଳୟର ଅଧ୍ୟାପିକା ସୁଷମା ଦାଶ ସମାନିତ ବକ୍ତା ଓ ପୂର୍ବତନ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ କଳ୍ପନା ନାଏକ, ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ହୋଇଥିଲେ । ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ଵାରା ମାଁ ବାଗ୍ଦେବି ଓ ସ୍ଵଭାବ କବି ଗଙ୍ଗାଧର ଙ୍କ ଫଟୋ ଚିତ୍ର ରେ ଦୀପ ପ୍ରଜ୍ବଳନ ତଥା ଶ୍ରଦ୍ଧା ସୁମନ ଅର୍ପଣ ପରେ ପରିଷଦର ବରିଷ୍ଠ ସଭ୍ୟା ସୁରେଶ୍ଵରୀ ପଣ୍ଡା ବେଦ ପଠନ କରିଥିଲେ ।

ଏହାପରେ ବାପୁଜୀ ସ୍ୱତନ୍ବ ବିଦ୍ୟାଳୟ ର ସଙ୍ଗୀତ ନିର୍ଦ୍ଦେଶକ ଅମରେଶ ବାରିକ ଙ୍କ ସଙ୍ଗୀତ ପରିଚାଳନାରେ ଦିବ୍ୟାଂଗ ଛାତ୍ର ଛାତ୍ରୀ ମାନେ ସୁନ୍ଦର ପ୍ରାରମ୍ଭିକ ସଙ୍ଗୀତ ଗାନ କରି ସମସ୍ତଙ୍କ ହୃଦୟକୁ ଆପ୍ୟାୟିତ କରିଦେଇଥିଲେ । ପରିଷଦ ର ବରିଷ୍ଠ ସଭ୍ୟା ବାସନ୍ତୀ ଗୁରୁ ଅତିଥି ମାନଙ୍କୁ ସ୍ଵାଗତ କରିଥିବା ବେଳେ କୋଷାଧ୍ୟକ୍ଷl କୁମୁଦିନୀ ପାଣିଗ୍ରାହୀ ପରିଚୟ ପ୍ରଦାନ କରିଥିଲେ ।ପରିଷଦର ଉପ ସଭାନେତ୍ରୀ ଅନୁସୂୟା ଦେବତା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସମ୍ପାଦିକା ଶ୍ରୀମତୀ ତପସ୍ଵିନୀ ମହାପାତ୍ର ସଂପାଦକୀୟ ବିବରଣୀ ପାଠ ପୂର୍ବକ ଜିଲ୍ଲା ଲେଖିକା ପରିଷଦ ଅଞ୍ଚଳର କୋଣ ଅନୁକୋଣରେ ଥିବା ସୁପ୍ତ ସାହିତ୍ୟ ସାଧିକା ମାନଙ୍କୁ ତାଙ୍କର ସୁପ୍ତ ସାହିତ୍ୟ ଚେତନା କୁ ଜାଗ୍ରତ କରି ପରିଷଦ ରେ ସାମିଲ ହୋଇ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ଆହ୍ଵାନ ଦେଇଥିଲେ । ପରିଷଦ ର ନିରୁ ଶତପଥୀ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ । ଗଙ୍ଗାଧର ଙ୍କ ସାହିତ୍ୟରେ ନାରୀ ଚରିତ୍ର ଉପରେ ଅତିଥି ମାନେ ନିଜ ନିଜ ବକ୍ତବ୍ୟ ରଖିଥିଲେ ।ଏହି ଅବସରରେ ବାପୁଜୀ ସ୍ବତନ୍ତ୍ର ବିଦ୍ୟାଳୟର ର ଅଧ୍ୟକ୍ଷ ଶ୍ରୀ କିଶୋର ସାହୁ ଓ ଶ୍ରୀ ଅଭୟ ପ୍ରଧାନ , ପରିଷଦର ବରିଷ୍ଠ ଉପଦେଷ୍ଟା ଭାବରେ ବୀଣାପାଣି ଆଚାର୍ଯ୍ୟ ଓ ରୁକ୍ମିଣୀ ମେହେର ଙ୍କୁ ଉପଢୌକନ ସହ ମାନ ପତ୍ର ଓ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା ।

ପରେ ଅତାବିରା ନଟରାଜ କଳା ପରିଷଦ ର କଳାକାର ମାନଙ୍କ ଦ୍ଵାରା ଓଡ଼ିଶୀ ନୃତ୍ୟ ତଥା ରଣାପ୍ରତାପ ଉଚ୍ଚ ବିଦ୍ୟାଳୟ , ବାଳିକା ମହାବିଦ୍ୟାଳୟ,କେନ୍ଦ୍ରୀୟ ବିଦ୍ୟାଳୟ ତଥା ଆଖପାଖ ବିଦ୍ୟାଳୟ ର ପ୍ରାୟ ୪୦ ଜଣ ଛାତ୍ରୀ ନୃତ୍ୟ ,ସଙ୍ଗୀତ ଓ କବିତା ଆବୃତ୍ତି କରିଥିଲେ । ପ୍ରତିଯୋଗୀ ମାନଙ୍କୁ ପ୍ରଶଂସା ପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି ଅବସରରେ ସୁଜାତା ଆଚାର୍ଯ୍ୟ ଙ୍କ ବିଭିନ୍ନ ହସ୍ତକଳା ପ୍ରଦର୍ଶିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଲେଖିକା ପରିଷଦର ନୁରାବତି ସାହୁ,ଚନ୍ଦ୍ରକାନ୍ତି ମେହେର ,ସାଗରିକା ପାଣିଗ୍ରାହୀ,ମିନତି ଦାଶ,,ସୁଶୀଳା ବାରିକ୍ ,ରେଣୁକା ଦାଶ , ହୈମବତି ମିଶ୍ର ,ମିନ। ପଣ୍ଡା ,ସୁନିତା ମିଶ୍ର , ପାୟଲ ମଲ୍ଲିକ ,ଜନନୀ ମିତ୍ର, ନିର୍ଲିପ୍ତ। ମେହେର ,ସୁଦୀପ୍ତ। ମେହେର, ନିକି ଜାଲ ଓ ବାପୁଜୀ ସ୍ବତନ୍ତ୍ର ବିଦ୍ୟାଳୟର ଛାତ୍ର ଛାତ୍ରୀ ,କର୍ମଚାରୀ ପ୍ରମୁଖ ସହଯୋଗ କରିଥିବା ବେଳେ ବିଦ୍ୟାଳୟର ଅଧ୍ୟକ୍ଷ ମେଘନାଥ ସାହୁ କାର୍ଯ୍ୟକ୍ରମକୁ ଭୂରୀୟସି ପ୍ରଶଂସା କରିବା ସହ ଧନ୍ୟବାଦ୍ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Must Read

Google search engine