HomeUncategorizedକାଠ ଚୋରା ଚାଲାଣ , ୩ କାଠ ମାଫିଆ ଗିରଫ

କାଠ ଚୋରା ଚାଲାଣ , ୩ କାଠ ମାଫିଆ ଗିରଫ

କାଠ ଚୋରା ଚାଲାଣ , ୩ କାଠ ମାଫିଆ ଗିରଫ
ବନ ବିଭାଗ କର୍ମଚାରିଙ୍କୁ ପଥର ମାଡ କଲେ କାଠ ମାଫିଆ
ତୁରେକେଲା,  ୨୨/୦୮ – ରବିବାର ରାତି କାଠ ମାଫିଆ  ମୁଲ୍ୟବାନ ଶାଗୁଆନ ଗଣ୍ଡି ଚୋରା ଚୋରା ଚାଲାଣ କରୁଥିବା ବେଳେ କଂଟାବାଞ୍ଜି ବନ ବିଭାଗ ପେଟ୍ରୋଲିଂଗ କରୁଥିବା ସମୟରେ  କାଠ ମାଫିଆ ବନ ବିଭାଗକୁ ଦେଖି ଫେରାର ହୋଇଯାଇଥିଲେ । ଆଜି ସେହି କାଠ ମାଫିଆ ବନ ବିଭାଗ କାର୍ଯ୍ୟଲୟକୁ ଆସି ବନ ବିଭାଗ କର୍ମଚାରିଙ୍କୁ ଅସଭ୍ୟ ଭାଷାରେ ଗାଲି ଦେବା ସହ ପଥର ମାଡ କରି ହତ୍ୟା ଧମକ ଦେଇଥିଲେ । ବନ ବିଭାଗ କର୍ମଚାରି ସ୍ଥାନିୟ ପୋଲିସକୁ ଖବର ଦେବା ପରେ ପୋଲିସ ଆସି ସେମାନଙ୍କୁ ଅଟକ ରଖି ବନ ବିଭାଗକୁ  ହସ୍ତାନ୍ତର କରିଦେଲା । ବନ ବିଭାଗ ସେମାନଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି । ଗିରଫ ୩ ଜଣ ହେଲେ କଂଟାବାଞ୍ଜିର ପ୍ରଦିପ କୁମାର ଶର୍ମା, ଡୁମେରଚୁଆଁର ରାଜେଶ ତରିଆ, ଲୋକନାଥ ନାଗ । ୩ ଜଣଙ୍କ ଜାମିନ ନାମଂଜୁର ହେବାରୁ ବିଚାର ବିଭାଗୀୟ ହାଜକକୁ ପଠେଇ ଦିଆଯାଇଛି ।  ବର୍ଷ ବର୍ଷ ହେଲା ଏହି କାଠ ମାଫିଆ ମାନେ ଏ ଅଂଚଳରେ ନିଜର କାଠ ଚୋରା ଚାଲାଣ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

Must Read

Google search engine