HomeUncategorizedମୌଲିକ ସୁବିଧାର ବଂଚିତ ରମାଇଗଡ ଗ୍ରାମବାସୀ

ମୌଲିକ ସୁବିଧାର ବଂଚିତ ରମାଇଗଡ ଗ୍ରାମବାସୀ

ମୌଲିକ ସୁବିଧାର ବଂଚିତ ରମାଇଗଡ ଗ୍ରାମବାସୀ

ତୁରେକେଲା, ୨୩/୦୮ ଚଳିତ ବର୍ଷ ଦେଶ ସ୍ୱାଧିନତାର ୭୬ତମ ବର୍ଷ ପାଳନ କରୁଥିବା ବେଳେ ଆଜି ବି ଅନେକ ଗାଁ ଅଛି ଯେଉଁ ଗାଁର ଲୋକ ମୌଲିକ ସୁବିଧାର ବଂଚିତ ରହିଛନ୍ତି । ପ୍ରଶାସନିକ ଅବହେଲା ଯୋଗୁ ସବୁ ସମୟରେ ଗ୍ରାମାଂଚଳ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତୁରେକେଲା ବ୍ଲକ ଢୋଲମାନ୍ଦଲ ପଂଚାୟତ ରମାଇଗଡ । ଏହି ଗାଁରେ ଲୋକ ମୌଳିକ ସୁବିଧାରୁ ବଂଚିତ ହେଉଛନ୍ତି । ୨୦ ରୁ ଉର୍ଦ୍ଧ ପରିବାର ବସବାସ କରୁଥିବା ଏହି ଗାଁ ଲୋକ ସହରଂଚଲକୁ ଗମଣା ଗମଣ ପାଇଁ ଭଲ ରାସ୍ତା ଖଣ୍ଡିଏ ମଧ୍ୟ ନାହିଁ । କିଛି ପାଠ ପଢୁଆ ଛାତ୍ର ଛାତ୍ରି ଆଶ୍ରମ ବିଦ୍ୟାଳୟ ମାନଙ୍କରେ ରହି ପାଠ ପଢୁଛନ୍ତି । ଗାଁରେ ଅଙ୍ଗନବାଡି କେନ୍ଦ୍ର ନଥିବା ଯୋଗୁ କୁନି କୁନି ଶିଶୁ ମାନେ ପ୍ରାକ ବିଦ୍ୟାଲୟରୁ ବଂଚିତ ହେଉଛନ୍ତି । ପ୍ରାୟ ୫ କି.ମି ଦୁର ଗଭରା ଗାଁରେ ଅଙ୍ଗନବାଡି କେନ୍ଦ୍ର ଥିବା ବେଳେ ଜଂଗଳ ରାସ୍ତା ଦେଇ ଅବିଭାବକ ମାନେ ନିଜ ଶିଶୁଙ୍କୁ ଛାଡିବାକୁ ଅନିଚ୍ଛା ପ୍ରକାଶ କରନ୍ତି । ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଗାଁ ସମସ୍ୟା ଦୁର କରିବାକୁ ସାଧାରଣରେ ଦାବି ହେଉଛି ।

ସେମାନଙ୍କୁ ମୁହଁରୁ

ଖଗେଶ୍ୱର ଦଣ୍ଡସେନା ( ଗ୍ରାମବାସି ) – ଆମ ଜଂଗଳ ଭିତରରେବସବାସ କରୁଛି । ଜଂଗଳ ଘେରାରେ ଆମ ଗାଁ । ରାସ୍ତା ଘାଟ କିଛି ନଥିବା ଯୋଗୁ ଅସୁବିଧାର ସମ୍ମୁଖିନ ହେଉଛୁ । ପ୍ରଶାସନ ଦୃଷ୍ଟି ଦେଲେ ଭଲ ହେବ ।

ଭୋଲାନାଥ ମାଝି ( ଗ୍ରାମବାସି ) – ଶିକ୍ଷାରୁ ବଂଚିତ ଆମ ଗାଁ । କୁନି କୁନି ଶିଶୂ ମାନେ ପ୍ରାକ ବିଦ୍ୟାଲୟ ଯାଉନାହାନ୍ତି । ଲକ ଡାଉନ ସମୟରେ ସବୁ ମୋଇବାଲରେ ପାଠ ପଢାଯାଉଥିଲ । ହେଲେ ନେଟୱର୍କ ନଥିବା ଯୋଗୁ ଆମ ଗାଁର ପୁଅ ଝିଅ ପାଠ ପଢିବାରୁ ବଂଚିତ ।

ମାଲତି ମାଝି ( ଗ୍ରାମବାସୀ ) – ଅଙ୍ଗନବାଡି କେନ୍ଦ୍ର ଗାଁରେ ନଥିବା ଯୋଗୁ ମହିଲା ମାନଙ୍କୁ ମିଲୁଥିବା ସୁବିଧା ରୁ ଆମେ ବଂଚିତ । କୌଣସି କାମ ଥିଲେ ୫ କି.ମି ଦୁର ଅଙ୍ଗନବାଡି କେନ୍ଦ୍ରକୁ ଯିବାକୁ ପଡିଥାଏ । ବିଶେଷ କରି ଗର୍ଭବତି ମହିଲା ଏବଂ ଶିଶୂ ମାନେ ଅଙ୍ଗନବାଡି କେନ୍ଦ୍ର ଥିବା ଯୋଗୁ ଅନେକ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ରାସ୍ତା ଭଲ ନଥିବା ଯୋଗୁ ଅମ୍ବୁଲାନ୍ସ ମଧ୍ୟ ଗାଁକୁ ଆସିବାକୁ ନାରାଜ । କଣ୍ଟାବାଞ୍ଜିରୁ ତୁଳସିରାମ ଜଗତ ଙ୍କ ରିପୋର୍ଟ କୋଶଳ ଟିଭି

LEAVE A REPLY

Please enter your comment!
Please enter your name here

Must Read

Google search engine