HomeUncategorizedଆଉ ନାହାନ୍ତି ପ୍ରକୃତି ପ୍ରେମୀ ରବୀନ୍ଦ୍ର ବାରିକ

ଆଉ ନାହାନ୍ତି ପ୍ରକୃତି ପ୍ରେମୀ ରବୀନ୍ଦ୍ର ବାରିକ

ଅତାବିରା ବ୍ଲକ ବାବେବୀରା ଗ୍ରାମର ପ୍ରକୃତି ପ୍ରେମୀ ରବୀନ୍ଦ୍ର ବାରିକ୍ ଆଉ ନାହାନ୍ତି । ଆଜି ସକାଳ ପ୍ରାୟ ୯ ଟା ସମୟରେ ହୃଦ ଘାତରେ ତାଙ୍କର ବିୟୋଗ ଘଟିଛି ।ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ହୋଇଥିଲା । ତାଙ୍କର ଦୃଢ଼ ମନୋବଳ ଯୋଗୁଁ ୯୮ ବର୍ଷରେ ପଦାର୍ପଣ କରି ମଧ୍ୟ ,ତାଙ୍କୁ ବାର୍ଦ୍ଧକ୍ୟ କବଳିତ କରିପାରି ନଥିଲା । ସେ ପରିଣତ ବୟସରେ ମଧ୍ୟ ସ୍ଵୟଂ କ୍ଷମ ଥିଲେ ।ତାଙ୍କର ତିନି ପୁଅ ଅଶ୍ଵିନୀ ,ଅଲେଖ ,ଅଚ୍ୟୁତ ଓ ଝିଅ ସୌଦାମିନୀ ଙ୍କୁ ଶୋକ ସାଗରରେ ଭସେଇ ଦେଇ ଚାଲିଯାଇଛନ୍ତି ।ସେ ଆଜୀବନ କୃଷି କାମ ତଥା ପ୍ରକୃତିକୁ ଭଳ ପାଇ ଆସୁଥିଲେ । ଲରମ୍ଭା ସମବାୟ ସମିତି ର ନିର୍ଦ୍ଦେଶକ ରହି ଅନେକ ଉନ୍ନତି ମୂଳକ କାର୍ଯ୍ୟ କରିଥିଲେ ।ଗ୍ରାମର ନୃସିଂହ ମନ୍ଦିର ର ସେ କୋଷାଧ୍ୟକ୍ଷ ରହି ମନ୍ଦିର ପରିଚାଳନାରେ ,ବିକାଶ ରେ ସହଯୋଗ କରିଥିଲେ । ଗ୍ରାମର ସ୍ଵର୍ଗଦ୍ଵାର ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଯାଇଛି ।ବଡ ପୁଅ ଅଶ୍ଵିନୀ ମୁଖlଗ୍ନି ଦେଇଥିଲେ । ଓଡ଼ିଶା ରାଜ୍ୟ କୃଷକ ସଂଗଠନ ର ବସନ୍ତ ବାରିକ୍ ,ଭିକାରୀ ବାରିକ୍ ,ପ୍ରକାଶ ନାଏକ , ସମାଜ ସେବୀ କୃଷ୍ଣ ଚନ୍ଦ୍ର ପ୍ରଧାନ, ଗ୍ରାମ ତଥା ଅଞ୍ଚଳର କୁଲିତା ସମାଜ ର ସଭ୍ୟ , ମନ୍ଦିର କମିଟିର କର୍ମକର୍ତ୍ତା ,ଲରମ୍ଭା ସମବାୟ ସମିତିର କର୍ମଚାରୀ ତଥା ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Must Read

Google search engine