ପୋଲିସ ଖାଲି ସୁରକ୍ଷା ନୁହେଁ, ରକ୍ତଦାନ କରି ଜୀବନ ମଧ୍ୟ ବଞ୍ଚାଇ ପାରେ … ପୋଲିସ ପକ୍ଷରୁ ରକ୍ତଦାନ ଶିବିର


ବରଗଡ଼ ଜିଲ୍ଲା ଅତାବିରା ଥାନା ପରିସରରେ ଅତାବିରା ପୋଲିସ ପକ୍ଷରୁ ଥାନା ଅଧିକାରୀ ଅନିଲ କୁମାର ପ୍ରଧାନ ଙ୍କ ଆୟୋଜନ କ୍ରମେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର କୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପି ପରମର ସ୍ପିଥ ପୁରୁଷୋତ୍ତମ ଦାଶ ଉଦଘାଟନ କରିଥିଲେ ।ଏଥିରେ ଅତାବିରା ଗ୍ରାମ୍ୟ ନାୟାଳୟ ର ବିଚାରପତି ଦୀପକ କୁମାର ସାଥୁଆ ନିମନ୍ତ୍ରିତ ଅତିଥି ରୂପେ ଯୋଗ ଦେଇଥିଲେ ।ପ୍ରଥମେ ମାଁ ଦୁର୍ଗାଙ୍କ ଫଟୋ ଚିତ୍ରରେ ବରଣ ହୋଇଥିବା ପଣ୍ଡିତ ଙ୍କ ମନ୍ତ୍ରପାଠ କ୍ରମେ ଦୀପ ପ୍ରଜ୍ବଳନ ଓ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହାପରେ ରକ୍ତ ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇଥିଲା ।


ପ୍ରଥମେ ଶିକ୍ଷୟିତ୍ରୀ ଅନସୂୟା୍ ଦେବତା ରକ୍ତଦାନ କରିବା ପରେ ବିଚାରପତି ଶ୍ରୀଯୁକ୍ତ ସାଥୁଆ ତଥା ଅନ୍ୟ ତିନି ଜଣ ରକ୍ତ ଦାତାଙ୍କୁ ଆରକ୍ଷୀ ଅଧିକାରୀ ରକ୍ତଦାତା ମାନଙ୍କ ସହ ରକ୍ତଦାନ ଜନିତ ସ୍ବାସ୍ଥ୍ୟ ସମସ୍ୟା ପଚାରି ବୁଝିବା ସହ ସେମାନଙ୍କୁ ଉତ୍ସାହିତ କରିଥିଲେ । ପରେ ଥାନାର ବିଭାଗୀୟ ପୋଲିସ କର୍ମୀମାନେ ମଧ୍ୟ ରକ୍ତଦାନ କରିଥିଲେ। ବୁର୍ଲା ରକ୍ତ ଭଣ୍ଡାର ର ଡଃ ଜ୍ୟୋତିର୍ମୟୀ ମାଝୀ,କାଉନସିଲର ମଣ୍ଟୁ ପ୍ରଧାନ, ଟେକ୍ନିସିଆନ ଦେବାଶିଷ ମିଶ୍ର,କର୍ମଚାରୀ ଜଣକ ବେହେରା, ପାଇନୁ ଭୋଇ ଓ ସଞ୍ଜୀବ ବେହେରା ରକ୍ତ ଦତଙ୍କ ନାମ ପଞ୍ଜିକରଣ କରିବା ପରେ ରକ୍ତ ସଂଗ୍ରହ କରିଥିଲେ ।



ସେହିପରି ବରଗଡ଼ ରକ୍ତ ଭଣ୍ଡାର ର ଟେକ୍ନିସିଆନ ଭୁବନେଶ୍ୱର ସାହୁ,ଇପ୍ସିତା ମହାନ୍ତି,କାଉନସିଲର ସରୋଜ ସୁନା , ଏଟେନ୍ଦେଣ୍ଟ ମହେନ୍ଦ୍ର ମେହେର, ସେଵିକା ସବିତା ନାୟକ ପ୍ରମୁଖ ପୃଥକ୍ ପୃଥକ୍ ଭାବେ ରକ୍ତ ସଂଗ୍ରହ କରିଥିଲେ । ମୋଟ ୩୧୨ ୟୁନିଟ ରକ୍ତ ସଗୃହିତ କରିଥିଲେ ।ଏଥିରେ ୧୧ ଜଣ ମହିଳା ରକ୍ତଦାନ କରିଥିବା ବେଳେ ୩୦୧ ଜଣ ପୁରୁଷ ରକ୍ତଦାନ କରୁଥିଲେ । ଏହି ଶିବିର କୁ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ , ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୋଦ ଚନ୍ଦ୍ର ମେହେର ,୨୪ ଟି ପଞ୍ଚାୟତ ର ସରପଞ୍ଚ ,ମାରୱାଡ଼ି ଯୁବା ମଞ୍ଚ ,ବରିଷ୍ଠ ନାଗରିକ ସଂଘ,ଓଡ଼ିଶା ରାଜ୍ୟ କୃଷକ ସଂଗଠନ,ଆଇନଜୀବୀ , କୋର୍ଟ କର୍ମଚାରୀ,ଜଣ କଲ୍ୟାଣ ଅନୁଷ୍ଠାନ,ଭୀମ ଅlର୍ମୀ,ବଣିକ ସଂଘ,ଆଶୀର୍ବାଦ ସେବା ସଘ ,ବଜରଙ୍ଗ ଦଳ,କୋଶଳ ସେନା,ଲlୟଂଶ କ୍ଲବ୍, ରାଜନୈତିକ ଦଳୀୟ କର୍ମୀ, ଗୋଡ଼ଭଗା ଫାଣ୍ଡି ଅଧିକାରୀ ବିପିନ ବାଗ,ଅନିମା ଏକା , ଜାବ ସଂଘର ସଭାପତି ରବି ପଣ୍ଡା,ବରଗଡ଼ ଜିଲ୍ଲା ଯୁବ ସାମ୍ବାଦିକ ସଂଘ ର ସମ୍ପାଦକ ଆକାଶ ମିଶ୍ର, ରାମଚଣ୍ଡୀ ମନ୍ଦିର କମିଟିର ସଭାପତି ଦିବାକର ପ୍ରଧାନ, ଉନିକ୍ରିଷ୍ନ ନାଏର ,କୋଶଳ ଆନ୍ଧ୍ର ସଂଘ ତଥା ଜନ ସାଧାରଣ ଉପସ୍ଥିତ ରହି ଶିବିରକୁ ସଫଳ କରିଥିଲେ ।ସମସ୍ତଙ୍କ ସହଯୋଗ ପାଇଁ ଥାନା ଅଧିକାରୀ ଶ୍ରୀଯୁକ୍ତ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ରକ୍ତଦାତା ମାନଙ୍କୁ ବୁର୍ଲା ଭଣ୍ଡାର ତଥା ଅତାବିରା ଥାନା ପକ୍ଷରୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଅତାବିରା ରୁ ଆକାଶ ମିଶ୍ରଙ୍କ ରିପୋର୍ଟ କୋଶଳ ଟିଭି