ବହ୍ନୀକନ୍ୟା ପାର୍ବତୀ ଗିରୀ (୧୯ ଜାନୁଆରୀ ୧୯୨୬- ୧୯୯୫) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ ଥିଲେ, ସେ ପଶ୍ଚିମ ଓଡ଼ିଶାର ମଦର ଟେରେସା ଭାବେ ପରିଚିତ ।

ଯେଉଁ ସମୟରେ ନାରୀ ଘର ଭିତରେ ଓଢଣା ଦେଇ ରହୁଥିଲା ସେ ସମୟରୁ ଅବିବାହିତ ରହି ଅସହାୟ ମାନଙ୍କ ସେବା ତଥା ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇ ସ୍ୱାଧୀନତା ସଂଗ୍ରାମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ । ସାଲିସ ବିହୀନ ଜୀବନ ସହ ସ୍ପଷ୍ଟବାଦି ଯୋଗୁଁ ସେ ବହ୍ନି କନ୍ୟା ଭାବେ ପରିଚିତ। ଅବିଭାଜିତ ସମ୍ବଲପୁର ଜିଲ୍ଲା ତଥା ବର୍ତ୍ତମାନର ବରଗଡ଼ ଜିଲ୍ଲାର ବିଜେପୁର ନିକଚବର୍ତ୍ତୀ ସମଲାଇପଦର ଗ୍ରାମରେ ୧୯ ଜାନୁଆରୀ ୧୯୨୬ ମସିହାରେ ଜନ୍ମ ଗ୍ରହଣ କରିଥିଲେ। ଆଜି ତାଙ୍କର ୯୭ ତମ ଜନ୍ମ ଜୟନ୍ତୀ ଅବସରରେ ଭେଡେନ ର ବାଲୁକା ଶିଳ୍ପୀ କାର୍ତ୍ତିକ ନାୟକ ପୁରୀ ବେଳାଭୂମି ରେ ସେହି ଗରୀୟସି ମହିଳା ବହ୍ନିକନ୍ୟା ପାର୍ବତୀ ଗିରୀଙ୍କୁ ବାଲୁକା କଳା ମାଧ୍ୟମରେ ଭାବପୁର୍ଣ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି । ଭେଡେନରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ କୋଶଳ ଟିଭି