ବିଧାୟିକା ଙ୍କ ଦ୍ଵାରା ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସୋଲାର ଆଲୋକ “ଉର୍ଜା” ର ଲୋକାର୍ପଣ
ରେଙ୍ଗାଲିକ୍ୟାମ୍ପ , ତା ୧୯/୧..ବିଦ୍ୟୁତ୍ ଶକ୍ତିର ବିକଳ୍ପ ଭାବରେ ଅସରନ୍ତି ଶକ୍ତିର ଉତ୍ସ ଭାବରେ ବର୍ତ୍ତମାନ ସୌରକିରଣ ର ବ୍ୟବହାର କରି ଆଲୋକିକରଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ସରକାରଙ୍କ ଦ୍ବାରା ସୌର ଉର୍ଜା ଦ୍ବାରା ପରିଚାଳିତ ସୋଲାର ଆଲୋକ ବ୍ୟବସ୍ଥା କରାଯାଉ ଛି ।ଏହି ଯୋଜନା ରେ ଆଜି ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଏକ ସୋଲାର ଆଲୋକ ବ୍ୟବସ୍ଥାର ସ୍ଥାପନା କରାଯାଇଛି ।ସ୍ଥାନୀୟ ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଙ୍କ କରକମଳରେ ଆଜି ଏହାର ଲୋକାର୍ପଣ ହୋଇଛି ।ଏହି ଅବସରରେ ସ୍ବାସ୍ଥ୍ୟ କେନ୍ଦ୍ର ର ମୁଖ୍ୟ ଚିକିତ୍ସା ଅଧିକାରୀ ରବି ନାରାୟଣ ମିଶ୍ର, ଜନ ସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ହିରାଲଲ ମେହେର, ଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳକ ସୁଧାଂଶୁ ପ୍ରଧାନ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ । ଅତାବିରା ରୁ ଆକାଶ ମିଶ୍ରଙ୍କ ରିପୋର୍ଟ କୋଶଳ ଟିଭି