HomeKoshalTv Exclusiveମଧୁବାବୁ ପେନସନ ଯୋଜନାରେ ୯୩ ଜଣ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ

ମଧୁବାବୁ ପେନସନ ଯୋଜନାରେ ୯୩ ଜଣ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ

ମଧୁବାବୁ ପେନସନ ଯୋଜନାରେ ୯୩ ଜଣ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ

ରେଙ୍ଗାଲିକ୍ୟାମ୍ପ, ତା ୧୯/୧…ଆଜି ଅତାବିରା ଏନ୍ ଏ ସି କାର୍ଯ୍ୟାଳୟରେ ଅଧ୍ୟକ୍ଷା ଗୀତାଞ୍ଜଳି ଭୋରାସାଗର୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସ୍ଥାନୀୟ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ କାଉନସିଲର ବନମାଳୀ ବରିହା,ରଘୁ ବାରିକ୍,ମନୋଜ ପ୍ରଧାନ,ଆରତୀ ନାଏକ, ପ୍ରକାଶ ପ୍ରଧାନ ଓ ଏନ୍ ଏ ସି ର ବିଧ୍ୟାୟିକା ପ୍ରତିନିଧି ଟଙ୍କଧର ଦାଶ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ମଂଚାସିନ ଥିଲେ । କର୍ମଚାରୀ ପ୍ରଦୀପ ପ୍ରଧାନ ସଂଯୋଜନା ଓ ମଞ୍ଚ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଶ୍ରୀମତୀ ଛୁରିଆ ଏନ୍ ଏ ସି ଅନ୍ତର୍ଗତ ୧୨ ଟି ୱାର୍ଡ ରୁ ଆସିଥିବା ମଧୁବାବୁ ପେନସନ ଯୋଜନାରେ ରେ ଅନ୍ତର୍ଭୁକ୍ତ ହିତାଧିକlରୀ ମାନଙ୍କ ତଥା ଅଞ୍ଚଳର ସମସ୍ୟା ଓ ଅସୁବିଧା ଉପରେ ପଚାରି ବୁଝିଥିଲେ । ଜେଉସବୁ କାମ ଅଧାରେ ରହିଛି ସେ ସବୁ କୁ ଅତିଶିଘ୍ର ସମ୍ପୂର୍ଣ କରିବା ପାଇଁ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ କହିଥିଲେ ।ଏହାପରେ ମଞ୍ଚସ୍ଥ କାଉନସିଲର ମାନଙ୍କ ଉପସ୍ଥିତିରେ ହିତାଧିକାରୀ ମାନଙ୍କୁ ବାର୍ଦ୍ଧକ୍ୟ, ବିଧବା ,ଭିନ୍ନକ୍ଷମ ଓ ଅବିବାହିତା ୯୩ ଜଣଙ୍କୁ ଭତ୍ତା ପ୍ରଦାନ କରିଥିଲେ । ଅବଶିଷ୍ଟ ହିତାଧିକାରୀ ,ଯେଉଁମାନେ ଏହି ପେନସନ ଯୋଜନାରେ ସାମିଲ ହେବା ପାଇଁ ଯୋଗ୍ୟ କିନ୍ତୁ ଭତ୍ତା ରୁ ବଞ୍ଚିତ ଅଛନ୍ତି ,ସେମାନଙ୍କୁ ଚିହ୍ନଟ କରି ଯଥାଶୀଘ୍ର ତାଙ୍କୁ ସାମିଲ କରିବା ପାଇଁ ବିଭାଗୀୟ କର୍ମକର୍ତ୍ତା ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଏନ୍ ଏ ସି ର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିବା ବେଳେ କାର୍ଯ୍ୟନିର୍ବାହୀ ଅଧିକାରୀ ଜୟକୃଷ୍ଣ ପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ । ଅତାବିରା ରୁ ଆକାଶ ମିଶ୍ରଙ୍କ ରିପୋର୍ଟ କୋଶଳ ଟିଭି

LEAVE A REPLY

Please enter your comment!
Please enter your name here

Must Read

Google search engine