ପୁଣି ମୁହାଇଲେ ଡକାୟତ ଦଳ … ୧୫ ଲକ୍ଷ ଟଙ୍କାର ମୋବାଇଲ ନେଇ ଚଂପଟ
ରେଙ୍ଗାଲି କ୍ୟାମ୍ପ ତା,୨୦/୧… କିଛି ଦିନର ବିରତି ପରେ ପୁଣି ଆଜି ଅତାବିରାରେ ଦେଖିବାକୁ ମିଳିଛି ଡକାୟତ ଦଳଙ୍କ ଦୌରତ୍ମ୍ୟ ।ଆଜି ସକାଳ ୪ ଟା ୨୭ ରେ ଘଟିଛି ଏକ ବଡ଼ ଧରଣର ଚୋରି ଘଟଣା ।ଜାତୀୟ ରାଜପଥ କଡ଼ରେ ରହିଥିବା ଚୌଧୁରୀ ଏଜେନ୍ସି ର ସଟର ତାଡି ପ୍ରାୟ ୧୫ ଲକ୍ଷ ଟଙ୍କାର ମୋବାଇଲ ଚୋରି କରି ନେଇଛନ୍ତି ଡକାୟତ ମାନେ। ସକାଳେ ଦୋକାନ ଖୋଲିବାକୁ ଆସିଲା ବେଳେ ଦୋକାନ ମାଲିକ ରାଜୀବ ଚୌଧୁରୀ ସଟର କିଛି ଖୋଲା ଥିବା ଦେଖି ସନ୍ଦେହ କରିଥିଲେ ।ପରେ ଦୋକାନ ଖୋଲିଲା ବେଳକୁ ଦୋକାନରେ ଆଉ କିଛି ନଥିଲା ।


ଏମିତିକି ଧରା ନ ପଡ଼ିବା ପାଇଁ ଦୋକାନରେ ଲାଗିଥିବା ସି ସି କେମେରା ର ଡି ବି ମଧ୍ୟ କାଟି ନେଇଛନ୍ତି । ନିକଟସ୍ଥ ଦୋକାନରେ ଲାଗିଥିବା ସି ସି କେମେରା ଫୁଟେଜ ରୁ ଜନ ପଡ଼ିଛି ଯେ ସାତଜଣ ଚୋର ଏଥିରେ ସାମିଲ ଅଛନ୍ତି ।୪ ଟା ୨୭ ରେ ଆସି ଜଣକୁ ଭିତରକୁ ପସେଇ ଅନୁମାନ ଚାଲି ଯାଇଥିଲେ ।କିଛି ସମୟ ପରେ ପୁଣି ଅନ୍ୟ ମାନେ ଆସି ଭିତରେ ପଶିଥିବା ବ୍ୟକ୍ତି ସହ ସମସ୍ତ ଜିନିଷ ପତ୍ର ଧରି ଫେରାର ମାରିଥିଲେ । ଏ ନେଇ ଦୋକାନ ମାଲିକ ଅତାବିରା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ଫଳରେ ଥାନା ଅଧିକାରୀ ଅନିଲ କୁମାର ବେହେରା ସଦଲ ବଳେ ସାଇଣ୍ଟିଫିକ ଦଳ ଙ୍କୁ ଡ଼କାଇ ସନ୍ଧlନୀ କୁକୁର ସହିତ ଘଟଣା ସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଥିଲେ । ସନ୍ଧlନୀ କୁକୁର ର ଅନୁସନ୍ଧାନ ରୁ ଡକାୟତ ଦଳ ଲଦେରପାଲି ଛକ ପର୍ଯ୍ୟନ୍ତ ଯାଇଥିବା ଜନ ସାଧାରଣ ରେ ଚର୍ଚ୍ଚା ହେଉଛି ।

ଗତ ଅକ୍ଟୋବର ମାସରେ ଏମିତି ଏକ ଘଟଣା ଘଟିଥିଲା ଦୁର୍ଗା ମନ୍ଦିର ନିକଟରେ ଥିବା ଏମ୍ ଆଇ ଷ୍ଟୋର/ ମୋବାଇଲ ଦୋକାନରେ । ଡକାୟତ ଦଳ ଙ୍କ ଚେଷ୍ଟା ବିଫଳ ହୋଇଥିଲା ସତ,କିନ୍ତୁ ସେମାନେ ସଟର ତାଡ଼ି ସାରିଥିଲେ । ସେମାନେ ଆଜି ପର୍ଯ୍ୟନ୍ତ ଧରା ପଡ଼ି ନଥିବା ବେଳେ ସେହି ଘଟଣା ର ଅନୁରୂପ କୌଶଳ ଆଜି ର ଏହି ଚୋରି ଘଟଣା ରେ ପ୍ରୟୋଗ ହୋଇଥିବା ସି ସି ଫୁଟେଜ ରୁ ଜଣା ପଡ଼ିଛି । ତେବେ ଏହି ଡକାୟତ ଦଳଙ୍କ ଦୌରତ୍ମ୍ୟତେ ଦୋକାନୀ ତଥା ବ୍ୟବସାୟୀଙ୍କ ଆଖିରୁ ନିଦ ହଜିଯାଇଛି ।ପୋଲିସ ମଧ୍ୟ ଏମାନଙ୍କୁ ଧରିବା ପାଇଁ ତାର ଉଦ୍ୟମ ଯାଇରଖିଛି।ତେବେ ଦେଖାଯାଉ ଏହି ଡକାୟତ ଦଳ ଆଉ କେତେ ଦିନ ପର୍ଯ୍ୟନ୍ତ ଆରାମର ନିଦରେ ଶୋଇ ପାରୁଛନ୍ତି? ଅତାବିରା ରୁ ଆକାଶ ମିଶ୍ରଙ୍କ ରିପୋର୍ଟ କୋଶଳ ଟିଭି