HomeKoshalTv Exclusiveଅତାବିରା ବସଷ୍ଟାଣ୍ଡ ଛକରେ ଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନକୁ ବିରୋଧ

ଅତାବିରା ବସଷ୍ଟାଣ୍ଡ ଛକରେ ଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନକୁ ବିରୋଧ

ରେଙ୍ଗାଲିକ୍ୟାମ୍ପ, ତା ୨୦/୧.. ଅତାବିରା ବସଷ୍ଟାଣ୍ଡ ଛକରେ ରହିଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନ ଖୋଲିବା ନେଇ ଦୀର୍ଘ ଦିନରୁ ଅଞ୍ଚଳର ଜନ ସାଧାରଣ ବିରୋଧ କରି ଆସୁଥିଲେ । ବରଗଡ଼ ଜିଲ୍ଲାପାଳ ଙ୍କୁ ଏ ନେଇ ଅଭିଯୋଗ କରିବା ପରେ ଗତ ଡିସେମ୍ବର ୧୩ ତାରିଖ ଦିନ ଜିଲ୍ଲାପାଳ ନିଜେ ଆସି ଏହି ମଦ ଦୋକାନ ର ସ୍ଥାନାନ୍ତରଣ ନ ହେବା ପର୍ଯ୍ୟନ୍ତ ବନ୍ଦ ରହିବା ବୋଲି ଜିଲ୍ଲାପାଳ ଅଞ୍ଚଳ ବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।କିନ୍ତୁ ଆଜି ପୁଣି ଉକ୍ତ ସିଲ୍ ହୋଇଥିବା ମଦ ଦୋକାନ କୁ ଖୋଲିବା ପାଇଁ ଅବକାରୀ ବିଭାଗର ବରଗଡ଼ ସର୍କଲ ଇନ୍ସପେକ୍ଟର ଏସ ଦାଶ,ମୋବାଇଲ ଇନ୍ସପେକ୍ଟର ଆର୍ ଲେକ୍ରା,ସଭ୍ୟ ଇନ୍ସପେକ୍ଟର ମୋହନ ପ୍ରଧାନ,ଅତାବିରା ଅବକାରୀ ଅଧିକାରିଣୀ ଏସ ଆଇ ଆରତୀ ମିଞ୍ଚ ପ୍ରମୁଖ ପହଞ୍ଚିଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ତାଙ୍କୁ ଦୋକାନ ଖୋଲିବାକୁ ମନା କରିଥିଲେ ।ପରେ ୱାର୍ଡ ନଂ ୮ ଓ ୯ ର ସମସ୍ତ ମହିଳା ମାନେ ଆସି ଦୋକାନ ସମ୍ମୁଖରେ ରହି ଦୋକାନ ବନ୍ଦ ରହିବ ବୋଲି କହିଥିଲେ ।ସେମାନଙ୍କ କହିବା ଅନୁସାରେ ଏହି ମଦ ଦୋକାନ ଯୋଗୁ ଅନେକ ଅପ୍ରୀତିକର ଘଟଣା ଘଟିବା ସହିତ ସ୍କୁଲ୍ କଲେଜର ଛତ୍ର ଛାତ୍ରୀ ତଥା ଅଞ୍ଚଳର ମହିଳା ମାନେ ଏହି ରାସ୍ତା ଦେଇ ଯିବା ଆସିବାରେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି ।ଜାତୀୟ ରାସ୍ତା କଡ଼ରେ ତଥା ଅତାବିରା ମୁଖ୍ୟ ଛକରେ ଏମିତି ମଦ ଦୋକାନ ଖୋଲିବା ଅଞ୍ଚଳ ପାଇଁ କେବେହେଲେ ଅନୁକୂଳ ନୁହେଁ ।ତେଣୁ ଏହାକୁ ଅନ୍ୟ କୌଣସି ଜାଗାକୁ ସ୍ଥାନାନ୍ତର କରା ନ ଯିବା ଯାଏଁ ଏହା ବନ୍ଦ ରହିବ।କୌଣସି ପରିସ୍ଥିତିରେ ଏହାକୁ ଖୋଲାଗଲେ ସେମାନେ ଧାରଣା ରେ ବଡିବେ, ।ଏଥିପାଇଁ ଯଦି କିଛି ଶୃଙ୍ଖଳାଗତ ପରିସ୍ଥିତି ସୃଷ୍ଟି ହୁଏ ତେବେ ,ଏଥିପାଇଁ ପ୍ରଶାସନ ଦାୟୀ ରହିବେ ବୋଲି ମହିଳା ତଥା ଜନ ସାଧାରଣ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଜଣ ସାଧାରଣ ଅଡି ବସିବା ପରେ ଫେରିଯାଇଥିଲେ ଚାରି ପ୍ଲାଟୁନ ଅବକାରୀ ଦଳ ।
ତେବେ ଏଠି ପ୍ରଶ୍ନ ଉଠିଛି ଯେ ଜନ ସାଧାରଣ ଙ୍କ ବିରୋଧ ସତ୍ତ୍ଵେ ପୁଣି ପ୍ରଶାସନ ର କେଉଁ ସ୍ୱାର୍ଥରେ ଏହି ମଦ ଦୋକାନ ଖୋଲିବା ପାଇଁ ଆସିଥିଲେ ଅବକାରୀ ବିଭାଗ?


ମୁଖ୍ୟ ଛକ ଉପରେ ମଦ ଦୋକାନ ଖୋଲିବା ପାଇଁ କେମିତି ନିର୍ଦ୍ଦେଶ ଦିଆଯାଇଛି? ଗୋଟିଏ ପଟେ
ଜନତାଙ୍କ ସୁରକ୍ଷା ପାଇଁ ଆଜି ଅନେକ ପ୍ରକାର ସଚେତନତା କାର୍ଯ୍ୟକ୍ରମ କରାଯାଉଛି ମଦ ବିରୋଧ ତଥା ନିଶା ନିବାରଣ ପାଇଁ, ଆଉ ଅନ୍ୟପଟେ ଅବକାରୀ ବିଭାଗ ନିଜେ ଆଦି ଦୋକାନ ଖୋଲୁଛି ବଡ ଆଶ୍ଚର୍ଯ୍ୟର କଥା! 50 ମିଟର ଦୂରରେ ରହିଛି ଦୁର୍ଗା ମନ୍ଦିର,୫୦ ମିଟର ଦୂରରେ ରହିଛି ବାଳିକା ବିଦ୍ୟାଳୟ,ବସଷ୍ଟାଣ୍ଡ ରେ ବସ୍ କୁ ଅପେକ୍ଷା କରୁଛନ୍ତି କଲେଜ୍ ଛାତ୍ର ଛାତ୍ରୀ। ତେବେ କଣ ହେବ ତାଙ୍କର ଭବିଷ୍ୟତ ଏମିତି ଏକ ପରିବେଶରେ? ଏହି ମଦ ଦୋକାନ ଆଗରେ ଛିଡ଼ା ହେଉଛନ୍ତି ଆଜିର କଲେଜ୍ ଛାତ୍ର ,କଣ ତାଙ୍କର ମନିବୃତ୍ତି ହେବ କଣ ଏମିତି ପରିସ୍ଥିତିରେ ? ଏମିତି ଅନେକ ପ୍ରଶ୍ନ ବlଚୀର ସୁଅ ଛୁଟିଥିଲା ଅବକାରୀ ଦଳଙ୍କୁ ଜନତାଙ୍କର ।କୌଣସି ଉତ୍ତର ରଖିପାରି ନଥିଲେ।ଶେଷରେ ଫେରିଗଲେ ,କିନ୍ତୁ ଏବେ ବି ଧାରଣା ରତ ସାଧାରଣ ଜନତା। ଅତାବିରା ରୁ ଆକାଶ ମିଶ୍ରଙ୍କ ରିପୋର୍ଟ କୋଶଳ ଟିଭି

LEAVE A REPLY

Please enter your comment!
Please enter your name here

Must Read

Google search engine