ପଦ୍ମଶ୍ରୀ ହଳଧର ଓ ହରିପାଲ ଙ୍କ କୋଶଳୀ କଳା ରେ ଦୁଲୁକିଲା ଗୋଡଭଗା ଜନତା ହାଇସ୍କୁଲ ର ବାର୍ଷିକ ଉତ୍ସବ…..

ରେଙ୍ଗଲିକେମ୍ପ, ତା ୨୧/୧ . ଆଜି ଗୋଡଭଗା ଜନତା ଉଚ୍ଚ ବିଦ୍ୟାଳୟ ଠାରେ ୩୮ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଉତ୍ସବ ରେ ପଦ୍ମଶ୍ରୀ ହଳଧର ନାଗ ଓ ଜିତେନ୍ଦ୍ର ହରିପାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ମୁଖ୍ୟ ବକ୍ତା ଆଲୁମିନା କମିଟି ର ସଭାପତି ସରୋଜ କୁମାର ମିଶ୍ର,ସ୍କୁଲ ପରିଚାଳନା କମିଟି ର ସଭାପତି ପୁଷ୍ପଲତା ସିଂ,ବିଜ୍ଞାନ ଶିକ୍ଷୟିତ୍ରୀ ନିଳୀମା ସାହୁ,କଳାମାଟି ସରପଞ୍ଚ ସୁଷମା ସାହୁ ମଞ୍ଚାସିନ ରହିଥିଲେ।ସ୍କୁଲ ର ପ୍ରଧାନ ଶିକ୍ଷକ ଅଦନ ସୁନା ଙ୍କ ଅଧ୍ୟକ୍ଷତା ରେ ମଞ୍ଚାସିନ ଅତିଥି ମାନେ ବାଗ ଦେବୀ ସରସ୍ଵତୀ ଓ ଗଣେଶ ଙ୍କ ଫଟୋ ଚିତ୍ରରେ ମନ୍ତ୍ର ଉଚ୍ଚାରଣ ପୂର୍ବକ ଧୂପ ଦୀପ ଦେଇ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ଶିକ୍ଷୟିତ୍ରୀ ନନ୍ଦିନୀ ହୋତା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ରଞ୍ଜୁଲତା ମିଶ୍ର ମଞ୍ଚ ପରିଚାଳନା କରିଥିଲେ।ଶିକ୍ଷକ ବରୁଣ କୁମ୍ଭାର ବାର୍ଷିକ ବିବରଣୀ ପଠନ କରିଥିଲେ।


ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଏନ୍ ସି ସି କେଡେଡ୍ ଛାତ୍ରଛାତ୍ରୀ ମାନଙ୍କ ପ୍ରମୁଖ ଭୂମିକା ରହିଥିଲା।ପୂର୍ବରୁ ହୋଇଥିବା ବିଭିନ୍ନ କ୍ରୀଡା ପ୍ରତିଯୋଗିତା ରେ ଉନ୍ନୀତ ହୋଇଥିବା ସିନିୟର୍ ବାଳିକା,ବାଳକ ଓ ଜୁନିୟର ବାଳକ ବାଳିକା ରେ ଚମ୍ପିଆନ୍ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ମାନଙ୍କ ଠାରୁ ଟ୍ରଫି ସହ ମାନ ପତ୍ର ପ୍ରଦାନ କରାଯାଇଥିଲା।ଆଜିର ଏହି ଉତ୍ସବ ରେ ପଦ୍ମଶ୍ରୀ ହଳଧର ଓ ଜିତେନ୍ଦ୍ର ଙ୍କ ଗୀତ,ନାଚ ଓ କବିତା ରେ ଉତ୍ଫୁଳିତ ହୋଇଉଠିଥିଲା ଗୋଡ ଭଗା ଜନତା ହାଇସ୍କୁଲ।ପଦ୍ମଶ୍ରୀ ନାଗ ତାଙ୍କ ବକ୍ତବ୍ୟ ରେ କୃଷ୍ଣ ଙ୍କର ଚାହାଣି କୁ ନେଇ ବିଭିନ୍ନ ଭାଷାରେ କ୍ରିକେଟ ନିର୍ମାଣ ତଥା ଜ୍ଞାନ କୌଶଳ କୁ ଆଧାରିତ କରି ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ।ସେହିପରି ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ ନିଜ ଅଭିଭାଷଣ ରେ ପାଠ୍ୟ କ୍ରମ ସହ ନାଚ ଗୀତ ରେ ଧ୍ୟାନ ଦେଇ ଜ୍ଞାନ କୁ ଆହରଣ କରିବା ପାଇଁ ପ୍ରକାଶ କରିଥିଲେ।ଦ୍ଵିତୀୟ ପର୍ଯ୍ୟାୟର ରେ ନାଚ,ଗୀତ,ନୃତ୍ୟ ପରିବେଷଣ ହୋଇଥିଲା।ଉତ୍ସବ କୁ ମିଳି ଦାସ, କଲ୍ୟାଣୀ ସାମନ୍ତ,ଏନ୍ ସି ସି ଅଧିକାରୀ ରାଜେଶ ପଟେଲ,ଅମିୟ ପଟ୍ଟନାୟକ,ରମେଶ ଛନ୍ଦ,ସୁମିତ୍ରା ଭୁଏ,ତପସ୍ଵିନୀ ବଢେଇ,ନିତା ବାଗ,ସାବିତ୍ରୀ ମିର୍ଦ୍ଧା,କୈଳାସ ମେହେର ତଥା ଅବିଭାବକ, ଅବିଭାବିକା ପ୍ରମୁଖ ଙ୍କ ସକ୍ରିୟ ସହଯୋଗ ରହିଥିବା ବେଳେ ଶିକ୍ଷୟିତ୍ରୀ ନନ୍ଦିନୀ ହୋତା ଧନ୍ୟବାଦ୍ ଅର୍ପଣ କରିଥିଲେ। ଅତାବିରା ରୁ ଆକାଶ ମିଶ୍ରଙ୍କ ରିପୋର୍ଟ କୋଶଳ ଟିଭି