HomeKoshalTv Exclusiveଲରମ୍ଭା କଲେଜରେ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ

ଲରମ୍ଭା କଲେଜରେ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ

ଲରମ୍ଭା କଲେଜରେ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ –

ଅତାବିରା ବ୍ଲକ ସ୍ଥିତ ଲରମ୍ଭା କଲେଜରେ ୪୮ ତ’ମ ବାର୍ଷିକ କ୍ରୀଡା ଉତ୍ସବ ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଦୁଇ ଦିନ ଧରି ଅନୁଷ୍ଠିତ ହୋଇ ଯାଇଅଛି। ବିଭିନ୍ନ ପ୍ରତିଯୋଗିତାର ସମାପନ ପରେ ମୁଖ୍ୟ ଅତିଥି ଶ୍ରୀ ସଦାଶିବ ପୁରୋହିତ , ସମ୍ମାନିତ ଅତିଥି ଶ୍ରୀ ରବିନାରାୟଣ ପଣ୍ତା, ଶ୍ରୀ ଅଶ୍ବିନୀ କୁମାର ପ୍ରଧାନ, ଶ୍ରୀମତୀ ସାବିତ୍ରୀ ପଣ୍ତା ଯୋଗ ଦେଇ କୃତି ପ୍ରତିଯୋଗି ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।

ଚଳିତ ବର୍ଷ ଶ୍ରୀ ଦେବଦତ୍ତ ବିଶ୍ବାଳ ଙ୍କୁ ବିଶିଷ୍ଟ ଖେଳାଳି ଭାବରେ ସମ୍ମାନିତ କରାଯାଇଥିଲା । ବରିଷ୍ଠ ବାଳକ ବିଭାଗରୁ ରତନ ନାଏକ କନିଷ୍ଠ ବାଳକ ବିଭାଗରୁ ମାନସ ଭୋସାଗର ଓ ମିଳିତ ବାଳିକା ବିଭାଗରୁ ପ୍ରାଚୀ କର୍ଣ୍ଣ ଚମ୍ପିୟାନ ହୋଇଥିଲେ । ଖେଳ ଶିକ୍ଷକ ଚିତ୍ତ ରଂଜନ ଛନ୍ଦ, ଶୁଭ୍ରାଂଶୁ ସାହୁ, ରମେଶ ସେଠ, ପ୍ରିତମ ପଣ୍ତା, ସୁଧିପ୍ତ ସାହୁ , ରାଜେଶ ଭୋଇ , ହରିଶ ପାତ୍ର କ୍ରୀଡା ପ୍ରେମୀ ବିନୟ ନାୟକ, ସୁଶୀଳ ମହାକୁର, ସୁନୀଳ ସିଂ ଖେଳ ପରିଚାଳନା କରିଥିଲେ । ମହାବିଦ୍ୟାଳୟର ପ୍ରଫେସର ଅଶୋକ ମହାନ୍ତି, ମୁଖ୍ୟ କିରାଣି ପ୍ରମୋଦ ଚନ୍ଦ୍ର ସେଠ, ଅଧ୍ୟାପକ ସରୋଜ ନାୟକ, ପବିତ୍ରମାହାଣା, ରଂଜିତ ପ୍ରଧାନ ସହ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ଶେଷରେ ସିଦ୍ଧେଶ୍ବର ପଧାନ ଧନ୍ୟବାଦ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Must Read

Google search engine