HomeKoshalTv Exclusiveଛାତ୍ର ଛାତ୍ରୀ ମାନଙ୍କ ସୁପ୍ତ ପ୍ରତିଭା କୁ ଉଦ୍ଭାସିତ କରିବା ପାଇଁ ମାତୃପୁରୀ ର ଉତ୍ସବ...

ଛାତ୍ର ଛାତ୍ରୀ ମାନଙ୍କ ସୁପ୍ତ ପ୍ରତିଭା କୁ ଉଦ୍ଭାସିତ କରିବା ପାଇଁ ମାତୃପୁରୀ ର ଉତ୍ସବ “‘ ଉତ୍ସାହ “‘ ସମ୍ପନ୍ନ

ଛାତ୍ର ଛାତ୍ରୀ ମାନଙ୍କ ସୁପ୍ତ ପ୍ରତିଭା କୁ ଉଦ୍ଭାସିତ କରିବା ପାଇଁ ମାତୃପୁରୀ ର ଉତ୍ସବ “‘ ଉତ୍ସାହ “‘ ସମ୍ପନ୍ନ

ରେଙ୍ଗାଲିକ୍ୟାମ୍ପ, ତା ୨୨/୧
ଲାଦେର ପାଲି ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ରେ
ଶ୍ରୀ ଅରବିନ୍ଦ ପ୍ରଦର୍ଶିତ.ପୂର୍ଣ୍ଣାଙ୍ଗ ଶିକ୍ଷା ପାଇଁ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପାଠ୍ୟକ୍ରମ ଅନ୍ତର୍ଗତ ବିଷୟବସ୍ତୁ ବ୍ୟତୀତ ସେମାନଙ୍କ ଅନ୍ତର୍ନିହିତ ଗୁଣାବଳୀ ର ବିକାଶ ପାଇଁ ଉପଯୁକ୍ତ ସୁଯୋଗ ସୃଷ୍ଟି କରିବା ର ଆବଶ୍ୟକତା କୁ ଦୃଷ୍ଟିରେ ରଖି ବାର୍ଷିକ ଉତ୍ସବ “”ଉତ୍ସାହ”” ଅନୁଷ୍ଠିତ ହୋଇ ଯାଇ ଅଛି । ଦୁଇଟି ପର୍ଯ୍ୟାୟ କ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମ ର ପ୍ରଥମ ଅଧିବେଶନ ରେ ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଜୟ କୃଷ୍ଣ ପାତ୍ର ମୁଖ୍ୟ ଅତିଥି,ଶ୍ରୀଯୁକ୍ତ ରାଧାକାନ୍ତ ମିଶ୍ର , ଆବାହକ ଶ୍ରୀ ଅରବିନ୍ଦ ପାଠ ଚକ୍ର ସଂଗଠନ ବରଗଡ଼ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ ଥିଲେ।ସଭାପତି ଶ୍ରୀଯୁକ୍ତ ଶେଷଦେବ ନାୟକଙ୍କ ଅଧ୍ୟକ୍ଷତାରେ ଅନଷ୍ଠିତ ସଭା ରେ ଅଧ୍ୟକ୍ଷ ଶ୍ରୀ ଟି କେଲାଲ୍ ଚାନ୍ଦ, ଶ୍ରୀ ସୁବୋଧ ବାରିକ ଉପାଧ୍ୟକ୍ଷ ଶ୍ରୀ ଯତୀନ୍ଦ୍ର ପ୍ରଧାନ ମଞ୍ଚାଷିନ ହୋଇଥିଲେ ।

ଶ୍ରୀ ମାଁ ଓ ଶ୍ରୀ ଅରବିନ୍ଦ ଙ୍କ ଫଟୋଚିତ୍ର ରେ ମଞ୍ଚାସୀନ ଅତିଥି ମାନଙ୍କ ଦ୍ବାରା ପୂ ଜାର୍ଚ୍ଚନା ପରେ ଛାତ୍ର୍ରର ଛାତ୍ର ଛାତ୍ରୀ ମାନଙ୍କ ସୂଳଳିତ ପ୍ରାରମ୍ଭିକ ସଙ୍ଗୀତ ର ମୂର୍ଛ୍ଚ୍ଚ ନା ରେ ପରିବେଶ ଅଧିକ ମଧୁମୟ ହୋଇଥିଲା। ପୂର୍ବରୁ କରାଯାଇ ଥିବା ବିଦ୍ଯା୍ଳୟର ବାର୍ଷିକ ପ୍ରତୀ ଯୋଗୀତା ରେ ଅତାବିରା ଦୁର୍ଗା ମନ୍ଦିରରୁ ମଶାଲ ଅଣାଯାଇ କ୍ରୀଡା ପ୍ରତିଯୋଗୀତା ଆରମ୍ଭ ହୋଇଥିଲା। ଏହି ଉତ୍ସବ ଅବସରରେ ୩୦୦ ରୁ ଉର୍ଦ୍ଧ୍ୱ କୃତି ଖେଳାଳୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା।

ସମ୍ପାଦକ କୃଷ୍ଣଚନ୍ଦ ପ୍ରଧାନ ଧନ୍ୟବାଦ୍ ଅର୍ପଣ ଓ ଶ୍ରୀ ବବୃବାହନ ମିଶ୍ର ପୁରସ୍କାର ବଣ୍ଟନ ରେ ସହଯୋଗ କରିଥିଲେ। ଦ୍ଵିତୀୟ ଅଧିବେଶନ ରେ ଅତାବିରା ନିର୍ବାଚନ ମଣ୍ଡଳୀ ର ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟ ଅତିଥି ଭାବରେ,ଅତାବିରା ବିଡ଼ିଓ ଶ୍ରୀ ପ୍ରମୋଦ ଚନ୍ଦ୍ର ମେହେର, ବେେଣୁଧର ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ। ଅଧ୍ୟକ୍ଷ ଶ୍ରୀ ଟିକେଲାଲ ଚାନ୍ଦ ଙ୍କ ଅଧ୍ୟକ୍ଷତାରେ ନିରଞ୍ଜନ ପଶାୟତ ଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଶ୍ରୀ ସରୋଜ କୁମାର ରଥ ସ୍ଵାଗତ ,ଶ୍ରୀ ଯତୀନ୍ଦ୍ର ପ୍ରଧାନ କୃତଜ୍ଞତା ଜ୍ଞାପନ କରି ଥିଲେ।ଶ୍ରୀ ବବ୍ରୁ ବାହନ ମିଶ୍ର ଓ ଯୁଗଳ କିଶୋର ସାହୁ ପୁରସ୍କାର। ବିତରଣ କାର୍ଯକ୍ରମ ରେ ସହଯୋଗ କରିଥିଲେ। ଏହି ଅବସରରେ ବାର୍ଷିକ ହାଇସ୍କୁଲ ପରୀକ୍ଷା ରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସମାଜ ସେବୀ ବିପିନ ବିହାରୀ ପ୍ରଧାନ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା। ୨୦୧୯-୨୦ ପାଇଁ ସୁଭସ୍ରୀ ପ୍ରଧାନ ,୨୦୨୦-୨୧ ପାଇଁ ଶ୍ରୀ ରୋସନ ବିଶି ,୨୦୨୧-୨୨ ପାଇଁ ଶ୍ରୀ ଦେବାଶିଷ ବେହେରା ଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।

ପରିଶେଷରେ ନୃତ୍ୟ ଗୁରୁ ଶ୍ରୀ ଉଦ୍ଧବ ଭୋଇ ଓ ବିକାଶ ନାୟକ ଙ୍କ ନିର୍ଦ୍ଦଶନାରେ ଅନୁଷ୍ଠାନ ର ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।ମାତୃପୂରୀ କଳା ଓ ସଂସ୍କୃତି ର ମୁଖ୍ୟ ଶ୍ରୀ ସରୋଜ ରଥ ଙ୍କ ନେତୃତ୍ୱରେ ଶିକ୍ଷା କେନ୍ଦ୍ର ର ହରିବୋଲ ଅ ଦାବର୍, ସୁନୀଲ ଖମାରୀ,ରତନ ଦୀପ,ଆଲୋକ ପଧାନ, ସୁଦୀପ,ଯୁଗଳ,ସରିତା, ରଞ୍ଜୁଲତା,ମିଲନିକା ଜୟଶ୍ରୀ, ତଥା ପରିଚାଳନା କମିଟି ପକ୍ଷରୁ ଶ୍ରୀ ଜୟ ପ୍ରକାଶ ଅଗ୍ରୱାଲ,ଶ୍ରୀ ଭରତ ଚୌହାନ,ଶ୍ରୀ ବିନୋଦ ପଧାନ,ଶ୍ରୀ ଉପେନ୍ଦ୍ର ମହାକୁର,ଶ୍ରୀମତୀ ସୁଶ୍ରୀ ପ୍ରଧାନ ,ବବିତା ପ୍ରଧାନ, ତଥା ଅନୁଷ୍ଠାନ ର ସମସ୍ତ ଭାଇ ଅପା ସକ୍ରିୟ ସହଯୋଗ କରିଥିଲେ।ଶେଷ ରେ ଦେବରାଜ ବେହେରା ,ଆବାହକ ଶ୍ରୀ ଅରବିନ୍ଦ ପାଠ ଚକ୍ର ସଂଗଠନ,ବରଗଡ଼ ମାତୃ ପତାକା ଅବତରଣ କରିଥିଲେ , ଅତାବିରା ରୁ ଆକାଶ ମିଶ୍ରଙ୍କ ରିପୋର୍ଟ କୋଶଳ ଟିଭି

LEAVE A REPLY

Please enter your comment!
Please enter your name here

Must Read

Google search engine