ଦୋଳ ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ l
ବୌଦ୍ଧ-୨୨/୦୧/୨୩
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରଧାନଗର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଦୋଳ ମହୋତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ବରିଷ୍ଟ କଳାକାର କପିଳେଶ୍ଵର ବାହୁଜଙ୍କ ସଭାପତତ୍ବରେ ଅନୁଷ୍ଟିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଆ ସିନେମାର ନିର୍ଦ୍ଦେଶକ ବନମାଳୀ ରଣା ଯୋଗଡେଇ ଦୋଳ ମହୋତ୍ସବ ନିମନ୍ତେ ସମ୍ପୂର୍ଣ୍ଣ ସହିଯୋଗ କରିବା ପାଇଁ ପ୍ରତିଶୃତି ଦେଇଥିଲେ l

ସମ୍ମାନିତ ଅତିଥି ଭାବେ ବୌଦ୍ଧ ଉପ କାରାଗାର ସହ ଅଧିକ୍ଷକ କିଶୋର ଚନ୍ଦ୍ର ପାଟ୍ର,ମଥୁରା ସରପଞ୍ଚ ପ୍ରଦୀପ କୁମାର କଂହର, ରାଧାନଗର ସରପଞ୍ଚ ଗଣେଶ କୁମାର ବେହେରା, ବ୍ଲକ କଳା ସଂସ୍କୃତି ସଂଘ ଉପସଭାପତି ବାଞ୍ଛାନିଧି ପ୍ରଧାନ, ହରଭଙ୍ଗା ବ୍ଲକ ପେନସନ ଧାରୀ କଳାଜାର ସଂଘ ସଭାପତି ବୈଷ୍ଣବ ମହାକୁଡ଼, ବରିଷ୍ଟ ମୃଦୁଙ୍ଗ ବାଦକ ଚିତ୍ତ ରଂଜନ କର୍ଣ୍ଣ ଯୋଗଦେଇ ଥିଲେ l ବିଭିନ୍ନ ଆଲୋଚନାରେ ଘନଶ୍ୟାମ ମହାକୁଡ, ପୂର୍ଣ୍ଣଚନ୍ଦ୍ର ମାଝୀ, ସଦାଶିବ ପାତ୍ର, ଜ୍ୟୋତି ରଂଜନ ପ୍ରଧାନ, ବରୁଣ କୁମାର ପ୍ରଧାନ, ସୁବାଷ ଚନ୍ଦ୍ର ଜାଲ, ନିର୍ଗୁଣ ମହାକୁଡ, ଶାନ୍ତନୁ ମହାକୁଡ, ଦେବେନ୍ଦ୍ର ମହାକୁଡ, ବଙ୍କିମ ପାତ୍ର, ହରି ନାଏକ, ସୁବାଷ ଚନ୍ଦ୍ର ଜାଲ , ଆନନ୍ଦ ଦେହୁରୀ, ନୟନ ପଣ୍ଡା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l

ସର୍ବ ସମ୍ମତି କ୍ରମେ ଆସନ୍ତା ୨୭ ତାରିଖ ଦିନ ଅପରାହ୍ନ ୨ ଘଣ୍ଟା ସମୟରେ କେଲାକଟା ଖେଳ ପଡିଆ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବ ବୋଲି ସ୍ଥିର ହୋଇଥିଲା l ଏଥିରେ ପ୍ରତ୍ୱେକ ଗ୍ରାମର ଗ୍ରାମ୍ୟ କମିଟି ସଭାପତି ସମ୍ପାଦକ, ୱାର୍ଡ ମେମ୍ବର, ମହିଳା ଗୋଷ୍ଟୀ, ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ, ବ୍ଲକ ଅଧକ୍ଷ, ବିଧାୟକ, ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ଅଧିକାରୀ ମାନକୁ ବୈଠକ ରେ ନିମନ୍ତ୍ରଣ କରିବାକୁ ସ୍ଥିର କରାଯାଇଥିଲା l ବୈଠକ ର ନିଷ୍ପତ୍ତି କ୍ରମେ ଏକ ଅସ୍ଥାୟୀ କମିଟି ଗଠନ କରାଯାଇ ସଭାପତି ଭାବେ ପ୍ରଦୀପ କୁମାର କଂହର ଓ ସମ୍ପାଦକ ଭାବେ ଗଣେଶ କୁମାର ବେହେରା ଙ୍କୁ ଦାଇତ୍ୱ ଅର୍ପଣ କରାଯାଇଥିଲା l ଶେଷର ମଥୁରା ଗ୍ରାମର ଯୁବ କଳାକାର ସୁଶାନ୍ତ କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ l ବୌଦ୍ଧ ରୁ କୁନାବେହେରା ରିପୋର୍ଟ କୋଶଳ ଟିଭି