ମଦ ଦୋକାନ ଖୋଲିବା କୁ ବିରୋଧ କରି ଧାରଣା ଆଜି ତିନି ଦିନରେ ପହଞ୍ଚିଲା…..ପ୍ରଶାସନ ନୀରବ ,ବଢୁଛି ଜନ ଅସନ୍ତୋଷ
ରେଙ୍ଗାଲିକ୍ୟାମ୍ପ, ତା ୨୨/୧… ଅତାବିରା ମୁଖ୍ୟ ଛକ / ବସଷ୍ଟାଣ୍ଡ ରେ ରହିଥିବା ଠିପି ବନ୍ଦ ମଦ ଦୋକାନ ଖୋଲିବାକୁ ବିରୋଧ କରି ଆଜି ଧାରଣା ତିନି ଦିନରେ ପହଞ୍ଚିଲା ।କିନ୍ତୁ ନୀରବ ଦ୍ରଷ୍ଟା ସାଜିିଚି ପ୍ରଶାସନ ।ପ୍ରକାଶ ଥାଉ କି ଏହି ମଦ ଦୋକାନ କୁ ନେଇ ଅଞ୍ଚଳରେ ସୃଷ୍ଟି ହେଉଥିବା ଅପ୍ରୀତିକର ପରିବେଶ ଯୋଗୁଁ ଅଞ୍ଚଳ ବଡି ଦୀର୍ଘ ଦିନ ହେଲା ଅଭାୟୋଗ କରି ଆସୁଥିଲେ ।ତେଣୁ ଗତ ଡ଼ିସେମ୍ବର ୧୩ ତାରିଖ ଦିନ ଜିଲ୍ଲାପାଳ ଆସି ଏହି ଦୋକାନ କୁ ସିଲ୍ କରିଦେଇ ଏହା ସ୍ଥାନାନ୍ତର ନ ହେବ ଯାଏଁ ବନ୍ଦ ରହିବ ବୋଲି ଅଞ୍ଚଳବାସୀ ଙ୍କୁ ପ୍ରତିଶ୍ରୁତି ଦେଇଯାଇଥିଲେ ।କିନ୍ତୁ ଗତ ୨୦ ତାରିଖ ଦିନ ଅବକାରୀ ବିଭାଗ ର କର୍ତ୍ତୃପକ୍ଷ ମାନେ ଆସି ଅଚାନକ ଭାବେ ପୁଣି ଏହି ମଦ ଦୋକାନ ଖୋଲିବାର ପ୍ରୟାସ କରିଥିଲେ ।ଏହା ଜାଣି ଅଞ୍ଚଳ ବାସୀ ବିରୋଧ କରି ମହିଳା ମାନେ ଅଡ଼ି ବସିଥିଲେ ।ଏହାର ସ୍ଥାନାନ୍ତର ଦାବି କରି ଆଜିଯାଏଁ ଧାରଣ ସ୍ଥଳରେ ଅବଲ୍ ବୃଦ୍ଧ ବନିତା ଦିନରାତି ବସିରହିଛନ୍ତି ।କିନ୍ତୁ ଅବକାରୀ ବିଭାଗ ଏନେଇ କିଛି ପଦକ୍ଷେପ ନେଇ ନଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି ।ଏହି ମଦ ଦୋକାନ ମୁଖ୍ୟ ଛକ ସ୍ଥାନରେ ଥିବାରୁ ମହିଳା ତଥା ସ୍କୁଲ୍ କଲେଜର ଛାତ୍ର ଛାତ୍ରୀ ମାନେ ନିଜକୁ ସୁରକ୍ଷିତ ମଣି ନାହାନ୍ତି ।ଯୁବ ପିଢ଼ି ରେ ମଧ୍ୟ ଏହାର କୁପ୍ରଭାବ ପଡୁଛି ।ନିଜ ନିଜର ପିଲାମାନଙ୍କ ଭବିଷ୍ୟତ କୁ ନେଇ ବାପା ମାଆ ଚିନ୍ତା ପ୍ରକଟ କରିଛନ୍ତି ।ଅଧରାନ ଜନତାଙ୍କ ତଥା ମହିଳା ମାନଙ୍କ ସୁରକ୍ଷା କୁ ନେଇ ସରକାର ଅ ନେକ ପ୍ରକାର ଜନ ସଚେତନତା , ନିଶା ନିବାରଣ ଆଦି କାର୍ଯ୍ୟକ୍ରମ କରୁଛନ୍ତି ।ହେଲେ ଏମିତି ସ୍ଥାନରେ ମଦ ଦୋକାନ ଖୋଲିବା ପାଇଁ ଅନୁମତି ଦେବାରେ ସରକାରଙ୍କ ବା ଅବକାରୀ ବିଭାଗର କି ସ୍ବାର୍ଥ ରହିଛି ବୋଲି ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଥିରେ କିଏ ଚାପ ସୃଷ୍ଟି କରୁଛି ?ଯେଉଁଠି ଜନ ସାଧାରଣଙ୍କ ସୁରକ୍ଷା ପ୍ରତି ପ୍ରଶ୍ନ ଉଠୁଛି ସେଇଠି ପ୍ରଶାସନ ଏଭଳି ଚିନ୍ତାଧାରା ଲକଙ୍କୁ ବିସ୍ମିତ କରିଛି ।ତେବେ ଦେଖାଯାଉ ଆଉ କେତେ ଦିନ ଜନ ସାଧାରଣ ଙ୍କ ସୁରକ୍ଷା ସହ ଅବକାରୀ ବିଭାଗ ଖେଳ ଖେଳୁଛନ୍ତି ନ ଏହାର ସ୍ଥାନାନ୍ତର ନେଇ ପଦକ୍ଷେପ ନେଉଛନ୍ତି ? ଅତାବିରା ରୁ ଆକାଶ ମିଶ୍ରଙ୍କ ରିପୋର୍ଟ କୋଶଳ ଟିଭି