ମାତୃପୁରି ରେ ନେତାଜୀ ଓ ସାଏ ଙ୍କ ଜୟନ୍ତୀ ଅବସରରେ ସ୍କାଉଟ /ଗାଇଡ ମାନଙ୍କ ଦୀକ୍ଷା ଗ୍ରହଣ ଉତ୍ସବ ସମ୍ପନ୍ନ
ରେଙ୍ଗାଲିକ୍ୟାମ୍ପ, ତା ୨୩/୧ ଆଜି ଓଡିଶା ମାଟିର ଦୁଇ ବୀରପୁତ୍ର ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବିର ସୁରେନ୍ଦ୍ର ସାଏ ଙ୍କ ପବିତ୍ର ଜନ୍ମଜୟନ୍ତୀ ଅବସରରେ ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ମାତୃପୂରି ଠାରେ ନୂତନ ଭାବେ ଗଢି ଉଠିଥିବା ସ୍କାଉଟ୍/ ଗାଇଡ ୟୁନିଟ ର ଦୀକ୍ଷା ଗ୍ରହଣ ଉତ୍ସବ ସମ୍ପନ୍ନ ହୋଇଯାଇଛି ।


ମlତୃପୁରି ର ଅଧ୍ୟକ୍ଷ ଟିକେଲାଲ ଚାନ୍ଦ ଙ୍କ ଅଧ୍ୟକ୍ଷତା କ୍ରମେ ପ୍ରଥମେ ବିଦ୍ୟାଳୟ ପରିସରରେ ଓଡ଼ିଶାର ସେଇ ସୁଯୋଗ୍ୟ ବୀର ପୁତ୍ର ମାନଙ୍କର ଜନ୍ମ ଜୟନ୍ତୀ ପାଳନ କରାଯାଇଥିଲା ଏବଂ ଦ୍ଵିତୀୟ ପର୍ଯ୍ୟାୟ ଭାବରେ ସ୍କାଉଟ୍ ଗାଇଡ ମାନଙ୍କ ଦୀକ୍ଷା ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା ନିକଟସ୍ଥ ଲlଦେର ପାଲି ଖେଳ ପଡିଆଠାରେ।ଉଭୟ କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ସଭାପତି ଶେଷଦେବ ପ୍ରଧାନ,ସମ୍ପାଦକ କୃଷ୍ଣ ଚନ୍ଦ୍ର ପ୍ରଧାନ ଓ କୋଷାଧ୍ୟକ୍ଷ ଜୟପ୍ରକାଶ ଅଗ୍ରୱାଲ ନିମନ୍ତ୍ରିତ ଅତିଥି ଭାବରେ ମଞ୍ଚlସିନ ଥିଲେ । ଜୟନ୍ତୀ ଉତ୍ସବକୁ ଶିକ୍ଷକ ନିରଞ୍ଜନ ପଶାୟତ ପରିଚାଳନା କରିଥିବା ବେଳେ ଯତୀନ୍ଦ୍ର ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ ।


ଏହାପରେ ସମସ୍ତ ସ୍କାଉଟ୍ ଓ ଗାଇଡ ତଥା ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ,ଅତିଥି ମାନେ ନିକଟସ୍ଥ ଖେଳପଡିଆ ଠାରେ ସମ୍ମିଳିତ ହୋଇଥିଲେ । ବିଦ୍ୟାଳୟ ରେ ନୂତନ ଭାବରେ ଖୋଲାଯାଇଥିବା ରାଣାପ୍ରତାପ ସ୍କାଉଟ୍ ଟ୍ରୁପ୍ ଓ ରାଣୀ ଲକ୍ଷ୍ମୀବାଇ ଗାଇଡ କମ୍ପାନୀର ୩୨ ଜଣ ଲେଖାଏଁ ସ୍କାଉଟ୍ ଓ ଗାଇଡ ଶପଥ ଗ୍ରହଣ କରିଥିଲେ। ଜିଲ୍ଲା ତାଲିମ କମିଶନର, ଗାଇଡ ଶ୍ରୀମତୀ ଅନୁସୁୟl ଦେବତା ଙ୍କ ତତ୍ବାବଧାନରେ ଆୟୋଜିତ ଏହି ଦୀକ୍ଷା ଗ୍ରହଣ ଉତ୍ସବରେ ପ୍ରଥମେ ସ୍କାଉଟ୍ ଗାଇଡ ର ପତାକା ଉତ୍ତୋଳନ କରାଯାଇ ଥିଲା।ଏହାପରେ ରାଣୀ ଲକ୍ଷ୍ମୀ ବାଈ ଗାଇଡ କମ୍ପାନୀ ର ଚାରିଟି ପେଟ୍ରୋଲ କୁ ପର୍ଯ୍ୟାୟ କ୍ରମେ ଶପଥ ପାଠ କରାଇ ଶ୍ରୀମତୀ ଦେବତା ତାଙ୍କୁ ସଦସ୍ୟତା ବ୍ୟାଜ ପିନ୍ଧାଇ ଥିଲେ । ଗାଇଡ କ୍ୟାପଟେନ ମିଲାନିକା ନନ୍ଦ ସ୍କlର୍ଫ ଓ ୱାଗଲ ପ୍ରଦାନ କରି ସେମାନଙ୍କୁ ବିଶ୍ଵ ଗାଇଡ ସଂସ୍ଥା ର ସଦସ୍ୟା ଭାବରେ ସ୍ଵାଗତ ଜଣାଇଥିଲେ।ଠିକ୍ ସେହିପରି ସ୍କାଉଟ୍ ମାଷ୍ଟର ହରିବୋଲ ଅଦାବର ରଣପ୍ରତାପ ସ୍କlଉଟ୍ ଟ୍ରୁପ ର ଚାରିଟି ପେଟ୍ରୋଲ କୁ ଶପଥ ପାଠ କରାଇ ସେ ମାନଙ୍କୁ ସଦସ୍ୟତା ବ୍ୟାଜ ପିନ୍ଧାଇ ବିଶ୍ଵ ସ୍କାଉଟ୍ /ଗାଇଡ ର ସଦସ୍ୟ ଭାବେ ସ୍ଵାଗତ ଜଣାଇଥିଲେ ।


ନିମନ୍ତ୍ରିତ ଅତିଥି ମାନେ ସ୍କାଉଟ୍ ଗାଇଡ ମାନଙ୍କୁ ଶୃଙ୍ଖଳିତ ଜୀବନ ଯାପନ ସହିତ ସମାଜ ସେବାରେ ନିୟୋଜିତ ହେବାପାଇଁ ଅlଶିର୍ବଚନ ପ୍ରଦାନ କରି ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ସରୋଜ କୁମାର ରଥ ଙ୍କ ସମେତ ସମସ୍ତ ଅପ ଭାଇ ଓ କର୍ମଚାରୀ ସହଯୋଗ କରିଥିଲେ । ଶେଷରେ ବବୃବlହନ ମିଶ୍ର କୃତଜ୍ଞତା ଜ୍ଞାପନ ପୂର୍ବକ ଧନ୍ୟବାଦ୍ ଅର୍ପଣ କରିଥିଲେ । ଅତାବିରା ରୁ ଆକାଶ ମିଶ୍ରଙ୍କ ରିପୋର୍ଟ କୋଶଳ ଟିଭି