ଶଗଡାଠାରେ ଜିଲ୍ଲା ପାଳଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିେଯାଗ ଶୁଣାଣୀ ।
,,, ,,,,,,,,,, ,,,,,,,
ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକର ଶଗଡା ଗ୍ରାମପଂଚାୟତ କାର୍ଯ୍ୟାଳୟ ଠାରେ ସୋମବାର ଦିନ ଜିଲ୍ଲା ପାଳଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ପାଳ ସତ୍ଯ ରଂଜନ ସାହୁ, ଓ ଆ ରକ୍ଷୀ ଅଧିକ୍ଷକ ପ୍ରହଲାଦ ସହାୟ ମୀନାଂକ ଉପସ୍ଥିତ ରେ ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା । ଏହି ଶିବିରରେ ସମୁଦାୟ ୭୧ଗୋଟି ଆପତ୍ତି ଅଭିେଯାଗ ଆସିଥିବା ବେଳେ ସେଥିମଧ୍ୟରୁ ୬୮ ଗୋଟି ବ୍ଯକ୍ତି ଗତ ମାମଲା ୩ଗୋଟି ବିଭିନ୍ନ ଗ୍ରାମର ସାମୁହିକ ମାମଲା ରହିଥିଲା । ଅଭିଯୋଗ ଗୁଡିକ ମଧ୍ଯରୁ ୩୮ଗୋଟି ଅଭିଯୋଗ ସ୍ତାନ ରେ ହିଁ ତତ୍କାଳ ଫଇସଲା କରାଯାଇଥିଲା । ସେଥିମଧ୍ୟରୁ ୩ଗୋଟି୩ ଗୋଟି ଅଭିଯୋଗ ସଂପର୍କ ରେ ଅନୁଧ୍ଯାନ କରାଯାଇ ମୂଖ୍ଯ ମନ୍ତ୍ରୀ ରିଲିଫ ପାଣ୍ଠିରୁ ୨୩ ହଜାର ସହାୟତା ଓ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୨ଜଣଂକୁ୪ହଜାରଟଂକାର ସହାୟତା ଦିଆଯାଇଥିଲା ।
ଏହି ଶିବିରରେ ଜିଲ୍ଲା ପରିଷଦ କାର୍ୟ୍ଯ ନିର୍ବାହୀ ଅଧିକାରୀ ଅଶ୍ବିନୀ କୁମାର ନାୟକ ବୌଦ୍ଧ ବ୍ଲକ ଅଧ୍ଯକ୍ଷ ପ୍ରିୟ ଦର୍ଶନୀ ପ୍ରତୁଷ ରଥ ଶଗଡା ସରପଂଚ ସନ୍ଧ୍ଯା ରାଣୀ ମହାଖୁଡ, ପୂର୍ବ ତନ ସରପଂଚ ସୁରଥ ମିଶ୍ର, ସାମାଜିକ କର୍ମୀ ରାଜିବ କର୍ମୀ, ସହକାରୀ ଜିଲ୍ଲା ପାଳ ଚନ୍ଦ୍ର କାନ୍ତ ବେହେରା ବୌଦ୍ଧ ବ୍ଲକ ବିଡିଓ ଅବିନାଶ ପାଣ୍ଡିଆଂକ ତତ୍ତ୍ବାବଧାନ ାରେ ଏହିଶିବିର ଅନୁଷ୍ଠିତ ହୋଇ ଯାଇଛି ।ଏଥିରେ ଜିଲ୍ଲା ସୂଚନା ଲୋକ ସଂପର୍କ ଅଧିକାରୀ ରିତିକାନ୍ତ ବଳିଆର ସିଂ ତଥା ଜିଲ୍ଲା ସ୍ତରୀୟ ପଦାଧିକାରୀ ଉପସ୍ଥିତ ଥିଲେ । ବୌଦ୍ଧ ରୁ କୁନାବେହେରାଂକ ରିପୋର୍ଟ କୋଶଲଟିଭି ।