ଭାରତୀୟ ଜନତା ପାର୍ଟି
ବୌଦ୍ଧ ଜିଲ୍ଲା କାର୍ଯ୍ୟାଳୟ ବୌଦ୍ଧ।
ନମ୍ୱର୍ ୩୭ ତା ୨୫.୦୧.୨୩
,” “”””””“”””” ” ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ହରଭଙ୍ଗ। ବ୍ଲକ ଘେରାଉ,,ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କୁ ନେଇ” “””””***
ଆଦ୍ୟ ତା ୨୫.୦୧.୨୩ ଦିନ ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ଆୟୋଜିତ ଏକ ବିଶାଳ ରାଲୀ ରେ ହଜାର ହଜାର ସଂଖ୍ୟାରେ ବିଜେପି କାର୍ଯ୍ୟକର୍ତ୍ତା ଙ୍କ ସହିତ ହିତାଧିକାରୀ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ଏକତ୍ରିତ ହୋଇ ତହସିଲ ଅଫିସ ପାଖ ରାସ୍ତା ରୁ ବାହାରି ହରଭଙ୍ଗ। ବ୍ଲକ୍ ଅଫିସ୍ ସମ୍ମୁଖରେ ଏକତ୍ରିତ ହୋଇ ଥିଲେ ।
ବ୍ଲକ୍ ଅଫିସ୍ ସମ୍ମୁଖରେ ବିଜେପିର ଧାରଣା ଘେରାଉ ସହିତ ଏକ ପ୍ରତିବାଦ ସଭା ଆୟୋଜନ କରା ଯାଇଥିଲା ଏହି ସଭାରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ସହିତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ସୁଶାନ୍ତ ପ୍ରଧାନ, ଓ ଦଳର ବରିଷ୍ଟ ନେତୃବୃନ୍ଦ ସର୍ଵଶ୍ରି ମାଗୁଣି ଗାଈ ଗୌରୀ ଆ , ପ୍ରେମାନନ୍ଦ ମିଶ୍ର, ତାପସ କୁମାର ପଟ୍ଟନାୟକ , ଅଟଳ କୁମାର ପ୍ରଧାନ,ପୂର୍ଣ୍ଣ ଚନ୍ଦ୍ର ଗାଈ ଗୌରୀ ଆ,ବନମାଳୀ ରଣା , ତପନ କୁମାର ଡ଼।ଙ୍ଗ , ବାମନ ବାରିକ , ଶମ୍ଭୁ ପ୍ରଧାନ , ସଂଗ୍ରାମ ବେହେରା, ଅରୂପା ଦୀପ , ସୁବାସ ପ୍ରଧାନ, କପିଳ ମହାଳିକ , କାଇଁଚ ପ୍ରଧାନ, ସୁଦାମ ମର୍ଣ୍ଡିଲୀ,ପ୍ରଭୁତି ବହୁ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ l
ଆଜିର ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ତାଙ୍କ ଅଭିଭାଷଣ ରେ କେବଳ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ ବ୍ୟାପକ ଅନିୟମିତତା, ଦୁର୍ନୀତୀ , ସହିତ ଅଯୋଗ୍ୟ ହିତାଧିକାରୀ ଚୟନ ପ୍ରକିୟା କୁ ଘୋର ବିରୋଧ କରିବା ସହିତ ଆଗାମୀ ଗ୍ରାମସଭା ଏ ମାସର ୨୬ ତାରିଖ ଓ ୩୧ ତାରିଖ ଧାର୍ଯ୍ୟ ଦିନରେ କରିବାକୁ ବିରୋଧ କରି ଥିଲେ ଯେପର୍ଯ୍ୟନ୍ତ ପ୍ରକୁତ ଯୋଗ୍ୟ ବିବେଚିତ ତାଲିକା କରିବା ପରେ ଗ୍ରାମ ସଭା ଆୟୋଜନ କରି ବା ପାଇଁ ବ୍ୟବସ୍ଥା ଦାବି କରି ଥିଲେ ।
ପୁନଶ୍ଚ ବର୍ଷେ ତଳେ ତଲଗା ପଂଚାୟତ ର ଆବାସ ଯୋଜନା ର ଦୁର୍ନୀତି ଅଭିଯୋଗ ରେ ଦୋଷୀ ସାବ୍ୟସ୍ତ ମଧ୍ୟସ୍ଥି ଓ କର୍ମଚାରୀ ମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ କୌଣସି ଆଖି ଦୃଷ୍ଟିଆ କାର୍ଯ୍ୟନୁଷ୍ଠାନ ଏ ପର୍ଯ୍ୟନ୍ତ ଗ୍ରହଣ କରାଯାଇନାହିଁ ଜାରି ଫଳରେ ଦୁର୍ନୀତି ଦିନକୁ ଦିନ ବ୍ଲକ୍ ରେ ବଢ଼ି ଚାଲିଛି l
ରାଜ୍ୟ ବିଜେପି କାର୍ଯ୍ୟ କାରିଣୀ ସଦସ୍ୟ ଶ୍ରୀ ସୁଶାନ୍ତ ପ୍ରଧାନ ତାଙ୍କ ଭାଷଣ ଦେଇ କହିଥିଲେ , ଯେ ପର୍ଯ୍ୟନ୍ତ ଯୋଗ୍ୟ ହିତାଧିକାରୀ ଚୟନ ଆଉଥରେ କରା ନ ଯାଇଛି ଗ୍ରାମ ସଭା କରା ନ ଯାଉ ବୋଲି ଦୃଢ଼ ଦାବି ଉପସ୍ଥାପନ କରି ଥିଲେ।
ସମସ୍ତ ଅଯୋଗ୍ୟ ହିତାଧିକାରୀ ମାନଙ୍କୁ କାଟି ଯୋଗ୍ୟ ତାଲିକା ପ୍ରସ୍ତୁତ କରି ବା ପାଇଁ ପୁଣିଥରେ ଦାବି କରିଥିଲେ l
ସଭା ଶେଷ ରେ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ଵରେ ଏକ ଦାବି ପତ୍ର ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ସମସ୍ତ ନେତୃବୃନ୍ଦ ଭାର। ପ୍ରାପ୍ତ ବିଡ଼ିଓ ଙ୍କୁ ପ୍ରଦାନ କରିଥିଲେ l