HomeUncategorizedନୂଆଁଖାଇକୁ ନେଇ ରାଜନୀତି କରନାହିଁ

ନୂଆଁଖାଇକୁ ନେଇ ରାଜନୀତି କରନାହିଁ

ପଶ୍ଚିମ ଓଡ଼ିଶାର କୋଣ ଅନୁକୋଣରେ ନୂଆଁଖାଇ ଏକ ପ୍ରମୁଖ ପର୍ବ । ଏହା ପଶ୍ଚିମ ଓଡ଼ିଶାର ପ୍ରତି ପୁରପଲ୍ଲୀ ତଥା ଦେଶ ବିଦେଶରେ ମଧ୍ୟ ପାଳନ ହୋଇଥାଏ । ଏହି କୃଷିଭିତ୍ତିକ ଗଣପର୍ବ ପାଇଁ ଯେଉଁଠି ଖୋଦ୍ ଦେଶର ପ୍ରଧାନମନ୍ତ୍ରୀ ଓ ରାଜ୍ୟର ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶାବାସୀ ଙ୍କୁ ଶୁଭେଚ୍ଛା ଦେଇଥାନ୍ତି , ସେଠି ଆତ୍ମଘୋଷିତ ବାବା ବଳିଆ ଙ୍କ ଆପତ୍ତିଜନକ ମନ୍ତ୍ରବ୍ୟ ଆଜି ସମଗ୍ର ପଶ୍ଚିମ ଓଡ଼ିଶାରେ ବିରୋଧର ସ୍ବର ଉଠାଇଛି । ଯାହାକି ପଶ୍ଚିମ ଓଡ଼ିଶାର କୋଟି କୋଟି ଜନତାଙ୍କ ଭାବାବେଗ କୁ ହତ୍ୟା କଲା ଭଳି ଅପଶବ୍ଦ ପ୍ରୟୋଗ କରିବା ଜଣେ ଶିକ୍ଷିତ ଆତ୍ମଘୋଷିତ ବାବା ଙ୍କ ମୁହଁରୁ ବାହାରିବା ପଶ୍ଚିମ ଓଡ଼ିଶା ବାସୀ ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି। ଏକ ନ୍ୟୁଜ ଚ୍ୟାନେଲ ପକ୍ଷରୁ ତାଙ୍କ ସହ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଶୁଭେଚ୍ଛା ବାର୍ତ୍ତା ଆଣିବାକୁ ଯାଇଥିବା ବେଳେ ବାବା ବଳିଆ ପରିହାସ କରିବା ସହ ନୂଆଁଖାଇ ପର୍ବକୁ ତାତ୍ସଲ୍ୟ କରିଥିବା ଦେଖୁବାକୁ ମିଳିଥିଲା । ଏହି ମହାନ ଗଣପାର୍ବକୁ ସେ ଅପସଂସ୍କୃତି କହିବା ସହ ଏହାକୁ ନିଜ କଥାରେ ଅନେକ ନିନ୍ଦା କରି ଏହି ପର୍ବ କୁ ବନ୍ଦ କରିବା ପାଇଁ ସେ ତାଙ୍କ ବାର୍ତ୍ତା ରେ କହିଥିବା ବେଳେ ଏହାକୁ ନେଇ ପଶ୍ଚିମ ଓଡ଼ିଶାର ବିଭିନ୍ନ ସଂଗଠନ ତଥା ବିଭିନ୍ନ ପ୍ରାନ୍ତରେ ବାବା ବଳିଆ ଙ୍କୁ ବିରୋଧ କରାଯାଇଛି । କୌଣସି ଗଣପର୍ବ କୁ ତାତ୍ସଲ୍ୟ କରିବା ଅଧୂକାର ବାବା ବଳିଆ ଙ୍କୁ କିଏ ଦେଇଛି ବୋଲି ପ୍ରଶ୍ନ ଉଠୁଛି ବିଭିନ୍ନ ମହଲରୁ । ଏହାସହ ପୂର୍ବ ଓ ପଶ୍ଚିମ ଓଡ଼ିଶା ମଧ୍ୟରେ ବିଭେଦ ସୃଷ୍ଟି କରୁଥିବା ମନ୍ତବ୍ୟ ଦେଇଥିବା ବାବା ଙ୍କୁ ପଶ୍ଚିମ ଓଡ଼ିଶାରେ ପ୍ରବେଶ ନିଷେଧ କରିବା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହୋଇଛି । ଗଣପର୍ବ କୁ ନେଇ ବିଭ୍ରାନ୍ତିକର ମନ୍ତବ୍ୟ ପାଇଁ ବାବା ବଳିଆ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ମଧ୍ୟ କୁହାଯାଇଛି । ଶେଷରେ ଏଭଳି ସମ୍ବାଦ ଯାହାକି ଦୁଇ କୋଟି ଜନତାଙ୍କ ଭାବାବେଗ କୁ କ୍ଷୁର୍ଣ୍ଣ କରୁଛି ସେଭଳି ସମ୍ବାଦ ପରିବେଷଣ କରି ସଂପୃକ୍ତ ସଂସ୍ଥା କ’ଣ ବାର୍ତ୍ତା ଦେବାକୁ ଚାହୁଁଛି ତାହା ମଧ୍ଯ ଆଲୋଚନା ର ବିଷୟ । ନିକଟରେ ବିଧାନ ସଭା ଘେରାଉ କଲା ବେଳେ ପ୍ରସାରଣ ନକରି କିଛି ଟେଲିଭିଜନ ସଂସ୍ଥା କୋଶଳବାସୀଙ୍କ ବିରୋଧ ର ଶିକାର ହୋଇଥିଲେ। ଏଣୁ ସଂପୃକ୍ତ ସଂସ୍ଥା ମଧ୍ଯ କ୍ଷମା ପ୍ରାର୍ଥନା କରିବ ବୋଲି କୋଶଳ ପ୍ରେମୀ ମାନେ ଯୁକ୍ତି କରିଛନ୍ତି।
ବ୍ୟୁରୋ ରିପୋର୍ଟ

LEAVE A REPLY

Please enter your comment!
Please enter your name here

Must Read

Google search engine