HomeKoshalTv Exclusiveମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାଧୁ ସନ୍ଥ ସମ୍ବିଲନୀ

ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାଧୁ ସନ୍ଥ ସମ୍ବିଲନୀ

ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାଧୁ ସନ୍ଥ ସମ୍ବିଲନୀ
ବୌଦ୍ଧ ତା-୩୧/୦୧/୨୩
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସରସରା ପଂଚାୟତ ବଘାରପାଲି ସ୍ଥିତ ବାବା ଚନ୍ଦ୍ରଶେଖର ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାଧୁ ସନ୍ଥ ସମ୍ବିଲନୀ ଆୟୋଜିତ ହୋଇଥିଲା l ପୁରୀ ବାଲିଘାଇ ଆଶ୍ରମ ର ସନ୍ଥ କ୍ରୀଷ୍ଣାନନ୍ଦ ଗିରି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୀତା ମାତା ଓ ଗୋସୁରକ୍ଷା ଉପରେ ଆଲୋକପାତ କରିଥିଲେ l

ସମ୍ମାନିତ ଅତିଥି ଭାବେ ସରସରା ପଞ୍ଚାୟତ ସରପଞ୍ଚ ହରି ନାଏକ,ଅନ୍ୟତମ ଅତିଥି ଭାବେ ବେଲପୁଞ୍ଜି ମଠର ମହନ୍ତ ନନ୍ଦ ବାବା, ନାଏକ ପଡା ପାତାଳୀ ଶ୍ରୀକ୍ଷେତ୍ର ମଠର ମହନ୍ତ ସନ୍ଥ ଗୋପାଳ ଦାସ, ମନ୍ଦିର ପ୍ରତିଷ୍ଠା କମିଟି ସଭାପତି ଗୋବର୍ଦ୍ଧନ ବିଶି,ବିଶ୍ବହିନ୍ଦୁ ପରିଷଦ ବୌଦ୍ଧ ଜିଲ୍ଲା ସଭାପତି ଶମ୍ଭୁ ପ୍ରସାଦ ମିଶ୍ର, ପ୍ରେସ କ୍ଲବ ସମ୍ପାଦକ ରଘୁନାଥ ଷଡଙ୍ଗୀ, ବୌଦ୍ଧ ସାମ୍ବାଦିକ ସଂଘ୍ ସମ୍ପାଦକ ଦୁର୍ଯ୍ୟଧନ ବିଶି, ମାହେଶ୍ୱରୀ ଗୋଶାଳା ର ଅଧକ୍ଷ ନିର୍ଗୁଣ ମହାକୁଡ ମଞ୍ଚାଷୀନ ହେଇଥିଲେ l

ମାହେଶ୍ୱରୀ ଗୋଶାଳା ସମ୍ପାଦକ କୃତିବାସ ପଲିଆ ମଞ୍ଚ ପରିଚାଳନା କରିଥିଲା ବେଳେ, ଓଡିଶା ଗୋ ସୁୁରକ୍ଷା ସମିତି ର ବୌଦ୍ଧ ଜିଲ୍ଲା ସଭାପତି ବିଶିକେସନ୍ ପ୍ରଧାନ ସଭାପତିତ୍ବ କରିଥିଲେ l ମୁଖ୍ୟ ଅତିଥି ଗୋଭକ୍ତ କ୍ରୀଷ୍ଣା ବାବା ଗୋଷୁରକ୍ଷା, ଗୋଆଧାରିତ କୁଟୀର ଶିଳ୍ପ କରି ଅର୍ଥନୈତିକ ଅଭିବୃଦ୍ଧି ପାଇଁ ବକ୍ତବ୍ୟ ରଖିଥିଲେ

l ଆସନ୍ତା ମାର୍ଚ୍ଚ ୩ ତାରିଖ ଠାରୁ ୮ ତାରିଖ ପର୍ଯ୍ୟନ୍ତ ବୌଦ୍ଧ ଜିଲ୍ଲା ମଥୁରା ପଞ୍ଚାୟତ ଗୋପ, ମଥୁରା, ବୃନ୍ଦାବନ ଠାରେ ଦୋଳ ମହୋତ୍ସବ ଆୟୋଜନ ସମୟରେ ଗୋ ସୁରକ୍ଷା ଓ ଗୋଭକ୍ତ ସମ୍ବିଲନୀ ଆୟୋଜନ ନିମନ୍ତେ ଓଡ଼ିଶା ଗୋ ସୁରକ୍ଷା ସମିତି ତରଫରୁ ଗୋସୁରକ୍ଷା ଓ ଗୋ ଆଧାରିତ ଜୈବିକ କୃଷି ଉପରେ କାର୍ଯ୍ୟକ୍ରମ ଆୟଜନ ନିମନ୍ତେ ପ୍ରସ୍ତାବ ରଖାଯାଇଛି l

LEAVE A REPLY

Please enter your comment!
Please enter your name here

Must Read

Google search engine