HomeUncategorizedକର୍ଣ୍ଣlଟିକ୍ରା ରେ ସାମୁହିକ ନୂଆଖାଇ

କର୍ଣ୍ଣlଟିକ୍ରା ରେ ସାମୁହିକ ନୂଆଖାଇ

କର୍ଣ୍ଣl ଟିକ୍ରା ରେ ସାମୁହିକ ନୂଆଖାଇ

ରେଙ୍ଗାଲିକ୍ୟାମ୍ପ , ତା ୪/୯( ନି ପ୍ର)…,,ଅତାବିରା ବ୍ଲକ ଜହ୍ନାପଡ଼ା ପଞ୍ଚାୟତ ର କର୍ଣ୍ଣାଟିକ୍ରା ଗ୍ରାମରେ ଅନେକ ବର୍ଷ ଧରି ନୂଆଖାଇ ପର୍ବ କୁ ସାମୁହିକ ଭାବରେ ପାଳନ କରାଯାଇ ଆସୁଅଛି ।ଚଳିତ ବର୍ଷ ମଧ୍ୟ ଗ୍ରାମର ଅlବାଳ ବୃଦ୍ଧ ବନିତା ଏକାଠି ବସି ନୂଆଖାଇ ଥିଲେ ।ଯାହା ଅଞ୍ଚଳ ପାଇଁ ଏକ ପ୍ରେରଣା ଯୋଗାଇଛି।ହଜିଯାଇଥିବା ପରମ୍ପରା କୁ ବଞ୍ଚେଇ ରଖିବା ସହ ପରସ୍ପର ମଧ୍ୟରେ ଭାଇଚାରାର ସମ୍ପର୍କ କୁ ବଜାୟ ରଖିବାର ନିଆରା ପ୍ରୟାସ ଜାରି ରଖିଛନ୍ତି ଏହି ଗ୍ରାମବାସୀ । ଏହି ନୂଆଖାଇ ପର୍ବ ପାଳନ ନିମନ୍ତେ ସାତଦିନ ପୂର୍ବରୁ ଗ୍ରାମରେ ଏକ ସାଧାରଣ ସଭା କରାଯାଇଥିଲା ।ସଭାରେ ନୂଆଖାଇ ପାଇଁ ସମସ୍ତ ପ୍ରକାର କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରାଯାଇ ଗ୍ରାମ କଲ୍ୟାଣ କମିଟି ରେ ତାକୁ ଗୃହୀତ କରାଯାଇଥିଲା। ଏହା ପରେ ସମସ୍ତେ ମିଳିମିଶି ରାସ୍ତାଘାଟ ,ନଳକୂଅ ଗୁଡ଼ିକର ଚତୃପାର୍ଶ୍ଵ ଆଦି ସଫା ସ୍ତୁତୁରା କରିଥିଲେ ।ଗଣେଶ ଚତୁର୍ଥୀ ଦିନ ଅଗ୍ର ପୂଜ୍ୟ ଗଣେଶ ଙ୍କୁ ପୂଜା କରିଥିଲେ । ତା ପର ଦିନ ଅର୍ଥାତ୍ ଋଷି ପଞ୍ଚମୀ ଦିନ ସକାଳୁ ଗ୍ରାମର ଝାଙ୍କର ଗ୍ରାମ ଇଷ୍ଟ ଦେବୀଙ୍କ ଠାରେ ପୂଜାର୍ଚ୍ଚନା କରି ସମସ୍ତଙ୍କ ଘରକୁ ନୂଆଁ ଧାନ ଆଣି ଦେଇଥିଲେ ।ସମସ୍ତେ ନିଜ ନିଜ ଘରେ ଇଷ୍ଟ ଦେବା ଦେବୀଙ୍କ ଠାରେ ପୂଜାର୍ଚ୍ଚନା ସହ ଧାର୍ଯ୍ୟ ଲଗ୍ନ ଅନୁସାରେ ନୂଆଁ ଲଗାଇ ସାରିବା ପରେ ଗାଆଁ ମଝି ଦାଣ୍ଡରେ ସମସ୍ତେ ଏକତ୍ରିତ ହୋଇଥିଲେ ।ଗାଁର ସର୍ବୋଚ୍ଚ ବୟସ୍କ ବ୍ୟକ୍ତି ହିସାବରେ ଶ୍ରୀ ଦଶରଥ ପ୍ରଧାନ ସମସ୍ତଙ୍କୁ ନୂଆ ଦେଇଥିଲେ ।ଏକାଠି ବସି ସମସ୍ତେ ନୂଆ ଖାଇବା ପରେ ନିଜ ଠାରୁ ବଡ଼ ମାନଙ୍କୁ ନୂଆଖାଇ ଜୁହାର ହୋଇଥିଲେ ।
ଏହାପରେ ଏହି ପର୍ବକୁ ଆହୁରି ଉତ୍ସାହ ଓ ଆନନ୍ଦ ପୂର୍ଣ୍ଣ କରିବା ପାଇଁ ବିଭିନ୍ନ ପ୍ରକାର ପ୍ରତିଯୋଗିତା ହୋଇଥିଲା ।ଯଥା ରସିଦିଆଁ , ସାଇକେଲ ସ୍ଲୋ,ଚାମଚ ଦୌଡ,ମ୍ୟୁଜିକାଲ ଚେୟାର, ଇତ୍ୟାଦି । ସମସ୍ତ ପ୍ରତିଯୋଗିତା ଶେଷ ହେବା ପରେ ଏକ ସଭା ର ଆୟୋଜନ ହୋଇଥିଲା । ଏହି ସଭାରେ କୃତି ପରିଯୋଗି ମାନଙ୍କୁ ପୁରସ୍କୃତ କରାଯାଇଥିଲା ।ଗ୍ରାମର ସିଦ୍ଧେଶ୍ବର ପ୍ରଧାନ,ଡାକ୍ତର ପ୍ରଧାନ, ମୁଡ଼ାଦଳ ବାରିକ୍,ବିଭୂତି ପ୍ରଧାନ ,ମହେନ୍ଦ୍ର ପଧାନ,କ୍ଷିରେଶ୍ୱର୍ ପଧା ନ, ଟିକେଶ୍ୱର୍ ପଧାନ,ଜିଲ୍ଲା ପଧାନ,ଅଲେଖ ପଧାନ,ନାରାୟଣ ବାରିକ୍,ପ୍ରମୋଦ ପ୍ରଧାନ, କ୍ଷିରେଶ୍ୱର ବାରିକ୍,ସୁରେଶ ପ୍ରଧାନ, ଦିପେନ ପ୍ରଧାନ ,ପ୍ରଦୀପ ପଧା ନ୍ କୀର୍ତ୍ତନ ପଧାନ,ଦିଲୀପ ପ ଧାନ ଓ ଜୟକୁମାର ପଧାନ ପ୍ରମୁଖ ଏହି ସାମୁହିକ ନୂଆଖାଇ ତଥା ଖେଳ କୁଦ ଆଦି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅତାବିରାରୁ ଆକାଶ ମିଶ୍ରଙ୍କ ରିପୋର୍ଟ କୋଶଳ ଟିଭି

LEAVE A REPLY

Please enter your comment!
Please enter your name here

Must Read

Google search engine