HomeKoshalTv Exclusiveଅତାବିରା ବାଳକ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ପଲ୍ଲଭା ଗୁରୁଙ୍କ ନିର୍ଦ୍ଦେଶ ମାନି କାର୍ଯ୍ୟ...

ଅତାବିରା ବାଳକ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ପଲ୍ଲଭା ଗୁରୁଙ୍କ ନିର୍ଦ୍ଦେଶ ମାନି କାର୍ଯ୍ୟ କଲେ ନିଶ୍ଚୟ ହାସଲ କରିବ ସଫଳତା

ଅତାବିରା ବାଳକ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ପଲ୍ଲଭା ଗୁରୁଙ୍କ ନିର୍ଦ୍ଦେଶ ମାନି କାର୍ଯ୍ୟ କଲେ ନିଶ୍ଚୟ ହାସଲ କରିବ ସଫଳତା


ଅତାବିରା ବାଳକ ଉଚ୍ଚ ବିଦ୍ୟାଳୟ ର ୬୩ ତମ ବାର୍ଷିକ ଉତ୍ସବ ବୁଧବାର ପଲ୍ଲଭା ପ୍ରଧାନ ଶିକ୍ଷକ ମନୋଜ ହରପାଲ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଅଛି। ଏ ଅବସରରେ ମୁଖ୍ୟ ଅତିଥି ଭାବେ ବୁର୍ଲା ଡ଼ାକ୍ତରଖାନାର ଶିଶୁ ରୋଗ ବିଶେଷଜ୍ଞ ଡା ଶୋଭନ୍ଦ୍ର ଦାଶ, ସମ୍ମାନୀତ ଅତିଥି ବ୍ଲକ ଶିକ୍ଷା ଅଧିକାରୀ ମଛିନ୍ଦ୍ର ମଲ୍ଲିକ, ମୁଖ୍ୟ ବକ୍ତା ଘେଁସ ଉଚ୍ଚ ବିଦ୍ୟାଳୟର ପୁର୍ବତନ ଶିକ୍ଷକ ଭରତ ଚନ୍ଦ୍ର ପ୍ରଧାନ, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ, ତନ ଦାସ , ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ବେହେରା, ସ୍ଥାନୀୟ ଆଦର୍ଶ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଗୀତା ବୁଧିଆ, ଲାଦେରପାଲି ଉଚ୍ଚ ବିଦ୍ୟାଳୟର ପ୍ରଧନଶିକ୍ଷକ ହିମାଂଶୁ ଶେଖର ସାହୁ, ଅତାବିରା ସମବାୟ ସମିତି ସଭାପତି ସିଦ୍ଧାର୍ଥ ଶଙ୍କର ପଣ୍ଡା ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଗତିକୃଷ୍ନ ଛତ୍ରିଆ ଯୋଗଦାନ କରିଥିଲେ। ଶିକ୍ଷୟିତ୍ରୀ ସୁପ୍ରଭା ସାହୁ ଅଟିଥି ପରିଚୟ ପ୍ରଦାନ କରିଥିଲେ। ବିଦ୍ୟାଳୟର ଛାତ୍ର ସୁମନ୍ତ ନାଗ, ରୋଷନ ଚୌଧୁରୀ , ତିରୁପତି ସାହୁ, ଶମ୍ଭୁ ରଥ ଓ କରନ ସାହୁ ମଞ୍ଚ ପରିଚାଳନା କରିଥିଲେ। ଉପସ୍ଥିତ ସମସ୍ତ ଆଟିଥି ମାନେ ଏହି ସ୍କୁଲ ର ପୁରାତନ ଛାତ୍ର ଥିଲେ।

ଛାତ୍ର ଜୀବନ ର ପୁରୁଣା ସ୍ମୃତି ଚାରଣ କରି ଶିକ୍ଷକ ମାନଙ୍କ ନିର୍ଦ୍ଦେଶ ମାନି ଥିବାରୁ ଆମ ସମୟର ବହୁ ଛାତ୍ର ବନ୍ଧୁ ଆଜି ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା କହିଥିଲେ। ଏଣୁ ଗୁରୁଙ୍କ ନିର୍ଦ୍ଦେଶ ମାନି କାର୍ଯ୍ୟ କଲେ ନିଶ୍ଚୟ ସଫଳତା ହାସଲ କରିବ ଏଥିରେ ସନ୍ଦେହ ନାହିଁ ବୋଲି ମତ ରଖିଥିଲେ ଆତିଥି ମାନେ। ପୂର୍ବରୁ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ୯୫ ଜଣ ଛାତ୍ର ମାନଙ୍କୁ ମାନପତ୍ର ଓ ଟ୍ରଫି ସହ ସମ୍ବର୍ଦ୍ଧିତ କରାଯାଇଥିଲା। ରାଜବିର ବାଗ ଓ ପ୍ରୀୟମ ସାହୁଙ୍କୁ ଚମ୍ପିୟାନ ଟ୍ରଫି ପ୍ରଦାନ କରାଯାଇଥିଲା। ଶେଷରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ପରିଶେଷରେ ଶିକ୍ଷୟିତ୍ରୀ ଜ୍ୟୋତି କିରଣ ମହାନ୍ତି, ଅମ୍ରିତା ପ୍ରଧାନ, ସୁଶ୍ରୀ ହେମଲତା ଓ ଆଶୁତୋଷ ବିଶ୍ଵାଳ ଙ୍କ ନିର୍ଦ୍ଦେଶନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶିକ୍ଷୟିତ୍ରୀ ପଦ୍ମାଳୟା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। ବ୍ଲକ କ୍ରୀଡ଼ା ସମ୍ପାଦକ ନବ ସାହୁ, ସୁକନ୍ୟା ସାହୁ, ବନ୍ଦନା ସାହୁ, ରଚି ଗୁପ୍ତା, ରଶ୍ମିତା ବାରିକ ପ୍ରମୁଖ ସହଯୋଗ କରିଥଲେ। ଅତାବିରାରୁ ଆକାଶ ମିଶ୍ରଙ୍କ ରିପୋର୍ଟ କୋଶଳ ଟିଭି

LEAVE A REPLY

Please enter your comment!
Please enter your name here

Must Read

Google search engine