ସମ୍ବର୍ଦ୍ଧନା ଉତ୍ସବ
ବରଗଡ ଜିଲ୍ଲା ଭେଡେନ ବ୍ଲକ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ତେନ୍ତୁଳିଟିକ୍ରା ଠାରେ ପ୍ରଧାନ ଆଚାର୍ଯ୍ୟ ରିଙ୍କୁ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଶିକ୍ଷା ବର୍ଷ 2021/22 ବ୍ଲକ ସ୍ତରୀୟ ତୃତୀୟ ଓ ପଞ୍ଚମ ବୃତ୍ତି ପରୀକ୍ଷlରେ କୃତିତ୍ୱ ହାସଲ କରିଥିବା ଶିଶୁ ଭାଇ ଭଉଣୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l


ସମ୍ମାନିତ ଅତିଥି ଭାବେ ପୂର୍ବତନ ସଭାପତି ପରମାନନ୍ଦ କଳତା, ପୂର୍ବତନ କୋଷାଧକ୍ଷ ହୃଷିକେଶ ଦେହେରି ଓ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଗୁରୁପାଲି, କ୍ଷିତେଶ୍ୱର ବେହେରା ଯୋଗ ଦେଇଥିଲେ l ତୃତୀୟ ଓ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ସ୍ଵନ୍ଦନ ପଧାନ, ଦିପାଲି କରନ ଓ ଶାଶ୍ୱତ ମହାକୁରଙ୍କୁ ପୁଷ୍ପ ଗୁଚ୍ଛ, ଶ୍ରିଫଳ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା l ଶ୍ରୀଯୁକ୍ତ କଲତା ଓ ବେହେରା ଶିଶୁ ଭାଇ ଭଉଣୀ ମାନଙ୍କୁ ଅନେକ ଶିକ୍ଷଣୀୟ ମାର୍ଗଦର୍ଶନ କରିଥିଲେ lଗୁରୁଜୀ ଟିକେଶ୍ୱର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ବିଦ୍ୟାଳୟ ର ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ରହି ସହଯୋଗ କରିଥିଲେ। ଭେଡେନରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ କୋଶଳ ଟିଭି