ବରଗଡ ଜିଲ୍ଲା ଭେଡେନ ବ୍ଲକ, ଭେଡେନ ଅମୃତ କୁଟୁମ୍ ର ପ୍ରଥମ ବାର୍ଷିକ ଉତ୍ସବ ଓ ଭାରତର ପୂର୍ବତନ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକୃଷ୍ଣନ ଜନ୍ମ ଦିନ ଅବସର ରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଥମେ ମାଁ ସମଲେଶ୍ଵରୀ ଦେବୀଙ୍କ ପ୍ରତି ଛବି ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ପୁଷ୍ପମାଲ୍ଯ ଅର୍ପଣ କରାଯାଇଥିଲା।
ଏଥିରେ ମୁଖ୍ୟ ଅତିଥି ଭାବରେ ସରକାରୀ ସୂର୍ଯ୍ୟମଣି ଜନତା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବନମାଳୀ ଦାଶ ଫିତା କାଟି ବିଧିବଦ୍ଧ ଭାବେ ଉଦଘାଟନ କରିଥିଲେ। ଏଥିରେ ଅମୃତ କୁଟୁମ୍ ର ସଭାପତି ଆନଂଦ ସୁନା ସଭପତିତ୍ବ କରିଥିଲେ। ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଇତିହାସ ଅଧ୍ୟାପକ ସନ୍ତୋଷ ପଂଡା ଯୋଗ ଦେଇଥିଲେ ଓ ସମ୍ମାନୀତ ଅତିଥି ଭାବେ ଭେଡେନ ସରପଞ୍ଚ ଅକ୍ଷୟ ନାୟକ, ପଶ୍ଚିମ ଓଡିଶା କୃଷକ ସଂଗଠନ ଉତ୍ପନ କୁମାର ଭୋଇ, କୁବେଡେଗା ସରପଞ୍ଚ ଜନ୍ମଜୟ ମିଶ୍ର, ଅଁଏଲାପାଲି ସମିତି ସଭ୍ୟ ଯଶୋବନ୍ତ ବେହେରା, ଅମୃତ କୁଟୁମ୍ ର ସଂପାଦକ ଭିଷ୍ମସିଂ ଛନ୍ଦ ପ୍ରମୁଖ ମଂଚାସୀନ ହୋଇ ଥିଲେ।ଏଥିରେ ଅତିଥି ମାନଙ୍କୁ ପୁଷ୍ପମାଲ୍ଯ ଓ ଉପଢୌକନ ପ୍ରଦାନ କରି ଅମୃତ କୁଟୁମ୍ ସଦସ୍ୟ ମାନେ ସମର୍ଦ୍ଧିତ କରି ଥିଲେ ।ଏଥିରେ ବରଗଡ ଜିଲ୍ଲା ରକ୍ତ ଭଣ୍ଡାର ତରଫରୁ ୨୦ ଜଣ ମହିଳା ସମେତ ୨୭ ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ । ଏହି ସମୟରେ ନିଷ୍ଠା ପରିବାର, ଶପଥ ପରିବାର, ମାହେଶ୍ଵରୀ ସେନା, କୋଶଲ ସେନା, ପଶ୍ଚିମ ଓଡିଶା ଯୁବା ମଂଚ ସେନା ର ସଦସ୍ୟ ମାନଙ୍କୁ ପୁଷ୍ପମାଲ୍ଯ ଓ ଉପଢୌକନ ପ୍ରଦାନ କରଯାଇଥିଲା। ଏଥିରେ ଅମୃତ କୁଟୁମ୍ ର ସଦସ୍ୟ /ସଦସ୍ୟା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହା କୁ ସଂଯୋଜନା କରିଥିଲେ ଲଲିତ ସାହୁ। ପରିଶେଷରେ ଅମୃତ କୁଟୁମ୍ ର ସଭାପତି ଆନଂଦ ସୁନା ଧନ୍ୟବାଦ ଅର୍ପଣ କରିଥିଲେ।




