ଦୋଳ ମହୋତ୍ସବ ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ l
ବୌଦ୍ଧ ତା-୦୪/୦୨/୨୩
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଥୁରା ପଞ୍ଚାୟତ କେଲାକଟା ଗୋବର୍ଦ୍ଧନ ପାହାଡ଼ ପାଦ ଦେଶରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି l ଏଥିରେ ମୁଖ୍ୟ ଅତିଥି ଭାବେ ୭ ନ ଜୋନ ଜିଲ୍ଲା ପରିଷଦ ସଭ୍ୟ ବିଶ୍ଵ ଜିତ୍ ମିଶ୍ର, ସମ୍ମାନିତ ଅତିଥି ଭାବେ ବ୍ଲକ କନିଷ୍ଠ ଯନ୍ତ୍ରୀ ଦିବ୍ୟ ରଞ୍ଜନ ନାଏକ, ମଥୁରା ସରପଞ୍ଚ ପ୍ରଦୀପ କୁମାର କହଁର, ରାଧାନଗର ସରପଞ୍ଚ ଗଣେଶ କୁମାର ବେହେରା, ଜେଲ କର୍ମଚାରୀ ସୁରେଶ ଚନ୍ଦ୍ର ପାତ୍ର ପ୍ରମୁଖ ଯୋଗଦେଇ ଥିଲେ l


ମାହେଶ୍ୱରୀ ଗୋଶାଳା ର ସମ୍ପାଦକ କୃତିବାସ ପଲିଆ ସଭା ପରିଚାଳନା କରିଥିଲେ l

ଏଥିରେ ମଥୁରା ଗ୍ରାମର ସଭାପତି ଅମର ଦନ୍ତା, କେଲାକଟା ରାମଲୀଳା ମ୍ୟାନେଜର ବରୁଣ କୁମାର ପ୍ରଧାନ, କୃଷ୍ଣମୋହନ ପୁର ୱାର୍ଡ଼ ସଭ୍ୟ ପ୍ରଦୀପ ଭୋକ୍ତା, ମଥୁରା ନାଏବ ସରପଞ୍ଚ ପ୍ରତିନିଧି ରାଜୁ ମେହେର, ଗାନ୍ଧୀନଗର ଚିତ୍ରସେନ ବେହେରା, ଗୋପ ର ଦିବ୍ୟାଲୋଚନ ବାଘ୍, କେଲାକଟା ର ଶେଷଦେବ ଗାଈ ଗୌରିଆ,ବୃନ୍ଦାବନ ର କୈଳାସ ମାଝୀ, ଜି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ର ସୁଭଦ୍ରା ନାଏକ, ସୁଲୋଚନା ବେହେରା, ସୈରେନ୍ଦ୍ରି ମହାକୁଡ, ସୁକୁମାରୀ ପଲିଆ, ସସ୍ମିତା ଭୋକ୍ତା, ବିନୋଦିନୀ ମେହେର, ଅଞ୍ଜଳି ମହାକୁଡ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l

ଆସନ୍ତା ମାର୍ଚ୍ଚ ମାସ ୦୩ ତାରିଖରୁ ୦୮ ତାରିଖ ପର୍ଯ୍ୟନ୍ତ ଦୋଳ ମହୋତ୍ସବ ଆୟୋଜନ ନିମନ୍ତେ ସ୍ଥିର କରାଯାଇ ଥିଲା l ଏଥିରେ ଶୋଭାଯାତ୍ରା, ଭାଗବତ ଯଜ୍ଞ, ସୁରଭୀ ସତସଙ୍ଗ,କଂସ ଦରବାର, ମହିଳା ସମାବେଶ, ଗୋସୂରକ୍ଷା ଓ ମହିଳା ଗୋସେବକ୍ ସମ୍ବିଲନୀ, ଧର୍ମ ମହାସଭା, ମୀନାବଜାର ଇତ୍ୟାଦି କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ଆୟୋଜକ ମାନଙ୍କ ସୂତ୍ରରୁ ପ୍ରକାଶ l ଶେଷରେ ମାହେଶ୍ୱରୀ ଗୋଶାଳା ର ଅଧକ୍ଷ ନିର୍ଗୁଣ ମହାକୁଡ ଧନ୍ୟବାଦ ଅର୍ପଣ କରିଥିଲେ l