HomeUncategorizedପ୍ରାଥମିକ ଶିକ୍ଷକ ଙ୍କ ସାମୁହିକ ଗୁରୁଦିବସ

ପ୍ରାଥମିକ ଶିକ୍ଷକ ଙ୍କ ସାମୁହିକ ଗୁରୁଦିବସ

ପ୍ରାଥମିକ ଶିକ୍ଷକ ଙ୍କ ସାମୁହିକ ଗୁରୁଦିବସ
ରେଙ୍ଗାଲିକ୍ୟାମ୍ପ , ତା ୫/୯( ନି ପ୍ର)….ଅତାବିରା ବ୍ଲକ ର ସମସ୍ତ ପ୍ରାଥମିକ ଶିକ୍ଷକ ସଂଘର ଆଜି ଗୁରୁଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ମଛିନ୍ଦ୍ର ମଲ୍ଲିକ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ଗୁରୁଦିବସ କାର୍ଯ୍ୟକ୍ରମରେ ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ମିତ୍ରଭାନୁ କଛପ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ରାଜେନ୍ଦ୍ର ବିଶ୍ଵ ବିଦ୍ୟାଳୟର ବଲାଙ୍ଗୀର ସହକାରୀ ପ୍ରାଧ୍ୟାପକ ଶ୍ରୀ ପ୍ରମୋଦ ଚନ୍ଦ୍ର ଦୋରା ମୁଖ୍ୟ ବକ୍ତା ,ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ ଓ ତପନ କୁମାର ଦାଶ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ପ୍ରାଥମିକ ଶିକ୍ଷା ଓ ସାଂସ୍କୃତିକ ଅନୁଷ୍ଠାନ ର ସଭାପତି ମନୋରଂଜନ ମିଶ୍ର ଅତିଥି ମାନଙ୍କୁ ଫୁଲତୋଡ଼ା ଦେଇ ସ୍ବାଗତ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ।ଏହା ପରେ ନି।ଅନ୍ତ୍ରିତ ଅତିଥି ମାନଙ୍କ ଦ୍ଵାରା ସର୍ବ ପଲ୍ଲୀ ରାଧାକ୍ରିଷ୍ଣନ୍ ଙ୍କ ଫାଟୋଚିତ୍ର ସମ୍ମୁଖରେ ଦୀପ ପ୍ରଜ୍ବଳନ ଓ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା । ଶିକ୍ଷୟିତ୍ରୀ ରଶ୍ମିତା ନନ୍ଦ ,ଆଲାଜା ଦାଶ ,ଧର୍ମେନ୍ଦ୍ର ପତି , ଇନ୍ଦ୍ରଜିତ ବର୍ମା ଓ ସାଥିଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ଗାନ କରାଯାଇଥିଲା । ଶିବୁ ମେହେର ଗୁରୁ ବନ୍ଦନା କୁ ନେଇ ଏକ ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ ।ତତ୍ ପାଶ୍ଚାତ ପୂର୍ଣ୍ଣଚନ୍ଦ୍ର ବେହେରା ,ସନ୍ତୋଷ କର ଓ ପ୍ରକାଶ ଦୋରା ଙ୍କ ଦ୍ଵାରା ଅତିଥି ମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରାଯାଇ ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇଥିଲା । ପ୍ରାଥମିକ ଶିକ୍ଷା ସାଂସ୍କୃତିକ ଅନୁଷ୍ଠାନ ର ସମ୍ପାଦକ ସନ୍ତୋଷ କର ବିବରଣୀ ପଠନ କରିଥିଲେ ।

ଗତ ୨୦୨୧/୨୨ ଶିକ୍ଷା ବର୍ଷରେ ଅବସର ଗ୍ରହଣ କରିଥିବା ୧୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଏହି ଅବସରରେ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।ଏହି ପବିତ୍ର ଗୁରୁ ଦିବସ ରେ ପୂର୍ବରୁ ଅବସର ନେଇଥିବା ପ୍ରାୟ ୩୦୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଫୁଲ ଚନ୍ଦନ ଦେଇ ଗୁରୁ ପୂଜନ କରାଯାଇଥିଲା ଯାହା ଏହି କାର୍ଯ୍ୟକ୍ରମ ଏକ ଅନନ୍ୟ ଓ ମୁଖ୍ୟ ଆକର୍ଷଣ ହେବ ସହିତ ଗୁରୁଦିବସର ମହତ୍ତ୍ଵ କୁ ପ୍ରତିପାଦିତ କରିଥିଲା । ଏହି ଅବସରରେ ଅବସର ପ୍ରାପ୍ତ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ନିଶିକାନ୍ତ ପଣ୍ଡା ,ଶିକ୍ଷକ ରବୀନ୍ଦ୍ର ପୂଜାରୀ ଙ୍କ ସମେତ ମଞ୍ଚlସୀନ ଅତିଥି ମାନେ ଗ୍ରୁରୁ _ ଶିଷ୍ୟ ପରମ୍ପରା ଉପରେ ତଥା ଆଦର୍ଶ ଶିକ୍ଷକ ହେବା ପାଇଁ ପ୍ରତ୍ୟେକ ଙ୍କୁ ଯତ୍ନବାନ ହୋଇ ନିଜ କର୍ତ୍ତବ୍ୟ କୁ ଠିକ ଭାବରେ ସମ୍ପାଦନ କରିବା ର ନିରନ୍ତର ପ୍ରୟାସ ଜାରି ରଖିବା ପାଇଁ ଉଦବୋଧନ ଦେଇଥିଲେ ।ଶିକ୍ଷକ ଜାତିର ସମ୍ମାନ କୁ ବଞ୍ଚେଇ ରଖିବା ପାଇଁ ସମସ୍ତ ଶିକ୍ଷକ ଙ୍କ ମଧ୍ୟରେ ଏକତାବଦ୍ଧ ହୋଇ କାମ କରିବାକୁ ପଡ଼ିବ ।ସବୁ ବେଳେ ଧ୍ୟାନ ରଖିବାକୁ ହେବ ଶିକ୍ଷକ ସମାଜ ଯେପରି କଳୁଷିତ ନ ହୁଏ ବୋଲି ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ କରିଥିଲେ ।ଶେଷରେ ପ୍ରାଥମିକ ଶିକ୍ଷକ ସଂଘର ସଂପାଦକ ପ୍ରକାଶ ଚନ୍ଦ୍ର ଦୋରା ଧନ୍ୟବାଦ୍ ଅର୍ପଣ କରିଥିଲେ । ଅତାବିରା ରୁ ଆକାଶ ମିଶ୍ର ଙ୍କ ରିପୋର୍ଟ କୋଶଳ ଟିଭି

LEAVE A REPLY

Please enter your comment!
Please enter your name here

Must Read

Google search engine