HomeUncategorizedକୁମ୍ବେଲସିଂହାରେ ଗୁରୁ ଦିବସ ପାଳିତ

କୁମ୍ବେଲସିଂହାରେ ଗୁରୁ ଦିବସ ପାଳିତ

ରେଙ୍ଗାଲିକେମ୍ପ, ତା ୬/୯( ନି ପ୍ର)…ଅତାବିରା ବ୍ଲକ ଅନ୍ତର୍ଗତ କୁମେଲସିଂହା ଦଧିବାମନ ଉଚ୍ଚ ବିଦ୍ୟାଳୟରେ ଗୁରୁଦିବସ ପାଳିତ ହୋଇଯାଇଛି ଏକ ଭିନ୍ନ ତଥା ନିଆରା ଢଙ୍ଗରେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଦଳପତି ଙ୍କ ତତ୍ବାବଧାନରେ ଛାତ୍ର ଛାତ୍ରୀ ମାନେ ନିଜେ ସମସ୍ତ ଦାୟିତ୍ଵ ନେଇ ଏହି ଗୁରୁ ପୂଜନ କରିଥିଲେ ।ଗୁରୁ ମାନଙ୍କୁ ଆସନରେ ବସାଇ ଫୁଲ ଚନ୍ଦନ ଲଗାଇ ଗୁରୁ ମାନଙ୍କୁ ପୂଜା କରିଥିଲେ ।ପରେ ସମବେତ ଭାବରେ ଗୁରୁ ବନ୍ଦନା ଗାନ କରିଥିଲେ । ଛlତ୍ର ଛାତ୍ରୀ ମାନେ ସ୍ବତଃସ୍ପୁର୍ତ୍ତ ଭାବରେ ଗୁରୁ ଓ ଶିଷ୍ୟ ସମ୍ପର୍କରେ ତଥା ଛାତ୍ର ମାନଙ୍କ ଚରିତ୍ର ଗଠନରେ ଗୁରୁ ହିଁ ପ୍ରଥମ ମାର୍ଗ ଦର୍ଶକ ବୋଲି କହିଥିଲେ ।ତେଣୁ ଗୁରୁଙ୍କ ଆଦେଶ ମାନି ଚାଲିବା ଆମର ନିତାନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ। ଛାତ୍ର ଛାତ୍ରୀ ମାନଙ୍କ ଏଭଳି ବକ୍ତବ୍ୟ ରେ ଶିକ୍ଷକ ମାନଙ୍କ ହୃଦୟ ଭାବାବେଗ ରେ ପୁରି ଉଠିଥିଲା । ସମସ୍ତ ଶିକ୍ଷକ ଛାତ୍ର ଛାତ୍ରୀ ମାନଙ୍କୁ ଆଶୀର୍ବାଦ ପ୍ରଦାନ କରି ଜୀବନରେ ଭଳ ମଣିଷ ହେବାକୁ ସ୍ନେହସିଷ ପ୍ରଦାନ କରିଥିଲେ । ବିଦ୍ୟାଳୟ ର ଶିକ୍ଷକ, ପ୍ରମୋଦ ପ୍ରଧାନ,ରଘୁନନ୍ଦନ ପଣ୍ଡା,ଡିଲେଶ୍ୱର ନାଏକ ଓ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଖେଳ ଶିକ୍ଷକ ତ୍ରିଲୋକ୍ୟ ନାଏକ ଧନ୍ୟବାଦ ଦେଇଥୂଲେ। ବ୍ଲକ ର ବିିିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା ।ଅନେକ ବିଦ୍ୟାଳୟ ମାନଙ୍କରେ ଗୁରୁ ଦିବସ ଲାଗି ବକୃତା ,ଗୀତ, ଓ ନୃତ୍ୟ ଆଦି ପ୍ରତିଯୋଗିତା କରାଯାଇଥିଲା ।କୃତି ପ୍ରତି ଯୋଗୀଙ୍କ ପୁରକୃତ ମଧ୍ୟ କରାଯାଇଥିଲା । ଦୁଇ ବର୍ଷ ପରେ ପିଲାମାନେ ଏସବୁ କରିବାର ସୁଯୋଗ ପାଇ ବଡ ହର୍ଷ ଆନନ୍ଦରେ ପ୍ରତ୍ୟେକ ପର୍ବ ପାଳନ କରିଆସୁଛୁନ୍ତି। ଅତାବିରା ରୁ ଆକାଶ ମିଶ୍ରଙ୍କ ରିପୋର୍ଟ କୋଶଳ ଟିଭି

LEAVE A REPLY

Please enter your comment!
Please enter your name here

Must Read

Google search engine