HomeUncategorizedସାପ କାମୁଡ଼ାରେ ମୃତ୍ୟୁବରଣ କଲେ ବି ଏସ ଏଫ୍ ଆବେଦନକାରୀ ଯୁକ୍ତ ତିନି କଳା ଛାତ୍ର

ସାପ କାମୁଡ଼ାରେ ମୃତ୍ୟୁବରଣ କଲେ ବି ଏସ ଏଫ୍ ଆବେଦନକାରୀ ଯୁକ୍ତ ତିନି କଳା ଛାତ୍ର


ରେଙ୍ଗାଲିକ୍ୟାମ୍ପ, ତା ୮/୯ .ଅତାବିରା ବ୍ଲକ ଅନ୍ତର୍ଗତ ଖଲିଆପାଲି ପରମାନପୂର୍ ଶେଷଦେବ ମଲ୍ଲିକ ଙ୍କ ପୁଅ ଦୀପକ ମଲ୍ଲିକ ସାପ କାମୁଡ଼ାରେ ମୃତ୍ୟୁବରଣ କରିଛନ୍ତି ।ବୟସ ହେଉଥିଲା ମାତ୍ର ୨୧ । ଅତାବିରା ମହାବିଦ୍ୟାଳୟ ରେ ସେ ଯୁକ୍ତ ତିନି ଦ୍ଵିତୀୟ ବର୍ଷ କଳା ଛାତ୍ର ଥିଲେ । ତାଙ୍କ ଶରୀର ବେଶ୍ ହୃଷ୍ଟ ପୁଷ୍ଟ ଥିଲା । ଭାରତୀୟ ସୈନ୍ୟ ବିଭାଗରେ ଯୋଗ ଦେବା ପାଇଁ ତାଙ୍କର ପ୍ରବଳ ଇଚ୍ଛା ରହିଥିଲା । ତେଣୁ ସେ ନିୟମିତ ପ୍ରୟାସ ଜାରି ରଖି ପ୍ରତିଦିନ ସକାଳେ ଦୀର୍ଘ ରାସ୍ତା ଦୌଡା ଦୌଡ଼ି କରୁଥିଲେ ।ଗତ ଏପ୍ରିଲ ୨୦୨୨ ରେ ବି ଏସ ଏଫ୍ ରେ ଆବେଦନ କରିଥିଲେ ।କେବଳ ମେଡିକାଲ ଟେଷ୍ଟ ବାକିଥିବା ଜଣାପଡିଛି ।କିନ୍ତୁ ଭାଗ୍ୟର ବିଡମ୍ବନା ଯେ ଗତ ରାତିରେ ଶୋଇଥିବା ବେଳେ ତାଙ୍କ ବେକରେ ଏକ ବିଷଧର ସାପ( କଲେଥ) ସାପ କାମୁଡ଼ି ଦେଇଥିଲା ।ସେ ହଠାତ୍ ଉଠି ପଡ଼ି ଦେଖିଲେ ସାପକୁ । ଏ ବିଷୟରେ ବାପା , ମାଁଙ୍କୁ ଜଣାଇଥିଲେ ।ସାଙ୍ଗେ ସାଙ୍ଗେ ତାଙ୍କୁ ବୁର୍ଲା ଡାକ୍ତର ଖାନlକୁ ନିଆଯାଇଥିଲା ।କିନ୍ତୁ କିଛି ସମୟ ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ବ୍ୟବଚ୍ଛେଦ ପରେ ତାଙ୍କର ମୃତ ଶରୀରକୁ ଘରକୁ ଅଣାଯାଇଥିଲା ।ଏହି ଦୁଃଖଦ ଖବର ଶୁଣି ଗାଆଁ ରେ କାଳ ପଡିଯାଇଥିଲା ।ଗ୍ରାମ ତଥା ଆଖପାଖ ଗ୍ରାମର ଯୁବ ଗୋଷ୍ଠୀ ଧାଇଁ ଆସିଥିଲେ ତାଙ୍କୁ ଶେଷଥର ଦେଖିବା ପାଇଁ ।ବାପାଙ୍କର ସେ ଗୋଟିଏ ପୁଅ ଥିଲେ।ତାଙ୍କ ତଳକୁ ୧୨ ବର୍ଷର ଭଉଣୀ ଅର୍ପିତା ।ଦୀପକ ଜଣେ ବହୁତ୍ ଭଦ୍ର ଓ ନମ୍ର ପ୍ରକୃତିର ଯୁବକ ଥିଲେ ।ତେଣୁ ତାଙ୍କରି ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଗାଆଁ ଶ୍ମଶାନରେ ତାଙ୍କର ଶେଷ କୃତ୍ୟ ସଂପନ୍ନ ହୋଇଥିଲା । କାକାପୁଅ ଭାଇ କଳlକାହ୍ନୁ ମଲ୍ଲିକ ତାଙ୍କର ମୁଖlଗ୍ନି ଦେଇଥିଲେ । ଅତାବିରା ରୁ ଆକାଶ ମିଶ୍ରଙ୍କ ରିପୋର୍ଟ କୋଶଳ ଟିଭି

LEAVE A REPLY

Please enter your comment!
Please enter your name here

Must Read

Google search engine