HomeUncategorizedରେମଣ୍ଡା ଦଶହରା ପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରେମଣ୍ଡା ଦଶହରା ପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ସମଲେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ପବିତ୍ର କୁମାର ପୂର୍ଣ୍ଣିମା ଉତ୍ସବ ତଥା ଦଶହରା ପୂର୍ଣ୍ଣମୀ ଉପଲକ୍ଷେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତିତ୍ବ କରି ଥିଲେ, ରେମଣ୍ଡା ସରପଞ୍ଚ ଉଦ୍ଧବ ବାରିକ ।ଏହି ସମୟରେ ଗତବର୍ଷ ର ଆୟବ୍ୟୟ ହିସାବ କରାଯାଇଥିଲା। ଗତବର୍ଷ ୨ବର୍ଷ କରୋନା କଟକଣା ଯୋଗୁଁ ସାଧାରଣ ଭାବରେ ଦଶହରା ପୂଜା ପାଳନ କରାଯାଇଥିଲା।

ଏବର୍ଷ କଟକଣା ନଥିବାରୁ ହଜାର ହଜାର ସଂଖ୍ୟାରେ ସାଧାରଣ ଶ୍ରଦ୍ଧାଳୁ, ଭକ୍ତମାନେ ଆସି ମାଁ ସମଲେଶ୍ଵରୀ ଦର୍ଶନ କରିବେ। ଏହି ସଭାରେ ସର୍ବ ସମ୍ମତି କ୍ରମେ ଏକ ନୂତନ କମିଟୀ ଗଠନ କରାଯାଇଛି। ସଭାପତି ଭାବରେ ରେମଣ୍ଡା ସରପଞ୍ଚ ଉଦ୍ଧବ ବାରିକ, ଉପସଭାପତି କୀର୍ତ୍ତନ ପଟେଲ, ସଂପାଦକ ରାମ ପ୍ରସାଦ କର, ସହସଂପାଦକ ଦୀନେଶ ପ୍ରଧାନ, କୋଷାଧକ୍ଷ ଶୁଶିଲ କୁମାର ଭୁଏ, ସହକୋଷାଧ୍ଯକ୍ଷ ଦୁର୍ଯ୍ୟୋଧନ ସେଠ, ଏହା ସହିତ ଏକ ଉପଦେଷ୍ଟା କମିଟି ଗଠନ କରାଯାଇଛି, ଏଥିରେ ଡଃ ମନୋରଞ୍ଜନ ମେହେର, ଏକାଦଶୀଆ ହଟେଇ, ମୋହନ ଦୋରା, ଫକୀର ମେହେର ଉପରୋକ୍ତ କମିଟୀ ଆଜି ଠାରୁ କାର୍ଯ୍ୟକାରୀ ହେଲା ବୋଲି ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସଭାପତି ଉଦ୍ଧବ ବାରିକ ସମସ୍ତ କଂ ସହଯୋଗ, ସହାୟତା କାମନା କରିଥିଲେ। ସଭା କୁ ସାଂଗ କରାଯାଇଥିଲା। ଭେଡେନ ରୁ ଭବାନୀ ଶଙ୍କର ପାଢ଼ୀ ଙ୍କ ରିପୋର୍ଟ କୋଶଳ ଟିଭି

LEAVE A REPLY

Please enter your comment!
Please enter your name here

Must Read

Google search engine