HomeUncategorizedପାତ୍ରପାଲିଠାରେ ରକ୍ତଦାନ ଶିବିର ଆୟୋଜିତ

ପାତ୍ରପାଲିଠାରେ ରକ୍ତଦାନ ଶିବିର ଆୟୋଜିତ

ବରଗଡ ଜିଲ୍ଲା ଭେଡେନ ବ୍ଲକ ତାଲମେଂଡା ପଂଚାୟତ ର ପାତ୍ରପାଲି ସେବାଶ୍ରମ ବିଦ୍ୟାଳୟରେ ଠାରେ ମାହେଶ୍ଵରୀ ସେନା ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବରେ ତାଲମେଣ୍ଡା ସରପଞ୍ଚ ସନ୍ତୋଷିନୀ ଦାଶ ଉଦ୍ଘାଟନ କରିଥିଲେ। ଏଥିରେ ଦୁଇଜଣ ମହିଳା ସନ୍ତୋଷିନୀ ଦାଶ, ନୀତୁ ଦେହେରୀ ସମେତ ୪୦ ଜଣ ସ୍ୱେଚ୍ଛାକୃତ ରକ୍ତଦାନ କରିଥିଲେ।

ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ବୁର୍ଲା ରକ୍ତ ଭଣ୍ଡାର ଡାକ୍ତର ରାଜନ ତିର୍କୀ, ଲାଲୁ ବିଶ୍ବାଲ, କରୁଣାକର ସାହୁ, ଗଣେଶ ପ୍ରଧାନ, ସୁଶାନ୍ତ କୁମ୍ଭାର ରକ୍ତ ସଂଗ୍ରହ କରି ଥିଲେ। ଏଥିରେ ମାହେଶ୍ଵରୀ ସେନା, ଅମୃତ କୁଟୁମ୍, କୋଶଲ ସେନା ର ସମସ୍ତ ସଦସ୍ୟ ଓ ଦେହେରୀପାଲି ଗ୍ରାମବାସୀ ମିଳିତ ଭାବେ ସହଯୋଗ କରିଥିଲେ। ପରିଶେଷରେ ତାଲମେଂଡା ସରପଞ୍ଚ ପ୍ରତିନିଧି ଅଶ୍ଵିନୀ ଦାଶ ଓ ମାହେଶ୍ଵରୀ ସେନା ପକ୍ଷରୁ ସମସ୍ତ ରକ୍ତଦାତା ମାନକୁଂ ଧନ୍ୟବାଦ ଅର୍ପଣ କରିଥିଲେ। ଭେଡେନ ରୁ ଭବାନୀ ଶଙ୍କର ପାଢ଼ୀ ଙ୍କ ରିପୋର୍ଟ କୋଶଳ ଟିଭି

LEAVE A REPLY

Please enter your comment!
Please enter your name here

Must Read

Google search engine