HomeUncategorizedଅତାବିରା ଫଟୋଗ୍ରାଫିକ୍ ସଂଗଠନ ର ନୂଆଁଖାଇ ଭେଟ୍ ଘାଟ

ଅତାବିରା ଫଟୋଗ୍ରାଫିକ୍ ସଂଗଠନ ର ନୂଆଁଖାଇ ଭେଟ୍ ଘାଟ

ଅତାବିରା ଫଟୋଗ୍ରାଫିକ୍ ସଂଗଠନ ର ନୂଆଁଖାଇ ଭେଟ୍ ଘାଟ
ରେଙ୍ଗାଲିକ୍ୟାମ୍ପ, ତା ୧୧/୯(ନି ପ୍ର)…..ଅତାବିରା ଆନନ୍ଦ କଲ୍ୟାଣ ମଣ୍ଡପ ଠାରେ ଅତାବିରା ଫୋଟୋଗ୍ରାଫି ସଂଗଠନ ପକ୍ଷରୁ ନୂଆଁଖାଇ ଭେଟ ଘାଟ ଅନୁଷ୍ଠିତ ହୋଇଥିଲା । ସଂଗଠନ ର ସଭାପତି ସଞ୍ଜୟ ରଥଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟ କ୍ରମରେ ସମାଜ ସେବୀ ରିଙ୍କେଶ ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଡଃ ଶଙ୍କର ରାମ ଚନ୍ଦାନି,ରାଜ୍ୟ ଫଟୋଗ୍ରlଫର୍ ସଂଗଠନ ର ସମ୍ପାଦକ ଜବେଦ ଟିଟୋ,ଥାନା ଅଧିକାରୀ ଅନିଲ ପ୍ରଧାନ, ଶାଖା ପରିଚାଳକ ଅଭିଷେକ ଦେବତା ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ଥିଲେ । ତର୍ପଣ ପ୍ରଧାନ ଅତିଥି ପରିଚୟ ସହ ସ୍ଵାଗତ ଅଭିଭାଷଣ ଦେଇଥିଲେ । ଅତିଥି ମାନଙ୍କ ଦ୍ଵାରା ମା ସମଲେଶ୍ଵରୀ ଙ୍କ ଫଟୋଚିତ୍ର ଦୀପ ପ୍ରଜ୍ବଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରାଯିବା ପରେ ସମବେତ ଜାତୀୟ ସଙ୍ଗୀତ ଗାନ କରି ଦେଶ ମାଟିକୁ ସମ୍ମାନ ଜଣାଇଥିଲେ ।ଏହାପରେ ଦିବଂଗତ ଆତ୍ମା ମାନଙ୍କ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା। ସୁଦାମ ଚରଣ ମିଶ୍ର ବାର୍ଷିକ ବିବରଣୀ ପଠନ କରିଥିଲେ ।ଏହି ଅବସରରେ ରେ କୋଶଳ ଶ୍ରୀ ତର୍ପଣ ପ୍ରଧାନ ଙ୍କ ସହଯୋଗ ରେ ବରିଷ୍ଠ ଫଟୋଗ୍ରlଫିକ ଷ୍ଟଲ ସଂଘ ଓ ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପରେ ସରୋଜ ରଥ ଙ୍କ ସ୍ବରଚିତ ପୁସ୍ତକ ” ମାଟିର ମହକ” ପୁସ୍ତକ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା । ନାରାୟଣ ବେହେରା ଓ ସାଥୀ ଉଦଯାପନୀ ସଙ୍ଗୀତ ଗାନ କରିଥିଲେ । ସୁଦାମ ଚରଣ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ ।ଶେଷରେ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ନୂଆଁଖାଇ ଭେଟ ଘାଟ ର ଦ୍ଵାରା ପରସ୍ପର ମଧ୍ୟରେ ଭାବ ବିନିମୟ କରିଥିଲେ। ଅତାବିରା ରୁ ଆକାଶ ମିଶ୍ରଙ୍କ ରିପୋର୍ଟ କୋଶଳ ଟିଭି

LEAVE A REPLY

Please enter your comment!
Please enter your name here

Must Read

Google search engine