HomeKoshalTv Exclusiveଅନୁସୂୟା ଦେବତା ଙ୍କୁ"ଅହଲ୍ୟା ସ୍ମୃତି ସମ୍ମାନ

ଅନୁସୂୟା ଦେବତା ଙ୍କୁ”ଅହଲ୍ୟା ସ୍ମୃତି ସମ୍ମାନ

ଅନୁସୂୟା ଦେବତା ଙ୍କୁ”ଅହଲ୍ୟା ସ୍ମୃତି ସମ୍ମାନ
ବରଗଡ଼ ଜିଲ୍ଲା. ଅତାବିରା ବ୍ଲକ ଟୋପ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ଅନୁସୂୟା ଦେବତା” ଅହଲ୍ୟା ସ୍ମୃତି ସମ୍ମାନ ” ରେ ସମ୍ମାନିତ ହୋଇଛନ୍ତି । ଉତ୍କଳ ରତ୍ନ ଲକ୍ଷ୍ମୀଧର ରାଉତ ଙ୍କ ପ୍ରତିଷ୍ଠିତ “ବାଣୀପୀଠ ” ମୟୂରଭଞ୍ଜ ର ୪୨ ତମ କବିତା ପଠନ ଓ ପ୍ରତିଭା ସମ୍ବର୍ଦ୍ଧନା ସଭା ତଥା ସ୍ବର୍ଗତ ରାଉତ ଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀ ପାଳନ ଅବସରରେ ଓଡ଼ିଶାର କୋଣ ଅନୁକଣେ ଥିବା ବିଭିନ୍ନ ପ୍ରତିଭା ଧlରି ମାନଙ୍କୁ ସାଉଁଟି ଆଣି ତାଙ୍କ ର ପ୍ରତିଭାକୁ ଜନ ମାନସରେ ଅଙ୍କୁରିତ କରିବାର ପ୍ରୟାସ ନେଇ ସୃଷ୍ଟି ହୋଇଥିବା ଏହି “ବାଣୀପୀଠ” ଆଜି ଅର୍ଦ୍ଧଶତକର ନିକଟବର୍ତ୍ତୀ , । ଏହାର ସମସ୍ତ ପରିଚାଳନା ତଥା ଅତିଥି ଙ୍କୁ ସ୍ଵାଗତ କରିଥିଲେ ବାଣୀପୀଠର ମୁଖ୍ୟ ଆୟୋଜକ କୁମାର ବାବୁଲୁ
।,ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ବାଣୀପୀଠର ଉପଦେଷ୍ଟା ଙ୍କ ସଭାପତିତ୍ବ କ୍ରମେ ଆୟୋଜିତ ଏହି ମହୋତ୍ସବର ପ୍ରଥମ ପର୍ଯ୍ୟାୟରେ ପ୍ରଫେସର ଡଃ ହୀରାଲାଲ ଦାଶ,ପ୍ରଫେସର ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱ ବିଦ୍ୟାଳୟ କେନ୍ଦୁଝର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ମାନ୍ୟବର ବିଧାୟକ,ବଡ଼ସାହି ନିର୍ବାଚନ ମଣ୍ଡଳୀର ସନାତନ ବିଜୁଳି ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମର ଦୁଇଟି ପର୍ଯ୍ୟାୟ ରେ ଓଡ଼ିଶା ସାହିତ୍ୟ ଏକାଡେମୀ ର ଅଜିତ କୁମାର ପାତ୍ର,ଓଡ଼ିଆ ଜାଗରଣ ମଂଚର ସଭାପତି ଶରତ ଚନ୍ଦ୍ର ନାୟକ,ସମ୍ପାଦିକା ରେବତୀ ର ଭୂମି କନ୍ୟା ସୁବାସିନି ଜେନା,ସାହିତ୍ୟ ଏକାଡେମୀ ର ପଦ୍ମନାଭ ସାହୁ,ସରୋଜିନୀ ରଥ ,ଡଃ ଲକ୍ଷ୍ମଣ ସାହୁ,ଡଃ ସତ୍ୟ ନାରାୟଣ ପଣ୍ଡା ପ୍ରମୁଖ ବିଶିଷ୍ଟ ସାହିତ୍ୟବିତ୍ ଓ ଭାଷାବିଦ ମଞ୍ଚlସୀନ ହୋଇଥିଲେ ।ଏଥିରେ ଓଡ଼ିଶାର ପଚାଶ ଜଣ ରୁ ଉର୍ଦ୍ଧ୍ବ ପ୍ରତିଭା ଧlରି ମାନଙ୍କୁ ବିଭିନ୍ନ ସମ୍ମାନ ରେ ସମ୍ମାନିତ କରାଯାଇଥିଲା ।ଏହି ଅବସରରେ ଅତାବିରା ବ୍ଲକ ର ଅନନ୍ୟ ପ୍ରତିଭା ଧାରିଣୀ ,ଶ୍ରୀମତୀ ଅନୁସୂୟା ଦେବତାଙ୍କୁ ,ସମାଜ ସେବା ,ସାହିତ୍ୟ ସାଧନା ଆଦି ପାଇଁ ” ଅହଲ୍ୟା ସ୍ମୃତି ସମ୍ମାନ ରେ ସମ୍ମାନିତ କରାଯାଇଥିଲା । ଶ୍ରୀମତୀ ଦେବତା ପେଶା ରେ ଜଣେ ଶିକ୍ଷୟିତ୍ରୀ,କିନ୍ତୁ ନିଶା ତାଙ୍କର ସମାଜ ସେବା। ନିଜର ପାରିବାରିକ ,ତଥା ଚାକିରିର ସମସ୍ତ ଦାୟିତ୍ବ ସମ୍ପାଦନ କରିବା ସହିତ ସେ ବିଭିନ୍ନ ପ୍ରକାର ସେବା ମୂଳକ କାର୍ଯ୍ୟ କରି ଶାନ୍ତି ଅନୁଭବ କରୁଥିବା ସେ କହିଛନ୍ତି । ଭୟଂକର କରୋନା ମହାମାରୀ ସମୟରେ ସମସ୍ତେ ଘର ଭିତରେ ଲୁଚି ରହିଥିବା ବେଳେ ସେ, ଅଧିବାସୀ ଅଧ୍ୟୁଷିତ ଗ୍ରାମ ମାନଙ୍କୁ ବୁଲି ତାଙ୍କୁ ସଚେତନ କରିବା ସହ ତାଙ୍କୁ ମlସ୍କ,ସାନିଟାଇଯର,ଶୁଖିଲା ଖାଦ୍ୟ , ପୋଷାକ ଆଦି ବଣ୍ଟନ କରିଥିଲେ । ସାହିତ୍ୟ ସାଧନାରେ ମଧ୍ୟ ସେ ଅଞ୍ଚଳର ଜଣେ ଲେଖିକା ଭାବରେ ବେଶ ପରିଚିତ । ଏହା ବ୍ୟତୀତ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କର ଜଣେ ଆଦର୍ଶ ଶିକ୍ଷୟିତ୍ରୀ ଭାବରେ ମଧ୍ୟ ବେଶ୍ ଚର୍ଚ୍ଚିତl l ଆଜି ଏହି ସମ୍ମାନ ପାଇ ସେ ଅଞ୍ଚଳ ପାଇଁ ଗର୍ବ ଗୌରବ ଆଣିଛନ୍ତି । ନାରୀ ମାନଙ୍କ ପାଇଁ ବିଶେଷ କରି ସେ ଏକ ଉଦାହରଣ ପଲଟିଯାଇଛନ୍ତି । ଏହି ପ୍ରତିଭା ସମ୍ମାନ ସମାରୋହରେ ବରଗଡ଼ ତୁଲଣ୍ଡି ଗ୍ରାମର ବଟକୃଷ୍ଣ ସାହୁ ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଅତାବିରା ରୁ ଆକାଶ ମିଶ୍ରଙ୍କ ରିପୋର୍ଟ କୋଶଳ ଟିଭି

LEAVE A REPLY

Please enter your comment!
Please enter your name here

Must Read

Google search engine