HomeKoshalTv Exclusiveଥୁଆପାଲିରେ ବିଶ୍ଵକର୍ମା ପୂଜା ଅନୁଷ୍ଠିତ

ଥୁଆପାଲିରେ ବିଶ୍ଵକର୍ମା ପୂଜା ଅନୁଷ୍ଠିତ

ବରଗଡ ଜିଲ୍ଲା ଭେଡେନ ବ୍ଲକ ଥୁଆପାଲି ଓଡିଶା ମୋଟର ଚାଳକ ସଂଘ ଓ ମାଁ ବିନ୍ଧ୍ୟବାସିନୀ ଟେକସି ଚାଳକ ସଂଘ ର ମିଳିତ ଆନୁକୂଲ୍ୟରେ ବାବା ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି। ଗତ ଦୁଇ ବର୍ଷ କରୋନା କଟକଣା ଯୋଗୁଁ ନିରାଡମ୍ବର ଭାବେ ପାଳିତ ହେଉଥିଲା। ଏହି କଟକଣା କୋହଳ ହୋଇଥିବା ଯୋଗୁଁ ଭଲ ଭାବରେ ବାବା ବିଶ୍ୱକର୍ମା ପୂଜା ହୋଇଥିଲା ।ଏଥିରେ କର୍ତ୍ତା ଭାବରେ ପିଣ୍ଟୁ ପାଢୀ ଦାଇତ୍ବ ତୁଲାଇଥିଲେ। ପୁରୋହିତ ଭାବରେ ପଣ୍ଡିତ ରୁଦ୍ରନାରାୟଣ ଦାସ ନୀତି ରିତିନୀତି ଅନୁସାରେ ପୂଜାର୍ଚ୍ଚନା କରିଥିଲେ।ଏହି ସମୟରେ ପ୍ରତ୍ୟେକ ଦିନ ଜନସାଧାରଣ କଂ ପାଇଁ ପ୍ରସାଦ ଦିଆଯାଇଥିଲା ।ଏଥିରେ ଓଡିଶା ମୋଟର ଚାଳକ ସଂଘ ଓ ମାଁ ବିନ୍ଧ୍ୟବାସିନୀ ଟେକସି ଚାଳକ ସଂଘ ର ସଭାପତି ପିଣ୍ଟୁ ପାଢୀ ସେକ୍ରେଟାରୀ ଅଜିତ ବେଗ, କୋଷାଧକ୍ଷ ପପୁ ନାଗ, ରାମ ପଧାନ, ଚକା ବାଗ, ଘନଶ୍ୟାମ ଖୁଣ୍ଟଲି, ସୂର୍ଯ୍ୟ ସାହୁ, ଧର୍ମରାଜ ମେହେର, ସୁଦାମ, ସରୋଜ, ନରେନ୍ଦ୍ର ଓ ଆହୁରି ଅନେକ ବ୍ୟକ୍ତି ବିଶେଷ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଏହି ସମୟରେ ମନୋରଞ୍ଜନ କାର୍ଯ୍ୟକ୍ରମ ପରଦା ସିନେମା, ଆର୍କେଷ୍ଟା୍ ଅନୁଷ୍ଠିତ ହୋଇଥିଲା ।ଆଜି ବାବା ବିଶ୍ୱକର୍ମା କଂ ବିସର୍ଜନ ହୋଇଯାଇଛି । ଭେଡେନ ରୁ ଭବାନୀ ଶଙ୍କର ପାଢ଼ୀ ଙ୍କ ରିପୋର୍ଟ କୋଶଳ ଟିଭି

LEAVE A REPLY

Please enter your comment!
Please enter your name here

Must Read

Google search engine