HomeKoshalTv Exclusiveବିଶିଷ୍ଟ ମୃଦଙ୍ଗ ବାଦକ ସ୍ବର୍ଗତ ଭିକାରୀ ମିଶ୍ର ଓ ତାଙ୍କ ଧର୍ମପତ୍ନୀ ଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ବିଶିଷ୍ଟ ମୃଦଙ୍ଗ ବାଦକ ସ୍ବର୍ଗତ ଭିକାରୀ ମିଶ୍ର ଓ ତାଙ୍କ ଧର୍ମପତ୍ନୀ ଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ପଶ୍ଚିମ ଓଡ଼ିଶାର ବିଶିଷ୍ଟ ମୃଦଙ୍ଗ ବାଦକ ସ୍ବର୍ଗତ ଭିକାରୀ ମିଶ୍ର ଓ ତାଙ୍କ ଧର୍ମପତ୍ନୀ ଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

.. ବରଗଡ଼ ସ୍ଥିତ ବାପୁଜୀ ସ୍ବତନ୍ତ୍ର ବିଦ୍ୟାଳୟରେ ବିଶ୍ଵପ୍ରସିଦ୍ଧ ଧନୁଯାତ୍ରା ର ଦ୍ଵିତୀୟ କୃଷ୍ଣ ତଥା ପଶ୍ଚିମ ଓଡ଼ିଶାର ବିଶିଷ୍ଟ ମୃଦଙ୍ଗ ବାଦକ ସ୍ବର୍ଗତ ଭିକାରୀ ଚରଣ ମିଶ୍ର ଓ ତାଙ୍କ ଧର୍ମ ପତ୍ନୀ ସୁବର୍ଣ୍ଣ ମିଶ୍ର ଙ୍କୁ ପବିତ୍ର ଆଶ୍ୱିନ ପିତୃପକ୍ଷ ର ଦଶମୀ ତିଥିରେ ତାଙ୍କର ପଞ୍ଚମ ପୁତ୍ର ଆକାଶ ମିଶ୍ର ଓ ବୋହୂ ଅନୁସୂୟା ଦେବତା ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ପ୍ରଥମେ ସ୍ବର୍ଗତ ମିଶ୍ର ଓ ତାଙ୍କ ଧର୍ମ ପତ୍ନୀଙ୍କ ଫଟୋଚିତ୍ର ରେ ଦୀପ ପ୍ରଜ୍ବଳନ ତଥା ଶ୍ରଦ୍ଧା ସୁମନ ଅର୍ପଣ କରି ତାଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା ।ଏହି ଅବସରରେ ଡୁଙ୍ଗୁରିପାଲି ର ସଙ୍କୀର୍ତ୍ତନ ପ୍ରେମୀ ଡଃ ଶରତଚନ୍ଦ୍ର ସାହୁ, ଅତାବିରା ର ବିଶିଷ୍ଟ ସମାଜ ସେବୀ କୃଷ୍ଣ ଚନ୍ଦ୍ର ପ୍ରଧାନ, ଆଶୀର୍ବାଦ ସଂଗଠନ ର ସମ୍ପାଦକ ଲେସ ପ୍ରଧାନ,ସଂଯୋଜକ ଦୁର୍ଯ୍ୟୋଧନ ଗଡତିଆ ,ବାପୁଜୀ ସ୍ବତନ୍ତ୍ର ବିଦ୍ୟାଳୟର ଅଧ୍ୟକ୍ଷ ମେଘନାଦ ସାହୁ,କିଶୋର ସାହୁ,ଶିକ୍ଷୟତ୍ରୀ ସୁଶୀଳା ପଶାୟତ ବରେଣ୍ୟ ଅତିଥି ରୂପେ ଯୋଗ ଦେଇ ସ୍ବର୍ଗତ ମିଶ୍ରଙ୍କ ସ୍ମୃତି ଚାରଣ କରିଥିଲେ । ସ୍ବର୍ଗତ ମିଶ୍ର ପେଶାରେ ଜଣେ ଆଦର୍ଶ ଶିକ୍ଷକ କିନ୍ତୁ କଳା ଥିଲା ତାଙ୍କର ନିଶା ।ସେ ଅନନ୍ୟ କଳାର ଅଧିକାରୀ ଥିଲେ । ବାଲ୍ୟ କାଳରୁ ମୃଦଙ୍ଗ ବାଦକ ପ୍ରତି ରହିଥିଲା ତାଙ୍କର ଅହେତୁକ ଦୁର୍ବଳତା। ଅପରାହ୍ନ ୫ଟାରୁ ସକାଳ ୮ଟା ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବରେ ମୃଦଙ୍ଗ ବାଦନ କରି ସେ ସ୍ଵର୍ଣ୍ଣପଦକ ଲାଭ କରିଥିଲେ।ଏହା ସହ ଅନେକ ଗୁଡ଼ିଏ ନାଟକରେ ମଧ୍ୟ ସେ ଅଭିନୟ କରି ଉଚ୍ଚ ପ୍ରଶଂସିତ ଓ ଚର୍ଚ୍ଚିତ ହୋଇଥିଲେ । ତାଙ୍କ ନାମ ଥିଲା ଭିକାରୀ କିନ୍ତୁ କଳାରେ ଥିଲେ ସେ ଅମାପ ସମ୍ପତ୍ତିର ଅଧିକାରୀ। ଖାଲି କଳା ନୁହେଁ, ନିଜର କର୍ତ୍ତବ୍ୟ ନିଷ୍ଠା ପାଇଁ ମଧ୍ୟ ସେ ଲୋକ ପ୍ରୀୟତା ଅର୍ଜନ କରିଥିଲେ ।ଜନଗଣନା କାର୍ଯ୍ୟରେ ବିଶେଷ ଅବଦାନ ପାଇଁ ସେ ଓଡ଼ିଶାର ମହାମହିମ ରାଜ୍ୟପାଳ ଙ୍କ ଠାରୁ ମଧ୍ୟ ପଦକ ଲାଭ କରି ପ୍ରଶଂସିତ ହୋଇଥିଲେ । ବରଗଡ଼,ସମ୍ବଲପୁର ,ସୋନପୁର ଆଦି ଜିଲ୍ଲାରେ ସେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବର୍ଷୀୟାନ କଳାକାର ର ସମ୍ମାନ ଲାଭ କରିଥିଲେ । କଳା କୁ ସାଧନ କରି ସେ ଜନ ମାନସକୁ ଅବିଭୂତ କରିଦେଇଥିଲେ ବୋଲି ବରେଣ୍ୟ ଅତିଥି ମାନେ ନିଜ ନିଜ ମତବ୍ୟକ୍ତ କରିଥିଲେ ।ପୁଣି ଥରେ ତାଙ୍କର ସ୍ମୃତିରେ ସମସ୍ତେ ବିଭୋର ହୋଇପଡ଼ିଥିଲେ ।ସେ ଛାତ୍ର ବତ୍ସଲ ଶିକ୍ଷକ ଥିଲେ ।ତେଣୁ ଏହି ଶୁ ଅବସରରେ ବାପୁଜୀ ସ୍ବତନ୍ତ୍ର ବିଦ୍ୟାଳୟର ଦିବ୍ୟlଙ୍ଗ ଶିଶୁ ମାନଙ୍କୁ ତାଙ୍କ ପୁଅ ବୋହୂ ଅନ୍ନଭୋଜନ ଦେଇଥିଲେ ।ଏହା ବ୍ୟତୀତ ଏହି ଦିବ୍ୟlଙ୍ଗ ଶିଶୁ ଓ ସଙ୍ଗୀତ ଶିକ୍ଷକ ଅମରେଶ ବାରିକ୍ ତାଙ୍କରି ଉଦ୍ଦେଶ୍ୟରେ ଭକ୍ତିପୂତ ଭଜନ ମାଧ୍ୟମରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ଦୃଷ୍ଟିହୀନ ବିଭାଗ ର ପ୍ରଧାନ ଶିକ୍ଷକ ଅଭୟ ପ୍ରଧାନ,ଶିକ୍ଷକ ଗୁଣନିଧି ସାହୁ, ଅସାବତି କୁମ୍ଭାର,ବିଜୟା ତଥା ସମସ୍ତ କର୍ମଚାରୀ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Must Read

Google search engine