HomeKoshalTv Exclusiveକଂଗ୍ରେସ ର ଭାରତ ଯୋଡୋ କାର୍ଯ୍ୟକ୍ରମ ଅନୁଷ୍ଠିତ

କଂଗ୍ରେସ ର ଭାରତ ଯୋଡୋ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡିଶା ପ୍ରଦେଶ କଂଗ୍ରେସ ଅଫିସ ଭୂବନେଶ୍ବର ଠାରେ ଓଡିଶା ର “ଭାରତ ଯୋଡୋ” ଯାତ୍ରା ର ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ର ସଭାପତି ଶରତ ପଟ୍ଟନାୟକ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ମୁଖ୍ୟ ଅତିଥି ଭାବରେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ଜୟ ରାମ ରମେଶ ଯୋଗ ଦେଇଥିଲେ, ସମ୍ମାନୀତ ଅତିଥି ଭାବେ ପୂର୍ବତନ ମଧ୍ୟପ୍ରଦେଶ ର ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ଯୋଗ ଦେଇଥିଲେ।ଏହି ସମୟରେ ଓଡିଶା କମିଟି ସଭ୍ଯ ଭାବରେ ଭେଡେନ ବ୍ଲକ କଂଗ୍ରେସ କମିଟି ସଭାପତି ରମେଶ ଚନ୍ଦ୍ର ପଂଡା କୁଂ ମନୋନୀତ କରାଯାଇଥିଲା। ଏହି ଅବସରରେ ରମେଶ ଚନ୍ଦ୍ର ପଂଡା ପ୍ରଦେଶ କଂଗ୍ରେସ କମିଟି ର ସଭାପତି ଶରତ ପଟ୍ଟନାୟକ ଓ ବରଗଡ ଜିଲ୍ଲା କଂଗ୍ରେସ କମିଟି ସଭାପତି ତଥା ଅତାବିରା ପୂର୍ବତନ ବିଧାୟକ ନିହାର ରଂଜନ ମହାନଂଦ ଓ ବରଗଡ ଜିଲ୍ଲା କଂଗ୍ରେସ କମିଟି ଠାରେ ରମେଶ ଚନ୍ଦ୍ର ପଂଡା କୃତଜ୍ଞତା ଜଣାଇଥିଲେ।

ଏହି ସମୟରେ ବରଗଡ ଲୋକସଭା କଂଗ୍ରେସ ପ୍ରାର୍ଥୀ ପ୍ରଦୀପ୍ତ କୁମାର ଦେବତା, ପୂର୍ବତନ ମୁଖ୍ୟ ସଚେତକ ସତ୍ଯ ଭୁଷଣ ସାହୁ ଓ ଭେଡେନ ବ୍ଲକ କଂଗ୍ରେସ କମିଟି ର ମାଧବାନନ୍ଦ ସାହୁ ଓ ଲକ୍ଷ୍ମୀନାରାୟଣ ପାଢୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଭେଡେନରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ କୋଶଳ ଟିଭି

LEAVE A REPLY

Please enter your comment!
Please enter your name here

Must Read

Google search engine