HomeUncategorizedରେମଣ୍ଡାରେ ଗାୟତ୍ରୀ ଯଜ୍ଞ ଅନୁଷ୍ଠିତ

ରେମଣ୍ଡାରେ ଗାୟତ୍ରୀ ଯଜ୍ଞ ଅନୁଷ୍ଠିତ

ଥୁଆପାଲି (ସମିସ) ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ଠାରେ ଗାୟତ୍ରୀ ଯଜ୍ଞ ପାଇଁ ଗାୟତ୍ରୀ ପରିବାର ପକ୍ଷରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତିତ୍ବ କରିଥିଲେ ପୂର୍ଣ୍ଣ ଚନ୍ଦ୍ର ମେହେର। ଏଥିରେ ମୁଖ୍ୟ ଅତିଥି ଭାବରେ ମୃତ୍ୟୁଞ୍ଜୟ କର ଓ ଅତିଥି ଭାବରେ ଶିବ ନାରାୟଣ ଶତପଥୀ ଓ ମାତାଜୀ ଯୋଗ ଦେଇଥିଲେ। ଗାୟତ୍ରୀ ପରିବାର ସମସ୍ତ ସଦସ୍ୟ/ ସଦସ୍ୟା ମାନଙ୍କୁ ନେଇ କମିଟୀମାନ ଗଠନ କରାଯାଇଛି। ଏଥିରେ ସଭାପତି ଭାବେ ଡାକ୍ତର ଶିବ ନାରାୟଣ ଶତପଥୀ, କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣ ଚନ୍ଦ୍ର ମେହେର, ସଂପାଦକ ବେଦବର ପ୍ରଧାନ, ସହ ସଂପାଦକ କୁଞ୍ଜ ପାତ୍ର, କୋଷାଧକ୍ଷ ରାମ ଚନ୍ଦ୍ର ଭୋଇ ଏହାସହିତ କାର୍ଯ୍ୟକାରୀ କମିଟିର ଏକାଦଶୀଆ ହଟେଇ, ଦୀନବନ୍ଧୁ ମେହେର, ହାରାଚାନ୍ଦ ସାଥୁଆ, ଦିଲିପ ସାଥୁଆ , ଗଂଗାଧର ମେହେର ଆହୁରି ଅନେକ ବ୍ୟକ୍ତିବିଶେଷ କୁଂ ନେଇ ବିଭିନ୍ନ କମିଟି ଗଠନ କରାଯାଇଛି। ସର୍ବ ଶେଷରେ ଗାୟତ୍ରୀ ଯଜ୍ଞ ନିମନ୍ତେ ଶାନ୍ତିକୁଞ୍ଜ ହରିଦ୍ଵାର ସମ୍ପର୍କ ରଖିବାକୁ ପୂର୍ଣ୍ଣ ଚନ୍ଦ୍ର ମେହେର ଦାୟିତ୍ବ ପ୍ରଦାନ କରାଯାଇଛି। ପରିଶେଷରେ ଉଦ୍ଧବ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ଭେଡେନ ରୁ ଭବାନୀ ଶଙ୍କର ପାଢୀଙ୍କ ରିପୋର୍ଟ କୋଶଳ ଟିଭି

LEAVE A REPLY

Please enter your comment!
Please enter your name here

Must Read

Google search engine