ଟି ପି ଡବ୍ଲୁ ର ଗୁଣ୍ଡାରାଜ୍….ଏସ ଡି ଓ କାର୍ଯ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

ରେଙ୍ଗାଲିକ୍ୟାମ୍ପ, ତା ୧୬/୩…. ବଢୁଛି ଟି ପି ଡବ୍ଲୁ ର ଗୁଣ୍ଡାରାଜ, ଥମୁନି ଜନ ଅସନ୍ତୋଷ । ଟି ପି ଡବ୍ଲୁ ର ମନମୁଖୀ ବିଦ୍ୟୁତ୍ କାଟ ଓ ବିଦ୍ୟୁତ୍ ବିଲ ଆଦାୟ କୁ ନେଇ ଜନ ସାଧାରଣ ଅତିଷ୍ଟ ହୋଇପଡି ଆଜି ବିଦ୍ୟୁତ୍ ଏସ ଡି ଓ ଙ୍କ କାର୍ଯ୍ୟାଳୟ ରେ ତାଲା ପକାଇଥିଲେ କନ୍ତଲ ଗ୍ରାମବାସୀ। ପ୍ରକାଶ ଥାଉ କି ଗତକାଲି ବୁଧବାର ଦିନ ପୂର୍ବରୁ କୌଣସି ସୂଚନା ନ ଦେଇ ବିଦ୍ୟୁତ୍ ବିଭାଗ ର କର୍ମଚାରୀ ମନେ ବିଦ୍ୟୁତ୍ ବିଲ ଆଦାୟ କରିବା ପାଇଁ କନ୍ତଳ ଗ୍ରାମକୁ ଯାଇଥିଲେ ।ସେଠାରେ ଜଣେ ଦୁଇଜଣ ବିଦ୍ୟୁତ୍ ଗ୍ରାହକ ମାନଙ୍କୁ ମାସିକ ବିଲ ସହ ବକେୟା ବିଲ ଦେବା ପାଇଁ କହିଥିଲେ । ନହେଲେ ଲାଇନ୍ କାଟିଦେବା ପାଇଁ ଧାମକ ଦେଇଥିଲେ ।ଗ୍ରାହକ ମାନେ ସମ୍ପୂର୍ଣ ବକେୟା ବିଲ ପରିବର୍ତ୍ତେ ତାର ୫୦ ପ୍ରତିଶତ କିମ୍ବା ୨୫ ପ୍ରତିଶତ ଦେଇପାରିବେ ,ଏକl ଥରକେ ସମ୍ପୂର୍ଣ୍ଣ ବକେୟା ରାଶି ଦେବାରେ ସେମାନେ ସମର୍ଥ ନୁହନ୍ତି ବୋଲି କହିଥିଲେ ।କିନ୍ତୁ ସେମାନେ କିଛି ନ ଶୁଣି ଗ୍ରାମ ରେ କାହାକୁ କିଛି ନ ଜଣାଇ ସିଧା ଆସି ଗାଆଁ ମୁଣ୍ଡରେ ଥିବା ଜମ୍ଫର୍ ରୁ ବିଦ୍ୟୁତ୍ କାଟି ଦେଇ ଚାଲି ଆସିଥିଲେ । ଫଳରେ କୁଳିତା ପଡ଼ା ବ୍ୟତୀତ ଗାଆଁ ସାରା ରାତିରେ ଅନ୍ଧାର ରେ ରହିଥିଲେ। ବର୍ତ୍ତମାନ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଚାଲିଥିବା ବେଳେ ପିଲାମାନଙ୍କ ପାଠ ପଢାରେ ମଧ୍ୟ ଏହା ଅସୁବିଧା ସୃଷ୍ଟି କରିଥିଲା । ଏହା ବ୍ୟତୀତ ଗ୍ରାମ ବାସୀଙ୍କ କହିବା ଅନୁଯାୟୀ ଗ୍ରାମର ସମସ୍ତ ଚାଷୀ ଗଭୀର ନଳ କୁପ ସାହାଯ୍ୟରେ ଜଳ ସେଚନ କରି ରବି ଚାଷ କରନ୍ତି। ପ୍ରତ୍ୟେକ ନଳକୂଅ ପାଇଁ ସ୍ଵତନ୍ତ୍ର ମିଟର ମଧ୍ୟ ଲାଗିଛି ।

ଖରିଫ ଫସଲ ବେଳେ ବର୍ଷା ଯୋଗୁଁ କୃତ୍ରିମ ଜଳ ସେଚନ କରିବାକୁ ପଡ଼ି ନଥାଏ ।କିନ୍ତୁ ସେହି ସମୟରେ ଯେତିକି ବିଲ ଆସେ ରବି ଋତୁ ସମୟରେ ମଧ୍ୟ ସେତିକି ବିଲ ଆସୁଛି।ତେବେ ବିଦ୍ୟୁତ୍ କର୍ମଚାରୀ ମାନେ ମିଟର ଗଣନା ରେ ଭୁଲ ତଥ୍ୟ ପ୍ରଦାନ କରି ସାଧାରଣ ଲୋକଙ୍କୁ ଏକ ପ୍ରକାର ଶୋଷଣ କରୁଛନ୍ତି ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି । ଏହି ସମସ୍ତ କାରଣରୁ କ୍ଷୁବ୍ଧ ହୋଇ ଗ୍ରାମବାସୀ ଆଜି ସକାଳେ ବିଦ୍ୟୁତ୍ ବିଭାଗୀୟ ଏସ ଡି ଓ ଙ୍କ କାର୍ଯ୍ୟାଳୟରେ ତାଲା ପକାଇଥିଲେ । ଏହି ଖବର ପାଇ ଜୟକିଷାନ ଆନ୍ଦୋଳନ ର ସାଧାରଣ ସମ୍ପାଦକ ହର ବଣିଆ ଓ ସଭ୍ୟ ମାନେ ମଧ୍ୟ ଗ୍ରାମବାସୀ ଙ୍କ ସମର୍ଥକ ଭାବରେ ଆସି ଟି ପି ଡ଼ବ୍ଲୁ ର କାର୍ଯ୍ୟକୁ ନିନ୍ଦା କରିଛି । ବିନା ସୂଚନାରେ ଲାଇନ୍ କାଟିବା ,ଦଶମ ଶ୍ରେଣୀ ପରୀକ୍ଷା ଚାଲିଥିବା ସାମ୍ପ୍ରତିକ ପରିସ୍ଥିତିରେ ଗାଆଁ ମାନଙ୍କରେ ଲାଇନ୍ କାଟି ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳିବା ତଥା ନିଜ ମନ ମୁଖୀ କାମ କରି ବିଦ୍ୟୁତ୍ ଗ୍ରାହକ ମାନଙ୍କୁ ହଇରାଣ କରିବା ନେଇ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ହେଉଛି। ଏମିତିକି ପରୀକ୍ଷା ସମୟରେ ଲାଇନ୍ ନ କାଟିବା ପାଇଁ ଶକ୍ତି ମନ୍ତ୍ରୀ ଙ୍କ ନିର୍ଦ୍ଦେଶ କୁ ବି ଟାଟା ପାୱାର ଅବମାନନା କରି ତାର ଗୁଣ୍ଡାରlଜ ଚଲେଇଛି । ତେଣୁ ଟାଟା ପାୱାର ପାଖରୁ ବିଦ୍ୟୁତ୍ ବିଭାଗ ଦାୟିତ୍ଵ କୁ ସରକାର ପ୍ରତ୍ୟାହାର କରି ନିଅନ୍ତୁ ବୋଲି ଜୟ କିଶlନ ଆନ୍ଦୋଳନ ର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ବଣିଆ ତଥା ଗ୍ରାମବାସୀଙ୍କ ସମେତ ଜନସାଧାରଣ ଦାବି କରିଛନ୍ତି ।ଆଜି ସନ୍ଧ୍ୟାରେ ଏସ ଡି ଓ ବିଦ୍ୟୁତ୍ ସଂଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ତାଲା ଖୋଲିଥିବା ଜଣା ପଡ଼ିଛି। ଅତାବିରା ରୁ ଆକାଶ ମିଶ୍ରଙ୍କ ରିପୋର୍ଟ କୋଶଳ ଟିଭି