HomeKoshalTv Exclusiveଯାଞ୍ଚ ପରେ ଯୋଗ୍ୟ ପ୍ରାର୍ଥୀ ଙ୍କ ନାମ ତାଲିକା ଘୋଷିତ….ନିର୍ବାଚନ ପାଇଁ ରଣ ସଜ୍ଜା ଆରମ୍ଭ

ଯାଞ୍ଚ ପରେ ଯୋଗ୍ୟ ପ୍ରାର୍ଥୀ ଙ୍କ ନାମ ତାଲିକା ଘୋଷିତ….ନିର୍ବାଚନ ପାଇଁ ରଣ ସଜ୍ଜା ଆରମ୍ଭ

ଯାଞ୍ଚ ପରେ ଯୋଗ୍ୟ ପ୍ରାର୍ଥୀ ଙ୍କ ନାମ ତାଲିକା ଘୋଷିତ….ନିର୍ବାଚନ ପାଇଁ ରଣ ସଜ୍ଜା ଆରମ୍ଭ

ରେଙ୍ଗାଲିକ୍ୟାମ୍ପ, ତା ୧୮/୩…..ଅତାବିରା ଏନ୍ ଏ ସି ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଯାଞ୍ଚ ପରେ ଆଜି ଚୂଡାନ୍ତ ତାଲିକା ଘୋଷିତ କରାଯାଇଛି । ନିର୍ବାଚନ ପାଇଁ ଗତ ମାର୍ଚ୍ଚ ୯ ତାରିଖରୁ ନାମାଙ୍କନ ପତ୍ର ବିକ୍ରି ଆରମ୍ଭ ହୋଇ ୧୫ ତାରିଖରେ ଦାଖଲ କରିବାର ଶେଷ ତାରିଖ ଧାର୍ଯ୍ୟ ରହିଥିଲା ।ସେହି ଅନୁସାରେ ୧୫ ତାରିଖ ସୁଦ୍ଧା ମୋଟ ୪୪ ଟି ପ୍ରାର୍ଥୀ ପତ୍ର ଦାଖଲ ହୋଇଥିଲା । ଗତ କାଲି ଏହି ପ୍ରାର୍ଥୀ ପତ୍ର ଭୁଡ଼ିକର ଯାଞ୍ଚ ହୋଇଥିଲା , କିନ୍ତ୍ଏହି ଯାଞ୍ଚ ସମୟରେ ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ୱାର୍ଡ ନଂ ୫ ର ବିଜେଡି ପ୍ରାର୍ଥୀ ରାଜୀବ କହରା ଙ୍କ ଜାତିଗତ ପ୍ରମାଣ ପତ୍ର ଟି ଜାଲିଆତି ସନ୍ଦେହ କରି ,ସେ ତପସିଲ ଭୁକ୍ତ ଜାତି ହୋଇନଥିବା ଦର୍ଶାଇ ତାଙ୍କ ପ୍ରାର୍ଥୀ ପତ୍ର ବାତିଲ କରିବା ସହ ଥାନାରେ ମିଥ୍ୟା ସତ୍ୟପାଠ ଦେଇଥିବା ଅଭିଯୋଗ କରି ଉପ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଲଲାଟ ଲୁହା ଙ୍କ ଠାରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଫଳରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଯାଞ୍ଚ ପ୍ରକ୍ରିୟା ର ଫଳାଫଳ ଝୁଲି ରହିଥିଲା । ସତ୍ୟତା ପ୍ରମାଣ କରିବା ପାଇଁ ଅତାବିରା ତହସିଲଦାର ଙ୍କ ପାଖରୁ ରାଜୀବ ଙ୍କ ଜାତିଗତ ପ୍ରମାଣ ତଥ୍ୟ ମଗାଯାଇଥିଲା।ଆଜି ସକାଳେ ତହସିଲଦାର ଙ୍କ ଠାରୁ ତଥ୍ୟ ମିଳିବା ପରେ ତଥା ସମସ୍ତ ତଦନ୍ତ ପରେ ଚୂଡାନ୍ତ ତାଲିକା ପ୍ରକାଶ ପାଇଛି ।ଏହି ଯାଞ୍ଚ ପରେ ରାଜୀବ କହରl ଙ୍କ ଜାତିଗତ ପ୍ରମାଣ ପତ୍ର ଟି ସତ୍ୟ ଓ ବିରୋଧୀ ଦଳ ର ଆରୋପ ମିଥ୍ୟା ବୋଲି ପ୍ରମାଣିତ ହୋଇଥିଲା । ସୂଚନା ଯୋଗ୍ୟ ଯେ ରାଜୀବ କହରl ଅତାବିରା ଏନ୍ ଏ ସି ଅନ୍ତର୍ଗତ ୱାର୍ଡ ନାମ ୫ ର ବାସିନ୍ଦା ହେବା ସହ ତାଙ୍କ ପିତୃ ପୁରୁଷ ଅମଳରୁ ତପ ସିଲ୍ ଭୁକ୍ଟ ଜାତି ଭାବରେ ପ୍ରମାଣ ପତ୍ର ପାଇ ଆସୁଛନ୍ତି।ଗତ ୨୦୧୧ ମସିହାରେ ସେ ତାଙ୍କର ଜାତିଗତ ପ୍ରମାଣ ପତ୍ର ପାଇଥିଲେ ,ଯାହାକୁ ଭିତ୍ତି କରି କରି ସେ ନାମାଙ୍କନ ପତ୍ର ଦାଖଲ କରିଥିଲେ। କିନ୍ତୁ ବିରୋଧୀ ଦଳ ତାଙ୍କର ନିର୍ବାଚନ ରେ ହlରିଯିବା ଭୟରେ ସେମାନେ ତାଙ୍କ ଜାତି ପ୍ରମାଣ ପତ୍ର ର ଆଳ ଦେଖାଇ ତାଙ୍କୁ ନିର୍ବାଚନ ରୁ ଓହରିବl ପାଇଁ ପରୋକ୍ଷ ଭାବରେ ଚାପ ସୃଷ୍ଟି କରୁଥିଲେ ବୋଲି ପ୍ରାର୍ଥୀ ରାଜୀବ ପ୍ରକାଶ କରିଛନ୍ତି। ତେବେ ନାମ ତାଲିକାରେ ୱାର୍ଡ ନଂ ୧ ରେ ଅଣ ସଂରକ୍ଷିତ ସିଟ ପାଇଁ ଶଙ୍ଖ ଚିହ୍ନ ରେ ସତ୍ୟନାରାୟଣ ମିଶ୍ର, ପଦ୍ମଫୁଲ ଚିହ୍ନରେ ସଂପତ୍ କୁମାର କର, ହସ୍ତ ଚିହ୍ନ ରେ ଦୀପକ ରାୟ,ୱାର୍ଡ ନଂ ୨ ରେ ଅଣ ସଂରକ୍ଷିତ ଭାବରେ ଶଙ୍ଖ ଚିହ୍ନରେ ଶିବାନନ୍ଦ ତ୍ରିପାଠୀ, ପଦ୍ମ ଫୁଲ ଚିହ୍ନ ରେ ଗଣେଶ ଅଗ୍ରୱାଲ, ହାତ ଚିହ୍ନ ରେ ଗୌରୀ ଶଙ୍କର ପଣ୍ଡା ଓ ବାଳକ ବାଳିକା ଚିହ୍ନ ରେ ମହମ୍ମଦ ହନିଫ,ୱାର୍ଡ ନଂ ୩ ରେ ଅଣ ସଂରକ୍ଷିତ ଭାବେ ପଦ୍ମଫୁଲ ଚିହ୍ନରେ କୁନି ସେଠ୍, ଉଡାଜାହାଜ ଚିହ୍ନ ରେ ନରୋତ୍ତମ ପଣ୍ଡା, ଶଙ୍ଖ ଚିହ୍ନ ରେ ନେପାଲ ପ୍ରଧାନ,ହାତ ଚିହ୍ନ ରେ ସରୋଜ କୁମାର ମାଝୀ ଓ ଶଗଡ଼ ଚିହ୍ନ ରେ ସରୋଜ ପ୍ରଧାନ,ୱାର୍ଡ ନଂ ୪ ତପସିଲ ଭୁକ୍ତ ଜାତି( ମହିଳା) ପାଇଁ ହାତ ଚିହ୍ନ ରେ ତପସ୍ଵିନୀ ରୋହିଦାସ,ପଦ୍ମ ଫୁଲ ଚିହ୍ନ ରେ ପଦ୍ମା ବାଗ ଓ ଶଙ୍ଖ ଚିହ୍ନ ରେ ସବିତା ମଲ୍ଲିକ,ୱାର୍ଡ ନଂ ୫ ତପସିଲ ଭୂକ୍ତ ଜାତି ପାଇଁ ହାତ ଚିହ୍ନ ରେ ଅକ୍ଷୟ କୁମ୍ଭାର,ଶଙ୍ଖ ଚିହ୍ନ ରେ ରାଜୀବ କହରା ଓ ପଦ୍ମଫୁଲ ଚିହ୍ନ ରେ ଶକ୍ତିଦେବ ସାହୁ, ୱାର୍ଡ ନଂ ୬ ( ମହିଳା) ରେ ଶଙ୍ଖ ଚିହ୍ନ ରେ ପ୍ରମିଳା ପ୍ରଧାନ,ପଦ୍ମଫୁଲ ଚିହ୍ନ ରେ ରୀନା ପ୍ରଧାନ ଓ ହାତ ଚିହ୍ନ ରେ ସରସ୍ଵତୀ ରୋହିଦlସ୍ ,ୱାର୍ଡ ନଂ ୭ ଅଣସଂରକ୍ଷିତ ପାଇଁ ହାତ ଚିହ୍ନ ରେ ବଳରାମ ସାହୁ, ପଦ୍ମ ଫୁଲ ଚିହ୍ନ ରେ ବିକାଶ କୁମାର ଶର୍ମା ଓ ଶଙ୍ଖ ଚିହ୍ନରେ ବିଲୋଷ ଯୋନପୁରୀ ,ୱାର୍ଡ ନଂ ୮ ମହିଳା ପାଇଁ ପଦ୍ମଫୁଲ ଗୋପିକା ପ୍ରଧାନ, ହାତ ଚିହ୍ନ ରେ ନନ୍ଦିନୀ କୁମ୍ଭାର,ଶଙ୍ଖ ଚିହ୍ନ ରେ ରେଣୁକା ପ୍ରଧାନ ଓ ସାଇକେଲ ଚିହ୍ନ ରେ ସତ୍ୟବତୀ ସାଗର,ୱାର୍ଡ ନଂ ୯ ଅନସଂରକ୍ଷିତ ରେ ପଦ୍ମଫୁଲ ଚିହ୍ନ ରେ ଅକ୍ଷୟ ଗଡତିଆ ,ହାତ ଚିହ୍ନ ରେ ଟଙ୍କଧର ପ୍ରଧାନ ଓ ଶଙ୍ଖ ଚିହ୍ନ ରେ ନାରାୟଣ ସାହୁ,ୱାର୍ଡ ନଂ ୧୦ ମହିଳା ସଂରକ୍ଷଣ ପାଇଁ ପଦ୍ମ ଚିହ୍ନ ରେ କୌଶଲ୍ୟା ଭୋଇ, ହାତ ଚିହ୍ନ ରେ ରିଙ୍କୁ ବାଦି , ଶଙ୍ଖ ଚିହ୍ନ ରେ ଶୁରେଖା ବାଗ, ୱାର୍ଡ ନଂ ତପଡ଼ିଲ ଭୁକ୍ତା ଜାତି ପାଇଁ ପଦ୍ମଫୁଲ ରେ ରୀନା ସେଠ ,ଶଙ୍ଖ ଚିହ୍ନ ରେ ଅନୁଶୟା ବିଶ୍ଵାଳ ଓ ହାତ ଚିହ୍ନ ରେ ସଂଯୁକ୍ତା ବେହେରା, ୱାର୍ଡ ନଂ ୧୨ ତପସିଲଭୁକ୍ତ ଜନଜାତି ମହିଳା ପାଇଁ ହାତ ଚିହ୍ନ ରେ ଜନନୀ ଭୁଏ ,ପଦ୍ମ ଚିହ୍ନ ରେ ଭାଗ୍ୟବତୀ ବରିହା,ଶଙ୍ଖ ଚିହ୍ନ ରେ ଯମୁନା ଭୁଏ ଆଦି ଙ୍କ ନାମ କାଉନସିଲର ପଦବୀ ପାଇଁ ପ୍ରାର୍ଥୀ ତାଲିକାରେ ଘୋଷିତ ହୋଇଛି । ଅଧ୍ୟକ୍ଷ ପଦ ପାଇଁ ତପସିଲ୍ ଭୁକ୍ତ ଜନଜାତି ହିସାବରେ ଶଙ୍ଖ ଚିହ୍ନ ରେ ବନମାଳୀ ବରିହା, ହାତ ଚିହ୍ନ ରେ ସବିତା ଭୁଏ ,ବିଦ୍ୟୁତ୍ ବଳବ ଚିହ୍ନ ରେ ସାମନ୍ତ ଭୁ ଏ ଓ ପଦ୍ମ ଚିହ୍ନ ରେ ଲକ୍ଷ୍ମୀ ବେହେରା ଙ୍କ ନାମ ଯୋଗ୍ୟ ବିବେଚିତ ପ୍ରାର୍ଥୀ ଭାବରେ ଘୋଷଣା କରାଯାଇଛି । ଆଜି ଚୂଡାନ୍ତ ନାମ ତାଲିକା ଘୋଷିତ ହେବା ପରେ ପ୍ରତ୍ୟେକ ପ୍ରାର୍ଥୀ ନିଜ ନିଜର ଦଳୀୟ ସମର୍ଥକ ମାନଙ୍କୁ ନେଇ ନିର୍ବାଚନ ଲଢେଇ ପାଇଁ ରଣ କୌଶଳ ପ୍ରସ୍ତୁତ କରିବାରେ ତତ୍ପର ହୋଇ ପଡିଲେଣି । ଆସନ୍ତା ୨୦ ତାରିଖ ରେ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବା ପାଇଁ ତାରିଖ ଧାର୍ଯ୍ୟ ରହିଛି ।ଏହା ପରେ କିଏ ରହିବ ଓ କିଏ ଓହରିବ ଜଣାପଡ଼ିବ । ଅତାବିରା ରୁ ଆକାଶ ମିଶ୍ରଙ୍କ ରିପୋର୍ଟ କୋଶଳ ଟିଭି

LEAVE A REPLY

Please enter your comment!
Please enter your name here

Must Read

Google search engine