HomeKoshalTv Exclusiveବାଘ ଓ ହରିଣ ଛାଲ ଜବତ , ଜଣେ ଗିରଫ

ବାଘ ଓ ହରିଣ ଛାଲ ଜବତ , ଜଣେ ଗିରଫ

ହରଭଙ୍ଗା ଅଂଚଳରେ ଦିନକୁ ଦିନ ଶିକାରୀ ସଂଖ୍ଯା ବଢିବାରେ ଲାଗିଛି
ଶିକାର ମଧ୍ଯ ଶତ ଗୁଣରେ ଅଧିକ ।


ବୌଦ୍ଧ ଜିଲ୍ଲା ହରଭଂଗା ଅଂଚଳରେ ଗତ କାଲି ବାଘଛାଲ, କଟୁରା ହରିଣ ଛାଲ ଜବତ ସହିତ ଶିକାରୀଂକୁ ଗିରଫ କଲେ ଏସ ଟି ଏଫ । ବୌଦ୍ଧ ଜିଲ୍ଲା ହରଭଙ୍ଗା ଅଂଚଳରୁ ଏକ କଲରାପତରିଆ ବାଘଛାଲ ଗୋଟିଏ କୁଟୁରା ଗୋଟିଏ ହରିଣଚମଡାଜବତସହ ଶିକାରକୁ ଗିରଫକଲାଏସଟିଏଫ ସୂଚନା ମୁତାବକ ବୌଦ୍ଧ ଜିଲ୍ଲା ରେ ବନ୍ୟଜନ୍ତୁ ଶିକାର ଓ ଚମଡା କାରବାର ନେଇ ଏସ ଟି ଏଫ ଖବରପାଇ ଚାରିଛକ ଠାରେ ୫ଦିନ ହେଲା ଡେରା ପକାଇ ରହିଥିଲେ ।

ପରେ ଜାଣିବାକୁପାଇଲେ ବାଘ ଛାଲ ଡିଲନେଇସୂଚନାପାଇଥିଲା ଏସଟିଏଫଓ ବନବିଭାଗ ମିଳିତଭାବେ ଏକ ଅପରେସନ କରାଯାଇଥିଲା । ବିଳମ୍ବିତ ରାତ୍ରି ରେ ହରଭଙ୍ଗା ଅଂଚଳରୁ ଶିକାରୀ ଓ ୩ଟି ଜନ୍ତୁ ଛାଲ ଜବତ କରିଛି ଏସଟିଏଫ । ଜନ୍ତୁ ଗୁଡିକ ସାତକୋଶିଆ ଅଭୟାରଣ୍ୟ ଅଂଚଳରେ ଶିକାର କରାଯାଉଥିବା ଅନୁମାନ କରାଯାଉଛି । ଅନ୍ୟପଟେ ଏବେ ଶିକାରୀ କୁ ନେଇ ତଦନ୍ତ ଜାରି ରଖିଛନ୍ତି ଏସଟିଏଫ । ଖୋଦ ଜଂଗଲ ମନ୍ତ୍ରୀ ବୌଦ୍ଧ ଜିଲ୍ଲା ରୁ ଥିବାବେଳେ କେବେ ହାତୀ କେବେ ବାର୍ହା, ବାଘ ସମ୍ବର ଅବାଧରେ ଶିକାର ଚାଲିଥିବାବେଳେ କିଛି ନିରିହ ମାନଂକୁ ଜେଲପଠାଯାଉଛି । ଫଳରେ ବନ୍ୟଜନ୍ତୁ ଓ ପରିବେଶବିତ ଂକ ମଧ୍ଯ ରେ ଅସନ୍ତୋଷ ଦେଖାଦେଇଛି । ହରଭଂଗାର ଗିରିଜାସାହୁଂକୁ ବିଳମ୍ବିତ ରାତିରେ ଗିରଫ କରାଯାଇଥିବା ସୂଚନା ମିଳିଛି । ପ୍ରକୁତ ଦୋଷୀଙ୍କୁ କଠୋର ଦଣ୍ଡମିଳୁନଥିବାରୁବିଭିନ୍ନ ସମୟରେ ଅନେକ ବନ୍ୟଜନ୍ତୁ ଶିକାରୀଙ୍କ ହାବୁଡରେ ପଡି ମ୍ରୃତ୍ୟୁ ବରଣ କରିଥାନ୍ତି । ବୌଦ୍ଧରୁ କୁନା ବେହେରା ରିପୋର୍ଟ କୋଶଳ ଟିଭି ।

LEAVE A REPLY

Please enter your comment!
Please enter your name here

Must Read

Google search engine