HomeKoshalTv Exclusiveବିକାଶ ଖୋଜୁଛି ୧୯୦୪ ମସିହାର ବିଦ୍ୟାଳୟ 

ବିକାଶ ଖୋଜୁଛି ୧୯୦୪ ମସିହାର ବିଦ୍ୟାଳୟ 

ରେଙ୍ଗାଲିକ୍ୟାମ୍ପ, ତା ୧୯/୩ ଅତାବିରା ବ୍ଲକ ଅନ୍ତର୍ଗତ ପାହାର ଶ୍ରିଗିଡା ଗ୍ରାମରେ ରହିଛି ୧୯୦୪ ମସିହାର ଶତାଧିକ ବର୍ଷର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ।ଛାତ୍ର ଛାତ୍ରୀ ସଂଖ୍ୟାରେ  ବ୍ଲକ ର ସବୁଠାରୁ ଅଗ୍ରଣୀ ବିଦ୍ୟାଳୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ବର୍ତ୍ତମାନ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୩୭୪ ଜଣ ଛାତ୍ର ଛାତ୍ରୀ ଏଠାରେ  ପାଠ ପଢୁଛନ୍ତି । ହଜାର ହଜାର ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ଗଢି  ତୋଲୁଛି ଏହି ବିଦ୍ୟାଳୟ ।

ସରକାରୀ ବିଦ୍ୟାଳୟର ଛାତ୍ର ଛାତ୍ରୀ ସଂଖ୍ୟା କମିଗଲେ ସରକାର ତାକୁ ବନ୍ଦ କରି ଦେଉଛନ୍ତି ।କିନ୍ତୁ ଏଠାରେ  ଛାତ୍ର ଛାତ୍ରୀ ସଂଖ୍ୟା  ବହୁତ୍ ସଂଖ୍ୟକ ଥାଇ ବି  ଏହାର ବିକାଶ କଥା ସରକାର ଚିନ୍ତା କରି ନଥିବା ପରିତପ ର ବିଷୟ। ବେ ସରକାରୀ ବିଦ୍ୟାଳୟ  ଗୁଡିକରେ ପିଲାମାନେ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ଭିତରେ ଆରାମରେ ପାଠ ପଢୁଥିବା ବେଳେ  ସରକାରୀ ବିଦ୍ୟାଳୟ ରେ  ପିଲାମାନେ ବସି ପାଠ ପଢିବା ପାଇଁ କେଉଁଠି ଜାଗା ର ଅଭାବ ତ କେଉଁଠି ମୁଣ୍ଡ ଉପରେ ଛାତ ର ଅଭାବ।  ଏତେ ପୁରୁଣା ବିଦ୍ୟାଳୟ   ଆଜି ବି ଏହା  ଉପରେ ପୁରୁଣା ଭଙ୍ଗା ଦଦରା ଆଜବେଷ୍ଟସ ଛାଉଣୀ ।ବର୍ଷାଦିନେ ପାଣି ଗଲୁଛି ଆଉ ଖରା ଦିନେ ପ୍ରବଳ ଗରମ । ମାଗଣାରେ  ମଧ୍ୟାହ୍ନ ଭୋଜନ ଦିଆଯାଉଛି ବୋଲି ସରକାର ଦିଣ୍ଡିମ ପିଟୁଛନ୍ତି,ହେଲେ ପିଲା କେଉଁଠି ବସି ଖାଇବେ ତାହା ଚିନ୍ତା କରି ନାହାନ୍ତି । ଖରା ହେଉ କି ବର୍ଷା ,ପିଲାମାନେ ସବୁ ସହି ବାରଣ୍ଡାରେ  ବସି ଖାଉଛନ୍ତି ।ତାଙ୍କ ପାଇଁ ଡାଇନିଂ ହଲ ଟିଏ ବି ନାହିଁ ।

ସରକାରୀ ନିୟମ ଅନୁସାରେ  ପ୍ରତି ୩୦ ଜଣ ପିଲାରେ ଜଣେ ଶିକ୍ଷକ।ଏହି ହିସାବରେ ଏଠାରେ ୧୨ ଜଣ ଶିକ୍ଷକ  ପଦବୀ ରହିବ। କଥା ।କିନ୍ତୁ ଅଛନ୍ତି ମାତ୍ର ୯ ଜଣ ।ସେମାନଙ୍କ ମଧ୍ୟରୁ ଜଣେ ସି ଆର୍ ସି ସି ଆଉ ଜଣେ  ପ୍ରଧାନ ଶିକ୍ଷକ ,ଯେଉଁମାନେ  ବିଭିନ୍ନ  ଅଫିସ କାମରେ  ସବୁବେଳେ  ନିୟୋଜିତ।ତେବେ ଆଉ ମାତ୍ର ୭ ଜଣ ଶିକ୍ଷକ  ୮ ଟି ଶ୍ରେଣୀରେ  ପାଠ ପଢ଼ାଉଛନ୍ତି ।ଆବଶ୍ୟକ ମୁତାବକ ଶିକ୍ଷକ ମଧ୍ୟ ନାହାନ୍ତି। ତୃତୀୟ ସ୍ତରର ପ୍ରଧାନ ଶିକ୍ଷକ ଜଣେ ରହିଲେ ,ଅତି କମରେ  ବିଦ୍ୟାଳୟ ଟି ସୁରୁଖୁରୁରେ  ଚାଲି ପାରିବ ବୋଲି ଗ୍ରାମର ଶିକ୍ଷା ପ୍ରେମୀ ଓ ବୁଦ୍ଧିଜୀବୀ ମାନେ କହନ୍ତି । ଏହା ବ୍ୟତୀତ ପିଲାଙ୍କ ପାଇଁ ଖେଳ ପଡିଆ ଟିଏ ବି ନାହିଁ।ଛୋଟ ଛୋଟ ପିଲାମାନେ ୨୦୦ ମିଟର ଦୂରରେ ଥିବା ହାଇସ୍କୁଲ ଖେଳ ପଡିଆକୁ ଯାଇଥାନ୍ତି ଖେଳିବା ପାଇଁ । ଯଦି କେବେ କୌଣସି ଅଘଟଣ ଘଟିଯାଏ ସେଥିପାଇଁ  ସକର ଦାୟୀ ରହିବେ କି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ତେବେ  ସରକାରୀ ଶିକ୍ଷା ବ୍ୟବସ୍ଥା ରେ  ଏମିତି ବିଦ୍ୟାଳୟ ଗୁଡ଼ିକୁ ସ୍ବତନ୍ତ୍ର ଦୃଷ୍ଟି ଦେଇ ଏହାର ବିକାଶ ଦିଗରେ  ପଦକ୍ଷେପ ନେଇ ପିଲାମାନଙ୍କୁ ପ୍ରୋତ୍ସାହିତ କରିବା ,ଅଭିଭାବକ ,ଅଭିଭାବିକ ମାନଙ୍କ  ମଧ୍ୟରେ ସରକାରୀ ବିଦ୍ୟାଳୟ ପ୍ରତି  ରହିଥିବା ବିମୁଖତl କୁ ଦୂର କରିବା  ସରକାର ଙ୍କ ଗୁରୁ ଦାୟିତ୍ଵ ନୁହେଁ କି?   ତେବେ  ଏହି ଶତାୟୁ ବର୍ଷର ବିଦ୍ୟାଳୟ ପ୍ରତି କେବେ ଦୃଷ୍ଟି ପଡୁଛି ଅପେକ୍ଷାରେ ଗ୍ରାମବାସୀ । ଅତାବିରା ରୁ ଆକାଶ ମିଶ୍ରଙ୍କ ରିପୋର୍ଟ କୋଶଳ ଟିଭି

LEAVE A REPLY

Please enter your comment!
Please enter your name here

Must Read

Google search engine