ଖଲିଆ ପାଲି ରେ ସମଲେଶ୍ଵରୀ ପୂଜା ପାଇଁ କଳସ ଶୋଭାଯାତ୍ରା…..
ଅତାବିରା ବ୍ଲକ ଟୋପ ପଞ୍ଚାୟତ ଅଧିନରେ ଥିବା ଖଲିଆ ପାଲି ଗ୍ରାମର ୨୬ ବର୍ଷ ରୁ ଉର୍ଦ୍ଧ୍ବ ହେବ ବଟ ବୃକ୍ଷ ତଳେ ମାଁ ସମଲେଶ୍ଵରୀ ପୂଜା ପାଇ ଆସୁଛନ୍ତି।ଏହି ପୂଜା ପାଇଁ ୧୫ ଦିନ ପୂର୍ବରୁ ଏହି ପୀଠ ତଳେ ଏକ କମିଟି ସ୍ଵତନ୍ତ୍ର ଏକ କମିଟି ଗଠନ ହୋଇ ରାଜ୍ କୁମର ଖୁଣ୍ଟୁଲା,ତାପସ ଦେବତା,ପ୍ରମୋଦ ରାଉତ,ଅଜିତ୍ ଦେବତା ,ଶମ୍ଭୁ ଭୋଇ ଓ ଗଙ୍ଗାଜଳ ସେଠ୍ ପ୍ରମୁଖ ଦାୟିତ୍ଵ ତୁଲାଇଥିବା ବେଳେ ବାୟୋ ବ୍ୟକ୍ତି ନନ୍ଦିଘୋଷ ଦେବତା,ରାସ ବିହାରୀ ଦେବତା, ଧନପତି ସୁଶାରୀ,ସଦାନନ୍ଦ ଦେବତା,ସରୋଜ ସୁଶାରୀ,ଲଳିତ ଦେବତା, ହଜାରୁ ଦେବତା,ରାଧା ବଲ୍ଲଭ ଦେବତା,ମୋହନ ସୁଶାରୀ, ମୋତିଲାଲ ଦେବତା,ମହେନ୍ଦ୍ର ସୁଶାରୀ ଉପଦେଷ୍ଟା ଭାବେ କାର୍ଯ୍ୟ ନିର୍ବାହ କରୁଛନ୍ତି।ଆଜି ପ୍ରାତଃ ରେ ଗ୍ରାମ ର ଶତାଧିକ ମହିଳା ମାନଙ୍କ ଦ୍ବାରା ଦୁଲ ଦୂଲି ବାଦ୍ୟ, ଘଣ୍ଟ ବାଦ୍ୟ,ଗାଁ ର କରମ୍ ଶାନୀ ହରିବୋଲ,ହୁଳହୁଳି ଗାଁ ମୁଣ୍ଡରେ ଥିବା ମାଁ ଦୁର୍ଗା ଙ୍କ ପୀଠ ସ୍ଥିତ କେନାଲ ରେ ପୂଜାର୍ଚ୍ଚନା ପୂର୍ବକ କେନାଲ ରୁ ପୂର୍ଣ୍ଣ କୁମ୍ଭ କଳସ ମୁଣ୍ଡାଇ ଏକ ବିଶାଳ ଶୋଭାଯାତ୍ରା ବାହାରି ଗାଁ ପରିକ୍ରମା କରିବା ପରେ ବଟ ବୃକ୍ଷ ତଳେ ରହିଥିବା ମାଁ ସମଲେଶ୍ଵରୀ ପୀଠରେ ସ୍ଥାପନ ହୋଇ ବୃନ୍ଦାବନ ଭୋଇ ଧର୍ମ ପତ୍ନୀ ଶୁକୁନ୍ତଲା ଭୋଇ କର୍ତ୍ତା ଦାୟିତ୍ୱରେ ରହିଥିବା ବେଳେ ବାବୁଲା ପାଣ୍ଡିଆ,ସୁବୋଧ ମହାପାତ୍ର ଓ ଆଲୋକ ଷଢ଼ଙ୍ଗି ପ୍ରମୁଖ ବରଣ ହୋଇ ପୂଜାକାର୍ଯ୍ୟ ତୁଲାଉ ଛନ୍ତି।ପୂଜାରେ ଦେବୀ ଷୋଡ଼ଶ ଉପଚାର ପୂଜା ହୋଇ ହୋମ,ଚଣ୍ଡୀପାଠ, ଆରତୀ ସହ ପୁଷ୍ପାଞ୍ଜଳି ସହ ହଜାର ହଜାର ଶ୍ରଦ୍ଧାଳୁ ମାନଙ୍କ ପାଇଁ ଅନ୍ନ କୋଟ ର ବ୍ୟବସ୍ତା ରହିଥିଲା।ସନ୍ଧ୍ୟା ରେ ମାଁ ଙ୍କ ଆରତୀ ପରେ ପୀଠ ସମ୍ମୁଖରେ ବାଡ଼ି ଖେଳ,କସରତ ଖେଳ ଓ କର୍ତ୍ତା ଙ୍କ ଘରୁ ଯୁଗାର ବାହାରି ପୀଠ ସ୍ଥଳୀ ରେ ପହଞ୍ଚିଥିଲା।ରାତ୍ରୀରେ କୁମାରୀ ଭଗବାନ ପାଟି ର ନାଟକ “ଯମ୍ ମାଗୁଛେ ଆଧାର କାର୍ଡ”ଦର୍ଶକ ଙ୍କ ମନ ମୁଗ୍ଧକର ହୋଇଥିଲା।ଯାହାକି ଗ୍ରାମ ତଥା ଆଖପାଖ ଅଞ୍ଚଳରୁ ଭିଡ ଦେଖିବାକୁ ମିଳିଥିଲା।ଏଥିରେ କମିଟି,ଵୟୋ ଜ୍ୟେଷ୍ଠ ବ୍ୟକ୍ତି ତଥା ଗ୍ରାମବାସୀ ଙ୍କ ସକ୍ରିୟ ସହଯୋଗ ରହିଥିଲା।
