HomeKoshalTv Exclusiveପଞ୍ଚାୟତ ହାଇସ୍କୁଲ ଟୋପ ର ରୌପ୍ୟ ଜୟନ୍ତୀ ଉତ୍ସବ ଉଦ୍ ଯାପିତ

ପଞ୍ଚାୟତ ହାଇସ୍କୁଲ ଟୋପ ର ରୌପ୍ୟ ଜୟନ୍ତୀ ଉତ୍ସବ ଉଦ୍ ଯାପିତ

ପଞ୍ଚାୟତ ହାଇସ୍କୁଲ ଟୋପ ର ରୌପ୍ୟ ଜୟନ୍ତୀ ଉତ୍ସବ ଉଦ୍ ଯାପିତ,ଛାତ୍ର ଛାତ୍ରୀ ଙ୍କ ନୃତ୍ୟ ଗୀତରେ ଦୂଳୁକିଲା ମଞ୍ଚ….


ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଟୋପ ପଞ୍ଚାୟତ ହାଇସ୍କୁଲ ଖେଳ ପଡିଆ ଠାରେ ଦୁଇ ଦିନ ବ୍ୟାପୀ ଚାଲିଥିବା ହାଇସ୍କୁଲ ର ରୌପ୍ୟ ଜୟନ୍ତୀ ଉଦ୍ ଯାପିତ ଉତ୍ସବ ରେ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ମଞ୍ଚ ଦୁଳୁକି ଉଠିଥିଲା।ଏହି ଜୟନ୍ତୀ ପାଇଁ ୬ମାସ ପୂର୍ବରୁ ବିଭିନ୍ନ ପ୍ରସ୍ତୁତି ସହ ଆଜି ଜୟନ୍ତୀ ଉତ୍ସବ ଉଦ୍ ଯାପିତ ହୋଇଯାଇଛି।ଦ୍ଵିତୀୟ ଦିବସରେ ପ୍ରଥମ ଅଧିବେଶନ ପୂର୍ବରୁ ପୁରାତନ ଛାତ୍ର ତଥା ବର୍ତ୍ତମାନ ର ଛାତ୍ର ଛାତ୍ରୀ ମାନେ ପୁରାତନ ତଥା କାର୍ଯ୍ୟରତ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଗୁରୁ ଶିଷ୍ୟ ପରମ୍ପରା କୁ ଜୀବିତ ରଖିବା ପାଇଁ ପାଦ ଧୌତ ପୂର୍ବକ ଚନ୍ଦନ,ପୁଷ୍ପ ମାଲ୍ୟ ଅର୍ପଣ,ଉପଢୌକନ ଦେଇ ଆଶୀର୍ବାଦ ଭିକ୍ଷା କରିଥିଲେ।ଆଜି ର କାର୍ଯକ୍ରମ ରେ ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଲୋକ କବି ଡ ପଦ୍ମଶ୍ରୀ ହଳଧର ନାଗ ମୁଖ୍ୟ ବକ୍ତା,ଭେଡେନ ମହା ବିଦ୍ୟାଳୟ ର ଅଧ୍ୟକ୍ଷ ଉତ୍ପନ୍ନ କୁମାର ଭୋଇ,ବରଗଡ଼ ବ୍ଲକ ଶିକ୍ଷା ଅଧିକାରୀ ସେବାଶ୍ରୀ ଭୋଇ,ସ୍କୁଲ ର ପ୍ରଥମ ବେଚ ର ଛାତ୍ରୀ ଡାକ୍ତର ଅହଲ୍ୟା ଗଡତୀୟା ମଞ୍ଚାସିନ ହୋଇଥିଲେ।ଅତିଥି ମାନଙ୍କ ଦ୍ଵାରା ସରସ୍ଵତୀ, ଗଣେଷ ଓ ମାଁ ସମଲେଶ୍ଵରୀ ଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ସ୍କୁଲ ଛାତ୍ରୀ ମାନଙ୍କ ଦ୍ଵାରା ପଦ୍ମଶ୍ରୀ ନାଗ ଙ୍କ ଲିଖିତ ସଙ୍ଗୀତ “ଇ ମାଟି ପାନି ପବନେ ଜୀବନ ଆମର ଗଢା”ସ୍ବାଗତ ସଙ୍ଗୀତ ପରିବେଷଣ ହୋଇଥିଲା।ଆଲୁମିନା କମିଟି ର ସଭାପତି ଅଜିତ୍ ପ୍ରଧାନ ଙ୍କ ସଭାପତିତ୍ଵ ରେ ଅନୁଷ୍ଟିତ ଉଦ୍ ଯାପନୀ ଉତ୍ସବ ରେ ସଂପାଦକ ଗୋବିନ୍ଦ ମେହେର ଅତିଥି ପରିଚୟ ସହ ମଞ୍ଚ ପରିଚାଳନା କରିଥିଲେ।ସ୍କୁଲ ର ୨୭ବର୍ଷ ମଧ୍ୟରେ ଗଢା ହୋଇଥିବା ୬୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ବିଭିନ୍ନ ପଦ ପଦବୀରେ ରାଜ୍ୟ ତଥା ଦେଶ ବିଦେଶରେ କାର୍ଯ୍ୟରତ ହୋଇ ବିଦ୍ୟାଳୟର ଗୌରବ ଅର୍ଜନ କରିଥିବାରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହା ବ୍ୟତୀତ ପଠାଣି ସାମନ୍ତ ମେଧା ବୃତ୍ତି ଜାତୀୟ ତଥା ରାଜ୍ୟ ସ୍ତର ବିଭିନ୍ନ ପ୍ରତି ଯୋଗିତା ରେ ଉନ୍ନୀତ ହୋଇ ଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ସେହିପରି ଦ୍ବିତୀୟ ଅଧିବେଶନ ରେ ରାଜ୍ୟ କେବିନେଟ୍ ମନ୍ତ୍ରୀ ରୋହିତ ପୁଝାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ,ହସ୍ତ ତନ୍ତ ବୟନ ଶିଳ୍ପ ମନ୍ତ୍ରୀ ରୀତା ସାହୁ,ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରି,ବରଗଡ଼ ପଞ୍ଚାୟତ ମହା ବିଦ୍ୟାଳୟ ର ଇଂରାଜୀ ପ୍ରାଧ୍ୟାପକ ଉମେଶ ମହାପାତ୍ର,ଅତାବିରା ଭାରପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ ମଛିନ୍ଦ୍ର ମଲ୍ଲିକ, ଜୋନ ୨ଜିଲ୍ଲା ପରିଷଦ ସଭ୍ୟ ରଣଜିତ୍ ସାହୁ,ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକ,ସୁଜାତା ପଣ୍ଡା,ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ସୁଚେତା ମିଶ୍ର ପ୍ରମୁଖ ମଞ୍ଚାସିନ ଆଳଙ୍କୃତ ହୋଇଥିଲେ।ଅତିଥି ମାନଙ୍କ ଦ୍ଵାରା ଦ୍ଵୀପ ପ୍ରଜ୍ବଳନ ପୂର୍ବକ ଦିବଂଗତ ଗ୍ରାମର ବୟୋ ଜ୍ୟେଷ୍ଠ ବ୍ୟକ୍ତି ଙ୍କ ଅମର ଆତ୍ମା ର ସଦଗତୀ ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିବା ପରେ ଉଦ୍ ଯାପିତ ଉତ୍ସବର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ଅତିଥି ମାନେ ଶିକ୍ଷା ର ଗୁଣାତ୍ମକ ଉପରେ ଦୃଷ୍ଟି ଦେବା ପାଇଁ ଆହ୍ବାନ ଦେଇଥିଲେ।ଏହି ଅବସର ରେ ଛାତ୍ରଛାତ୍ରୀ ମାନଙ୍କ ଉପରେ ଆଧାରିତ “ବିଚାର ବିଗିଡି ଗଲା” ଦୁଇ ମିନିଟ ର ଏକ ଛୋଟ ଡ୍ରାମା ଦେଖଣା ହାରୀ ଙ୍କ ବେଶ୍ ମନଲୋଭା ହୋଇ ଥିଲା।କେବଳ ସେତିକି ନୁହେଁ ତୃତୀୟ ଶ୍ରେଣୀରୁ ଆରମ୍ଭ କରି ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଅମରେଶ ବାରିକ୍,ଅନୁସୂୟା ଦେବତା,ଶିବ ମେହେର ଓ ନିର୍ମଳ ପ୍ରଧାନ ଙ୍କ ନିର୍ଦ୍ଦେଶନା ରେ ନୃତ୍ୟ ଗୀତ ପରିବେଷଣ ହୋଇଥିଲା।ପରିଚାଳନା କମିଟି ର ସଭାପତି ସୁରେନ୍ଦ୍ର ମେହେର ଧନ୍ୟବାଦ୍ ଅର୍ପଣ କରିଥିଲେ।ଆଲୁମିନା କମିଟି ର ସତେସୁ ରାଓ,ଗଣେଷ ବେହେରା, ପ୍ରତାପ ପ୍ରଧାନ,ଜୟକୁମାର ମହା ପାତ୍ର,ବିଜୟା ମହାପାତ୍ର, ମେକା ମାଲେସୁ ରାଓ,ବବ୍ରୁ କଠାର ତଥା ଗ୍ରାମବାସୀ,ଶିକ୍ଷକ ବାଲ ମୁକୁନ୍ଦ ସାହୁ,ଲଳିତ ଗଡତିଆ,ପ୍ରମୋଦ ମିଶ୍ର,ସୁଧୀର ରଥ,କର୍ମଚାରୀ ପ୍ରଦୀପ ଗଡ଼ତିଆ,ରାମକୃଷ୍ଣ,କୃଷ୍ଣଗୁରୁ,ଭଗବାନ ଛଛାନ୍ଦ ଓ ଉନ୍ନୀତ ଉଚ୍ଚ ପ୍ରାଥମିକ ସ୍କୁଲ୍ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଗ୍ରାମବାସୀ ଶିକ୍ଷା ପ୍ରେମୀ କଳାହାଣ୍ଡି, ବୁର୍ଲା,ନୂଆଁ ପଡ଼ା,ବଲାଙ୍ଗୀର,ସୋନ ପୁର,ବରଗଡ଼ ଓ ଅତାବିରା ରୁ ଆସିଥିବା ଦଳ ଗୁଡ଼ିକ ଙ୍କ ସକ୍ରିୟ ସହଯୋଗ ରହିଥିଲା।

LEAVE A REPLY

Please enter your comment!
Please enter your name here

Must Read

Google search engine