
ବରପାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବରପାଲି ଠାରେ ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆନୁକୁଲ୍ୟରେ ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ବାଳିକା ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ମାନଙ୍କର ଉପସ୍ଥିତି ରେ ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡା କୃପାସିନ୍ଧୁ ସାହୁ ମାନସିକ ସ୍ଵାସ୍ଥ୍ୟ ବିଷୟରେ ଆଲୋଚନା କରିଥିଲେ। ABEO ରତ୍ନାକର ଭୋଇ ଛାତ୍ରୀମାନେ ନିଜ ନିଜର ମାନସିକ ସ୍ଵାସ୍ଥ୍ୟ ଅତୁଟ ରଖିବା ସହ ସାଙ୍ଗ ମାନଙ୍କ ର ତଥା ପାରିବାର ପଡୋଶୀ ଙ୍କର ମାନସିକ ସ୍ଵାସ୍ଥ୍ୟ ସମସ୍ୟା ଥିଲେ ଶୀଘ୍ର ଡାକ୍ତର ଙ୍କର ପରାମର୍ଶ ନେବା ପାଇଁ କହିଥିଲେ। ଡାକ୍ତର ନୀଳମାଧବ ସାହୁ ଛାତ୍ରୀ ମାନଙ୍କୁ ଚାପମୁକ୍ତ ରହିବାକୁଆହ୍ବାନ ଦେଇଥିଲେ। PHEO ଶ୍ରୀ କୁବେର ଚନ୍ଦ୍ର ଯୋଶୀ ମାନସିକ ସ୍ଵାସ୍ଥ୍ୟ ବ୍ୟାହତ ହେବାର ଲକ୍ଷଣ ବିଷୟରେ ବୁଝାଇଥିଲେ। ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ବିଭୂତି ମେହେର ମାନସିକ ସ୍ଵାସ୍ଥ୍ୟ ସଚେତନ ହେବା ପାଇଁ କହିଥିଲେ। BAM ଶ୍ରୀ ଦୀପକ ପ୍ରଧାନ BDM ଶ୍ରୀ କ୍ଷିରୋଦ୍ର ସାହୁ କାର୍ଯ୍ୟକ୍ରମ ରେ ସକ୍ରିୟ ଥିବା ବେଳେ ଶିକ୍ଷକ ଶ୍ରୀ ଜଗବନ୍ଧୁ ସାହୁ ସଂଯୋଜନା କରିଥିଲେ।