ବରଗଡ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଭେଡେନ ଥାନା ର ଭାରପ୍ରାପ୍ତ ଅଧିକାରୀ ସଂଗିତା ମହାପାତ୍ର କଂ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଭେଡେନ ଥାନା ଅଂଚଳର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ବୀରଂଗନା ତଥା ଛାତ୍ରୀ ମାନଙ୍କ ଆତ୍ମ ସୁରକ୍ଷା କୌଶଳ ର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଉଛି।ଏଥିରେ ବରଗଡ ର ତାଲିମପ୍ରାପ୍ତ ପୋଲିସ ମାନଙ୍କୁ ନେଇ ଏହି ପ୍ରଶିକ୍ଷଣ ଶିବିର ଚାଲିଛି ଓ ଭେଡେନ ଥାନା ର ସମସ୍ତ ପୋଲିସ କର୍ମଚାରୀ ମାନେ ଯୋଗଦାନ କରି ସହଯୋଗ କରୁଛନ୍ତି। ଏହି ବୀରଂଗନା ପ୍ରଶିକ୍ଷଣ ଶିବିର ତଥା ଆତ୍ମ ସୁରକ୍ଷା ତାଲିମ ଶିବିର ଦ୍ଵାରା ଛାତ୍ରୀ ମାନେ ବିଶେଷ ଉପକୃତ ହେବେ। ସେମାନଙ୍କର ଆତ୍ମ ବିଶ୍ୱାସ ବଢିବ ଓ ନିଜକୁ ସୁରକ୍ଷିତ ମଣିବେ ଓ ପୋଲିସ ଓ ଜନସାଧାରଣଙ୍କ ସଂପର୍କ ଦୃଢତା ହେବ ଭେଡେନ ଥାନା ର ଭାରପ୍ରାପ୍ତ ଅଧିକାରୀ ସଂଗିତା ମହାପାତ୍ର କହିଛନ୍ତି, ଏହି କାର୍ଯ୍ୟକ୍ରମ ସଫଳତାର ସହ ଆଗେଇ ଚାଲଛି।

LEAVE A REPLY

Please enter your comment!
Please enter your name here

Must Read

Google search engine