HomeKoshalTv Exclusiveରେମଣ୍ଡା ଫୁଟବଲ ମହୋତ୍ସବ ୨୦୨୨ ର ଅଜାଦୀକପ ଆଜି ସପ୍ତମ ମେଚ ଅନୁଷ୍ଠିତ

ରେମଣ୍ଡା ଫୁଟବଲ ମହୋତ୍ସବ ୨୦୨୨ ର ଅଜାଦୀକପ ଆଜି ସପ୍ତମ ମେଚ ଅନୁଷ୍ଠିତ

ବରଗଡ ଜିଲ୍ଲା ରେମଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳପଡିଆ ଠାରେ ଚାଲିଥିବା ରେମଣ୍ଡା ଫୁଟବଲ ମହୋତ୍ସବ ୨୦୨୨ ର ଅଜାଦୀକପ ଆଜି ସପ୍ତମ ମେଚ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଥୁଆପାଲି ଏକାଦଶ ଓ ପତ୍ରାପାଲି ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା, ନିର୍ଧାରିତ ସମୟରେ ମଧ୍ୟ ରେ ୧/୧ ଗୋଲ ସ୍କୋର କରିଥିଲେ, ଫଳରେ ଖେଳ ଅମୀମାଂସିତ ରହିଥିଲା, ପରେ ପେନାଲଟିକ ଜରିଆରେ ୫/୪ ଗୋଲରେ ଥୁଆପାଲି ଏକାଦଶ ବିଜୟୀ ହୋଇଥିଲେ। ଆଜି ମୁଖ୍ୟଅତିଥି ଭାବେ ବରଗଡ ପୌରପରିଷଦ ର ନିର୍ବାହୀ ଅଧିକାରୀ ନାରାୟଣ ଦଣ୍ଡସେନା ଓ ସମ୍ମାନୀତ ଅତିଥି ଭାବେ ପୂର୍ବତନ ବିଦ୍ୟୁତ କର୍ମଚାରୀ ସଂଘ ର ସଭାପତି ଉର୍କୁଲୁ ତାଣ୍ଡି ଯୋଗ ଦେଇଥିଲେ । ରେଫରୀ ଭାବେ ଖେଳ ପରିଚାଳନା କରିଥିଲେ ଶୁରେଶ ଦାସ, ଶୁଭମ ପାତ୍ର ଓ ଶିବାନନ୍ଦ ଦାଶ। ଅତିଥି ମାନେ ଶ୍ରେଷ୍ଠ ଖେଳାଳି ଭାବେ ପତ୍ରାପାଲି ଦଳ ଦେବରାଜ ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।ଧାରାବିବରଣି ପ୍ରଦାନ କରିଥିଲେ ସଞ୍ଜୟ ନନ୍ଦ। ଆଜି ର ମେଚ ପରିଚାଳନା ସହଯୋଗ କରିଥିଲେ ରେମଣ୍ଡା ସେବା ସମବାୟ ସମିତି ଲି ର ସଭାପତି ଶିବ ପ୍ରସାଦ ଖମାରୀ, ପୂର୍ବତନ ଫୁଟବଲ ଖେଳାଳି ଗୋପାଳ ସେଟ, ଗଂଗାଧର ମେହେର, ଶୁସାନ୍ତ ସାହୁ, ତାରାଚାଂଦ ସାଥୁଆ ପ୍ରମୁଖ ଓ ଚିରସବୁଜ ସାଂସ୍କୃତିକ ସଂସଦ ଓ ଏଥେଲେଟିକ ଏସୋସିଏସନ ର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here

Must Read

Google search engine